Search for:

ଆକାଶ ଦୀପରୁ ଅଗ୍ନିକାଣ୍ଡ।

Spread the love

Loading

ଆକାଶ ଦୀପରୁ ଅଗ୍ନିକାଣ୍ଡ ଜଳିଗଲା ଟେଣ୍ଟ ହାଉସ

ନିଆଁକୁ ଆୟତ୍ତ କରିବାକୁ ୩ଗୋଟି ଦମକଳ ନିୟୋଜିତ

ବାରିପଦା-ଦୀପାବଳିରେ ଘଟିଯାଇଛି ଅଘଟଣ। ଆକାଶ ଦୀପରୁ ଅଗ୍ନି ସଂଯୋଗ ହୋଇ ବାରିପଦାର ସ୍ୱର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟାବହ ହୋଇଛି ଯେ ଆୟତ୍ତ କରିବାକୁ ତିନି ଗୋଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଛନ୍ତି। ସୂଚନା ଅନୁଯାୟୀ, ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୦, କାଲିମନ୍ଦିର ସାହିର ଜୁବଳି ଲାଇବ୍ରେରି ନିକଟରେ ଥିବା ସ୍ୱର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ ରବିବାର ସନ୍ଧ୍ୟା ସମୟରେ ଦୀପାବଳି ପାଳନ ସମୟରେ ଅଘଟଣ ଘଟିଛି। ଆକାଶ ଦୀପଟି ଖସି ଟେଣ୍ଟ ହାଉସର ଟେଣ୍ଟ କନା ଉପରେ ପଡିଥିଲା। ଯାହାକୁ ନେଇ ଅଗ୍ନି ସଂଯୋଗ ହୋଇଥିବା ବେଳେ ଧୀରେ ଧୀରେ ଅନ୍ୟ କନାକୁ ବ୍ୟାପିବା ଭୟାବହ ଅଗ୍ନିକାଣ୍ଡର ରୂପ ନେଇଥିଲା। ସ୍ଥାନୀୟ ଅଗ୍ନିକାଣ୍ଡ ଦେଖି ଟେଣ୍ଟ ହାଉସ ମାଲିକ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଅଧିକାରୀ ଭବେନ୍ଦ୍ର ନାଥ ଦେଙ୍କ ନେତୃତ୍ୱରେ ୩ଗୋଟି ଦମକଳ ପହଁଚି ନିଆଁକୁ ଆୟତ୍ତ କରିବାକୁ ଲାଗିଛନ୍ତି। ତେବେ ଖବର ଲେଖା ଯିବା ପର୍ଯ୍ୟନ୍ତ ନିଆଁ ଆୟତ୍ତ ହୋଇନଥିବାର ସୂଚନା ରହିଛି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ ଜାରି ରଖିଛନ୍ତି।
ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟେଣ୍ଟ ହାଉସ ସାମଗ୍ରୀ ଜଳି ଯାଇଥିବାର ସୂଚନା ରହିଛି।

Leave A Comment

All fields marked with an asterisk (*) are required