Search for:

ବିଜେପି ଓ କଂଗ୍ରେସ ଛାଡି ତିନି ଶହ କର୍ମୀ ନେତା ବିଜେଡିରେ ମିଶିଲେ

ବିଜେପି ଓ କଂଗ୍ରେସ ଛାଡି ତିନି ଶହ କର୍ମୀ ନେତା ବିଜେଡିରେ ମିଶିଲେ ଭୁବନେଶ୍ୱର:ବାଲିଗୁଡା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ ପଞ୍ଚାୟତ ସୁନା ଗାଁ ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା,ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ତୁମୁଡ଼ିବନ୍ଧ ବ୍ଲକର ଗୁମା, ବେଲଘର, ମୁଣ୍ଡିଗଡ଼, ତୁମୁଡ଼ିବନ୍ଧ ପଞ୍ଚାୟତର ୩ସହ ରୁ ଉର୍ଦ୍ଧ୍ବ ନେତା କର୍ମୀ ବିଜେପି [...]

ଓଡ଼ିଶାର ଏହି ଜାଗାରେ ହେବ ନୂତନ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା

ଜାନୁଆରୀ ୨୨ ତାରିଖରେ ଓଡ଼ିଶାର ଏହି ଜାଗାରେ ହେବ ନୂତନ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଭୁବନେଶ୍ୱର:ଫତେଗଡ଼ ପାହାଡ଼ ଉପରେ ନିର୍ମାଣାଧୀନ ରାମ ମନ୍ଦିର -ଜାନୁଆରୀ ୨୨ ତାରିଖରେ ଏହି ମନ୍ଦିରରେ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ -ନୟାଗଡ଼ଠାରୁ ପ୍ରାୟ ୩୫ କିମି ଦୂର ଫତେଗଡ଼ ଗାଁରେ ନିର୍ମାଣାଧୀନ ରହିଛି ଏହି ମନ୍ଦିର -ବଉଳମାଳ ପଥରରେ ତିଆରି ହୋଇଛି ଏହି ମନ୍ଦିର -ପାହାଡ଼ ଉପରେ ତିଆରି ହୋଇଛି ଏହି [...]

ଓଡ଼ିଆଙ୍କ ଉପରେ ଭାରି ପଡ଼ୁଛନ୍ତି ଅଣଓଡ଼ିଆ ।

ନୀବନଙ୍କ ଶାସନରେ ଓଡ଼ିଆଙ୍କ ଉପରେ ବଢ଼ୁଛି ଅଣଓଡ଼ିଆଙ୍କ ବୋଝ : ଡ. ଅଜୟ କୁମାର ଭୁବନେଶ୍ୱର, ତା.୦୭.୦୧ : ପ୍ରଦେଶ କଂଗ୍ରେସ କମିଟି ତରଫରୁ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର କଟାକ୍ଷ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଓଡ଼ିଆଙ୍କ ଉପରେ ଭାରି ପଡ଼ୁଛନ୍ତି ଅଣଓଡ଼ିଆ । ସେ କହିଥିଲେ ଯେ ଓଡ଼ିଆଙ୍କ ପାଇଁ ଓଡ଼ିଶା, ଓଡ଼ିଆଙ୍କ [...]

‘ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ’ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ଭୁବନେଶ୍ୱର:ଉତ୍କଳ ବିଶ୍ବବିଦ୍ୟାଳୟରେ ‘ନୂଆ-ଓ’ କାର୍ଯ୍ୟକ୍ରମ, ଆୟୋଜିତ ହେବ ସାଂସ୍କୃତିକ, ସାମାଜିକ ଓ କ୍ରୀଡ଼ା ପ୍ରତିଯୋଗିତା ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ‘ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ’ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଶୁକ୍ରବାର ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି ସାଂସ୍କୃତିକ, ସାମାଜିକ ଓ କ୍ରୀଡ଼ା ପ୍ରତିଯୋଗିତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ [...]

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା।

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ସାରା ଓଡ଼ିଶାରେ ପାଳନ ହେଉଛି ବୋଇତ ବନ୍ଦାଣ ଉତ୍ସବ। ଓଡ଼ିଆଙ୍କ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିଭିନ୍ନ ଜଳାଶୟରେ ଭୋରରୁ ଡଙ୍ଗା ଭସାଇଛନ୍ତି ଲୋକେ। ଡଙ୍ଗା ଭସାଇବା ପାଇଁ ଭୁବନେଶ୍ୱର.କଟକ ଗଡ଼ଗଡ଼ିଆ ଘାଟ, ଭୁବନେଶ୍ୱର ବିନ୍ଦୁ ସାଗର ଦୟା ବିଭିନ୍ନ ପୀଠରେ ଓ ନଦୀ ରେ , ପୁରୀ ମହୋଦଧି ଓ କେନ୍ଦୁଝର ଜିଲ୍ଲା ଘଟଗାଁରେ ମା’ ତାରିଣୀଙ୍କ [...]

ଜନ୍ମ ଦିନରେ ରକ୍ତଦାନ ଶିବିର

ଜନ୍ମ ଦିନରେ ରକ୍ତଦାନ ଶିବିର ଭୁବନେଶ୍ୱର– କଳିଙ୍ଗ ଐତିହ ସୁରକ୍ଷା ମଞ୍ଚ ର ସମ୍ପାଦକ ଚିତ ରଞ୍ଜନ ମହାନ୍ତି ଏବଂ ଯୁବ ସମାଜସେବୀ ପବିତ୍ର ରାଉତ ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିରକୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ। ଶିବିରରୁ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। [...]

୫୪ତମ ଇଣ୍ଡିଆନ୍‍ ପାନୋରମା ୨୦୨୩ରେ ସ୍କ୍ରିନିଂ ପାଇଁ ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ ମନୋନୀତ

୫୪ତମ ଇଣ୍ଡିଆନ୍‍ ପାନୋରମା ୨୦୨୩ରେ ସ୍କ୍ରିନିଂ ପାଇଁ ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ ମନୋନୀତ ଭୁବନେଶ୍ୱର ୨୭ ।୧୦: ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଓଡ଼ିଆ ଚଳଚ୍ଚିତ୍ର ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆଠାରେ ଅନୁଷ୍ଠିତ ହେବାକୁ ଥିବା ୫୪ତମ ଇଣ୍ଟରନ୍ୟାସ୍‍ନଲ୍‍ ଫଲ୍ମ ଫେଷ୍ଟିଭଲ୍‍ ଅଫ୍‍ ଇଣ୍ଡିଆର (ଆଇଏଫ୍‍ଏଫ୍‍ଆଇ)ର ଇଣ୍ଡିଆନ୍‍ ପାନୋରମା ୨୦୨୩ରେ [...]

ଏଇ ଆମ ପ୍ରେମ କାହାଣୀ” ଓଡ଼ିଆ ଚଳଚ୍ଚିତ୍ର ର ଫାଷ୍ଟ ଲୁକ୍ ଲୋକାର୍ପଣ

“ଏଇ ଆମ ପ୍ରେମ କାହାଣୀ” ଓଡ଼ିଆ ଚଳଚ୍ଚିତ୍ର ର ଫାଷ୍ଟ ଲୁକ୍ ଲୋକାର୍ପଣ ଉଦୟ ସେଠୀ ଫିଲ୍ମସ ଓ ସନ୍ ମ୍ୟୁଜିକ ର ମିଳିତ ପ୍ରଯୋଜନାରେ ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଥିବା ନୂଆ ଓଡିଆ ସିନେମା “ଏଇ ଆମ ପ୍ରେମ କାହାଣୀ” (ଯାହାର ଟ୍ୟାଗ ଲାଇନ୍ ରହିଛି “ଭିଡ଼ ଭିତରୁ ଅଲଗା, କିଛି ନିଆରା”) ର ଫାଷ୍ଟ ଲୁକ୍ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲରେ ଲୋକାର୍ପଣ [...]

ରିଅଲ୍‌ଟର୍ସ ଆସୋସିଏଶନ ଅଫ୍ ଓଡିଶା (ଓଆର୍‌ଏ) ପକ୍ଷରୁ ଆସନ୍ତା ଅଗଷ୍ଟ ୨୫ ତାରିଖରେ ଏହି ସମ୍ମିଳନୀ

ଅଭିନବ ଧାରା ଉପରେ ଆଲୋଚନା କରିବ ସର୍ବବୃହତ୍ ରିଅଲ୍ ଇଷ୍ଟେଟ୍ କନ୍‌କ୍ଲେଭ୍ ‘ଇନୋଭେଟ୍ ଆର୍‌ଇ ଓଡିଶା’   ରିଅଲ୍‌ଟର୍ସ ଆସୋସିଏଶନ ଅଫ୍ ଓଡିଶା (ଓଆର୍‌ଏ) ପକ୍ଷରୁ ଆସନ୍ତା ଅଗଷ୍ଟ ୨୫ ତାରିଖରେ ଏହି ସମ୍ମିଳନୀର ଆୟୋଜନ କରାଯିବ ଭୁବନେଶ୍ୱର : ରିଅଲ୍‌ଟର୍ସ ଆସୋସିଏଶନ ଅଫ୍ ଓଡିଶା (ଓଆର୍‌ଏ) ପକ୍ଷରୁ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରର ଅଭିନବ ଧାରା, ଟେକ୍ନୋଲୋଜି ଓ ସ୍ଥାୟୀ ଅଭ୍ୟାସଗୁଡିକ ଉପରେ ଆଲୋଚନା ଓ ଅନ୍ୱେଷଣ କରିବା ପାଇଁ ଆସନ୍ତା ଅଗଷ୍ଟ ୨୫ ତାରିଖ ୨୦୨୩ରେ ଭୁବନେଶ୍ୱରରେ ଭବିଷ୍ୟତର ସର୍ବବୃହତ୍ ରିଅଲ୍ ଇଷ୍ଟେଟ୍ କନ୍‌କ୍ଲେଭ୍ ‘ଇନୋଭେଟ୍ ଆର୍‌ଇ ଓଡିଶା’ର ଆୟୋଜନ କରାଯିବ ଯାହା ଅଂଶଗ୍ରହଣକାରୀଙ୍କୁ ନୂତନ ଧାରାଗୁଡିକୁ ଶିଖିବା ଏବଂ ଇଣ୍ଡଷ୍ଟ୍ରୀ ଲିଡରମାନଙ୍କ ସହ ନେଟ୍‌ୱର୍କ ସ୍ଥାପନ କରିବା ପାଇଁ ସୁଯୋଗ ପ୍ରଦାନ କରିବ । ଏହି ସମ୍ମିଳନୀର ଅଂଶ ଭାବେ ଏକ ପ୍ରଦର୍ଶନୀ ରିଅଲ୍ ଇଷ୍ଟେଟ୍ ନିବେଶ ଓ ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ ବଜାର ଭାବେ ଓଡିଶାର ଆବିର୍ଭାବକୁ ପ୍ରଦର୍ଶିତ କରିବ । ଏହି କାର୍ଯ୍ୟକ୍ରମ ଇଣ୍ଡଷ୍ଟ୍ରୀ ଲିଡର, ବିଶେଷଜ୍ଞ ଓ ହିତାଧିକାରୀମାନଙ୍କୁ ଉଭୟ ବିଶ୍ୱ ଓ ଓଡିଶା ବଜାରରେ ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ନୂତନ ଆକାର ଦେଉଥିବା ଉଦ୍ଭାବନଗୁଡିକର ଏକ ବିସ୍ତୃତ ଶୃଙ୍ଖଳାକୁ ଆବିଷ୍କାର କରିବା ପାଇଁ ଏକତ୍ରିତ କରିବ ।  ଆବାସିକ ସମ୍ପତିଗୁଡିକ ପାଇଁ ବୃହତ୍ ଅଭିବୃଦ୍ଧି ଓ ଚାହିଦା ସହିତ ଏହି ପ୍ରଦର୍ଶନୀ ବାଣିଜ୍ୟିକ ସ୍ଥାନ, ହସ୍ପିଟାଲିଟି, ଲଜିଷ୍ଟିକ୍ ପାର୍କ, ରିଟେଲ୍‌, ୱୟାରହାଉସିଂ, ଆଇଟି ପାର୍କ, ଡାଟା ସେଂଟର ସମେତ ରିଅଲ୍ ଇଷ୍ଟେଟ୍ ଅଫରିଙ୍ଗ୍‌ଗୁଡିକର ବିସ୍ତାର ଉପରେ ଆଲୋକପାତ କରିଛି ।  ଏହି ବିବିଧକରଣ  କେବଳ ବିକଶିତ ଜୀବନଶୈଳୀ ପସନ୍ଦକୁ ପ୍ରତିଫଳିତ କରୁନାହିଁ ବରଂ ଓଡିଶାକୁ ବିବିଧ ସୁଯୋଗ ସନ୍ଧାନ କରୁଥିବା ନିବେଶକଙ୍କ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳୀ ଭାବେ ଅବସ୍ଥାପିତ କରିଛି । ଏହି ଅବସରରେ ଇନୋଭେଟ ଆରଇ କନକ୍ଲେଭ ଅଧ୍ୟକ୍ଷ ତଥା ପୂର୍ବତନ ସଭାପତି ଶ୍ରୀ ସ୍ୱରୂପ ରଞ୍ଜନ ମହାପାତ୍ର କହିଛନ୍ତି ଯେ, “ଏହି ଫୋରମର ମୂଳ ଉଦ୍ଦେଶ୍ୟ ହେଉଛି ରିୟଲ ଇଷ୍ଟେଟ କ୍ଷେତ୍ର ପାଇଁ ଉଦ୍ୟୋଗ ଅବସ୍ଥାକୁ ସୁରକ୍ଷିତ ରଖିବାର ଚାହିଦାକୁ ଦୃଢ଼ କରିବା ।” ଏହି ଅବସରରେ ଓଆର୍‌ଏର ଅଧ୍ୟକ୍ଷ ଶେଖ୍ ମୈର୍‌ଜୁଲ୍ ହକ୍ କହିଛନ୍ତି, “ଆମେ ଆସନ୍ତା ଅଗଷ୍ଟ ୨୫ ତାରିଖ ୨୦୨୩ରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଥିବା ଇନୋଭେଟିକ୍ ଆର୍‌ଇ ଓଡିଶା କନ୍‌କ୍ଲେଭ୍ ସମ୍ପର୍କରେ ଘୋଷଣା କରି ଆନନ୍ଦିତ । ଏହି କାର୍ଯ୍ୟକ୍ରମର ଅଂଶ ଭାବେ ଏକ ପ୍ୟାନେଲ ରେରା, ସରକାରୀ ନିୟମାବଳୀ ଓ ନୀତି, ନେଟ୍‌ୱର୍କିଂ ଓ ସହଭାଗିତା ଏବଂ ରିଅଲ୍ ଇଷ୍ଟେଟ୍‌ର ଭବିଷ୍ୟତ ଉପରେ ଆଲୋଚନା କରିବ । ସେହିପରି ଅଗ୍ରଣୀ ରିଅଲ୍ ଇଷ୍ଟେଟ୍ ଡେଭ୍‌ଲପର୍‌ମାନଙ୍କ ପ୍ରମୁଖ ପ୍ରକଳ୍ପଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଏକ ପ୍ରପର୍ଟି ଏକ୍ସପୋର ମଧ୍ୟ ଆୟୋଜନ କରାଯିବ ।” ଏହି କାର୍ଯ୍ୟକ୍ରମରେ ଓଆର୍‌ଏର ସାଧାରଣ ସଚିବ ସୌଭାଗ୍ୟ ନାୟକ, ଓଆର୍‌ଏର ଇମିଡିଏଟ୍ ପାଷ୍ଟ୍ ପ୍ରେସିଡେଂଟ୍ ଓ ଇନୋଭେଟ୍‌ଆର୍‌ଇ କନ୍‌କ୍ଲେଭ୍‌ର କୋଚେୟାର- ସନ୍ତୋଷ ସେନାପତି ଆଦି ବିଭିନ୍ନ ଦିଗ ଉପରେ ନିଜର ମତବ୍ୟକ୍ତ କରିବେ । ଏହି କାର୍ଯ୍ୟକ୍ରମରେ ଆଲୋଚନାର କେନ୍ଦ୍ର ହେଉଛି ଅଭିନବ ଟେକ୍ନୋଲୋଜି ଓ ସ୍ଥାୟୀ ଅଭ୍ୟାସ ଯାହା ରିଅଲିଟି କ୍ଷେତ୍ରକୁ ରୂପାନ୍ତର କରୁଛି । କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ଓଡିଶା କିଭଳି ସ୍ମାର୍ଟ ସିଟି ଅଭିଯାନ ଭଳି ଅତ୍ୟାଧୁନିକ ସମାଧାନଗୁଡିକୁ ବ୍ୟବହାର କରୁଛି ତାହାର ସାକ୍ଷୀ ହେବେ, ଯେଉଁଠାରେ ଉନ୍ନତ ଟେକ୍ନୋଲୋଜିଗୁଡିକ ଦକ୍ଷ ଓ ସଂଯୋଜିତ ସହରାଂଚଳ ପରିବେଶ ସୃଷ୍ଟି କରିବା ପାଇଁ ଏକତ୍ରିତ ହେଉଛନ୍ତି । ଏହା ନାଗରିକଙ୍କ ପାଇଁ ଜୀବନର ମାନକୁ ଉନ୍ନତ କରିବା ସହିତ ଭବିଷ୍ୟତ ଉପଯୋଗୀ ସ୍ଥାନ ଖୋଜୁଥିବା ବ୍ୟବସାୟ ଓ ନିବେଶକମାନଙ୍କୁ ଆକର୍ଷିତ କରିବ । ଇନୋଭେଟ୍ ଆର୍‌ଇ ଓଡିଶା ରିଅଲ୍ ଇଷ୍ଟେଟ୍ ଲିଡର୍‌ମାନଙ୍କ ପାଇଁ ଏକତ୍ରିତ ହେବା ଏବଂ ଏହି ଶିଳ୍ପର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିବା ଲାଗି ଏକ ସ୍ୱତନ୍ତ୍ର ପ୍ଲାଟ୍‌ଫର୍ମ ଅଟେ । ଏହି ସମ୍ମିଳନୀ ଡେଭ୍‌ଲପର୍‌, ବିଲ୍ଡର, ଏଜେଂଟ୍‌, ନିବେଶକ ଓ ନୀତି ନିର୍ମାତାଙ୍କ ସମେତ ସମସ୍ତ ରିଅଲ୍ ଇଷ୍ଟେଟ୍ ପ୍ରଫେସ୍‌ନାଲଙ୍କ ପାଇଁ ଖୋଲା ରହିଛି । ଏହି କାର୍ଯ୍ୟକ୍ରମରେ ଶିଳ୍ପ ବିଶେଷଜ୍ଞଙ୍କ ସମ୍ବୋଧନ, ପ୍ୟାନେଲ ଆଲୋଚନା ଓ କର୍ମଶାଳା ଆଦି ସାମିଲ ରହିବ ।  ଏଠାରେ ଆଲୋଚନା ହେବାକୁ ଥିବା ବିଷୟବସ୍ତୁଗୁଡିକରେ ‘ଦ ଫ୍ୟୁଚର ଅଫ୍ ରିଅଲ୍ ଇଷ୍ଟେଟ୍ ଇନ୍ ଓଡିଶା’, ‘ଦ ଇମ୍ପାକ୍ଟ ଅଫ୍ ଟେକ୍ନୋଲୋଜି ଅନ୍ ଦ ରିଅଲ୍ ଇଷ୍ଟେଟ୍ ସେକ୍ଟର’, ‘ଦ ଇମ୍ପୋର୍ଟାନ୍ସ ଅଫ୍ ସଷ୍ଟେନେବିଲିଟି ଇନ୍ ରିଅଲ୍ ଇଷ୍ଟେଟ୍‌’, ‘ଦ ରୋଲ୍ ଅଫ୍ ରିଅଲ୍ ଇଷ୍ଟେଟ୍ ଇନ୍ ଇକୋନୋମିକ୍ ଡେଭ୍‌ଲପ୍‌ମେଂଟ୍‌’ ଏବଂ ‘ ଦ ଚ୍ୟାଲେଞ୍ଜେସ୍ ଆଣ୍ଡ୍ ଅପର୍‌ଚ୍ୟୁନିଟିଜ୍ ଫର୍ ରିଅଲ୍ ଇଷ୍ଟେଟ୍ ଡେଭ୍‌ଲପର୍ସ ଇନ୍ ଓଡିଶା’ ଆଦି ସାମିଲ ରହିଛି । [...]