Search for:
  • Home/
  • ରାଜ୍ୟ/
  • ଏଜି ଅଫିସର ଦ୍ୱିତୀୟ ମହଲାରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବା ଫଳରେ ସାଇରନ ବାଜି ଉଠିଥିଲା l

ଏଜି ଅଫିସର ଦ୍ୱିତୀୟ ମହଲାରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବା ଫଳରେ ସାଇରନ ବାଜି ଉଠିଥିଲା l

Spread the love

Loading

ଭୁବନେଶ୍ୱର:ଆଜି ମାଧ୍ୟାନ୍ନରେ ଏଜି ଅଫିସର ଦ୍ୱିତୀୟ ମହଲାରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବା ଫଳରେ ସାଇରନ ବାଜି ଉଠିଥିଲା l ଯାହା ଫଳରେ କିଛି କର୍ମଚାରୀ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ଓ ଆମ୍ବୁଲାନ୍ସ ପହଞ୍ଚି ଯାଇଥିଲା l ତତ୍କାଳ ଏଜି ଆମ୍ବୁଲାନ୍ସ ଡିଭିଜନର ତ୍ୱରିତ କାର୍ଯ୍ୟାନୁଷ୍ଠାନ ବାହିନୀ ଅଗ୍ନି ନିର୍ବାପକ ଯନ୍ତ୍ର ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ l ଦମକଳ ବାହିନୀ ଓ ରାଜ୍ୟ ଓଡ୍ରାଫ ଟିମ ପହଂଚି ଯିବା ସହ ମିଳିତ ଅନୁସନ୍ଧାନ, ଉଦ୍ଧାର, ପ୍ରାଥମିକ ଚିକିତ୍ସା କାର୍ଯ୍ୟ କରାଯିବା ଆହତ ମାନଙ୍କୁ ଆମ୍ବୁଲାନ୍ସ ରେ ପଠା ଯାଇଥିଲା l ସୂଚନା ତତ୍କାଳ ସୂଚନା ପ୍ରଦାନ କରାଯାଇଥିଲା l ଏହା ଥିଲା ଏକ ପରୀକ୍ଷାମୂଳକ ସତର୍କତା କାର୍ଯ୍ୟକ୍ରମ l ପ୍ରଧାନ ମହାଲେଖାକାର ଶ୍ରୀ ରାଜ କୁମାର ଏଭଳି ଡ୍ରିଲ ଭାରତ ବର୍ଷରେ କେଉଁଠି ଦେଖି ନାହିଁ ବୋଲି ପ୍ରକାଶ କରିଥିଲେ l ଏହି ଡ୍ରିଲ ବେଳେ ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ, ସଞ୍ଜୟ କୁମାର, ସଚିନ କ୍ରିଷ୍ଣା କୌଶିକ, ଶ୍ରୀମତୀ ପି ଅରୁଣା ଉପସ୍ଥିତ ଥିଲେ l ଏଜି ଡିଭିଜନ ସ୍ବେଛାସେବୀମାନଙ୍କ ସହ ଓଡ୍ରାଫ ଟିମ, ଭୁବନେଶ୍ୱର ଅଗ୍ନିଶମ ବିଭାଗ ନିର୍ଭୁଲ ଭାବେ ଉଦ୍ଧାର,ରୋଗୀ ସ୍ଥାନାନ୍ତର, ପ୍ରାଥମିକ ଚିକିତ୍ସା ପ୍ରଦାନ ସହ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସରେ ପରିବହନରେ ସହାୟତା କରିଥିଲେ l ଏହାକୁ ଏଜି ଡିଭିଜନର ମୁଖ୍ୟ ପୁରୁଷୋତ୍ତମ ବଳ, ଡ଼ ନମିତା ପଟ୍ଟନାୟକ, ଡ଼ ରତିକାନ୍ତ ନାଥ,ଡ଼ ବିକ୍ରମ, ଓଡ୍ରାଫର ଅନନ୍ତ କୁମାର ଖଟୁଆ, ଅଗ୍ନିଶମ ବିଭାଗର ମନୋରଞ୍ଜନ ରାଉତ ପରିଚାଳନା କରିଥିଲେ l

Leave A Comment

All fields marked with an asterisk (*) are required