Search for:
  • Home/
  • ରାଜ୍ୟ/
  • ମିଳିତ ଚଢାଉ କାଠବୋଝେଇ ଭ୍ୟାନ,ବାଇକ, ସାଇକେଲ ଓ କରତ ଜବତ

ମିଳିତ ଚଢାଉ କାଠବୋଝେଇ ଭ୍ୟାନ,ବାଇକ, ସାଇକେଲ ଓ କରତ ଜବତ

Spread the love

Loading

ମିଳିତ ଚଢାଉ କାଠବୋଝେଇ ଭ୍ୟାନ,ବାଇକ, ସାଇକେଲ ଓ କରତ ଜବତ
ମହୁଲଡିହା,: ବନବିଭାଗ ଓ ପୁଲିସ ପକ୍ଷରୁ ରାତିରେ ମିଳିତ ଚଢଉ କରି ଏକ ନମ୍ବର ବିହୀନ କାଠ ଲୋଡ ବୋଲେରୋ ମ୍ୟାକସିମୋ ପ୍ଲସ ଭ୍ୟାନ, ଗୋଟିଏ ପଲସର ବାଇକ୍ (ନଂ ଓଆର ୦୫ଏ ୯୮୭୬),୨ଟି ସାଇକେଲ ଓ କରତ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳ ଘୁଳୁଘୁଳିଆ ଗ୍ରାମର ବାଉଁଶ କୁଦର ସାହିରୁ ଜବତ କରାଯାଇଛି । ଶନିବାର ରାତି ଦୁଇଟା ସମୟରେ ବନବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମହୁଲଡିହା ଥାନା ସହିତ ଯୋଗାଯୋଗ କରି ଚଢ଼ାଉ କରିଥିଲା। ତିନୋଟି କାଠଗଣ୍ଡି ୩୭.୭୬୫ ସିପ୍ଟର ମୂଲ୍ୟ ପ୍ରାୟ ୪୫ ହଜାର ଆକଳନ କରାଯାଇଛି। ଗାଡ଼ିର ଡ୍ରାଇଭର ଓ ଲୋକମାନେ ରାତିରେ ଫେରାର ହୋଇଯାଇଛନ୍ତି। ସାତକୋଶିଆ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ମହାନ୍ତ, ଫରେଷ୍ଟର ଗିରିଜା ନନ୍ଦନ ଦଳେଇ (ସାତକୋଶିଆ), ବିଶ୍ୱଜିତ ମହାନ୍ତ (ମହୁଲଡିହା)ଙ୍କ ସହିତ ଟିପିଏଫ କର୍ମୀ ଓ ମହୁଲଡିହା ଥାନା ଏଏସଆଇ ସନ୍ତୋଷ କୁମାର ନାଏକଙ୍କ ନେତୃତ୍ବରେ ପୁଲିସ ଟିମ ଚଢ଼ାଉ ରେ ସାମିଲ ଥିଲେ।

Leave A Comment

All fields marked with an asterisk (*) are required