Search for:
  • Home/
  • ରାଜ୍ୟ/
  • ପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀ ଉତ୍ତରରେ ଘରେ ଘରେ ଫୁଟିବ ପଦ୍ମଫୁଲ

ପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀ ଉତ୍ତରରେ ଘରେ ଘରେ ଫୁଟିବ ପଦ୍ମଫୁଲ

Spread the love

Loading

ପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀ
ଉତ୍ତରରେ ଘରେ ଘରେ ଫୁଟିବ ପଦ୍ମଫୁଲ
ଭୁବନେଶ୍ୱର,୨୬/୪ : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଘରକୁ ଘର ବୁଲି ପ୍ରଚାର କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର। ଆଜି ନିଜ କର୍ମୀମାନଙ୍କ ସହିତ ପ୍ରଥମେ ପଟିଆ ଜଗନ୍ନାଥ ମନ୍ଦିର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ତାପରେ ପଟିଆ ଗଡ଼ ରାଜାଙ୍କ ଘରକୁ ଯାଇ ରାଜା ରାଣୀଙ୍କୁ ସାକ୍ଷାତ କରି ଆଶୀର୍ବାଦ ଲୋଡି ଥିଲେ । ରାଜାରାଣୀ ମଧ୍ୟ ପ୍ରିୟଦର୍ଶୀଙ୍କୁ ବିଜୟୀ ଆଶୀର୍ବାଦ ପ୍ରଦାନ କରିଥିଲେ। ପରେ ପଟିଆ, ଗାଡ଼କଣ, ରଙ୍ଗମାଟିଆ ରଘୁନାଥ ପୁର ଆଦି ଗ୍ରାମର ଘରେ ଘରେ ପହଞ୍ଚି ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଗଠନ ବାର୍ତ୍ତା ପହଞ୍ଚାଇବା ସହ ତୃତୀୟ ଥର ଭାରତର ପ୍ରଧାନମନ୍ତ୍ରୀ କରିବା ପାଇଁ ଦୁଇଟି ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ଏବଂ କହିଥିଲେ ଓଡ଼ିଶାର ୨୫ ବର୍ଷର ସ୍ଥାଣୁ ସରକାରର କାର୍ଯ୍ୟକଳାପରେ ଲୋକମାନେ ଅତିଷ୍ଠ ହୋଇ ପଡିଲେଣି। ଏଥର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି। ତେଣୁ ପ୍ରତ୍ୟେକ ଘରେ ଘରେ ପଦ୍ମ ଫୁଟିବ। ଓଡ଼ିଶାରେ ବିଜେପି ସରକାର ଗଢିବ।

Leave A Comment

All fields marked with an asterisk (*) are required