Search for:
  • Home/
  • ରାଜ୍ୟ/
  • ଓଡ଼ିଶାର ଯୁବକ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ବିଜୁ ଯୁବଜନତା ଦଳ ସଂକଳ୍ପ କରୁ : ଇରାଶିସ୍ ଆଚାର୍ଯ୍ୟ

ଓଡ଼ିଶାର ଯୁବକ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ବିଜୁ ଯୁବଜନତା ଦଳ ସଂକଳ୍ପ କରୁ : ଇରାଶିସ୍ ଆଚାର୍ଯ୍ୟ

Spread the love

Loading

ଓଡ଼ିଶାର ଯୁବକ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ବିଜୁ ଯୁବଜନତା ଦଳ ସଂକଳ୍ପ କରୁ : ଇରାଶିସ୍ ଆଚାର୍ଯ୍ୟ

 ୨୩ ବର୍ଷ ଶାସନରେ ରହି ବି ବିଜୁ ଯୁବଜନତା ଦଳ ଆନ୍ଦୋଳନ କରିବା ଅତ୍ୟନ୍ତ ହାସ୍ପ୍ୟାସ୍ପଦ
 ବିଜୁ ଯୁବଜନତା ଦଳ “ସଂକଳ୍ପ ସମାବେଶ” ଓ ଆନ୍ଦୋଳନ କରି କେଉଁ ନିଷ୍ପତି ନେବ ତାହା ସ୍ପଷ୍ଟ କରନ୍ତୁ
 କଲେକ୍ଟର,ଏସପି, ବ୍ଲକ, ବିଡିଓ, ତହସିଲଦାର ଇତ୍ୟାଦି ଚାକିରୀ ପରେ ହେବେ ନେତା
 କଲେଜରେ ନିର୍ବାଚନ ବନ୍ଦ କରି ଛାତ୍ରନେତା ତିଆରି କରିବାର ସୁଯୋଗ ବନ୍ଦ କରିଦେଲେ ରାଜ୍ୟ ସରକାର
 ଓଡିଶାରେ ୯ଲକ୍ଷ ବେକାରୀ ରହୁଛନ୍ତି କିନ୍ତୁ ବିଜୁ ଯୁବଜନତା ଦଳ ଏନେଇ କୌଣସି ସ୍ୱର ନଉଠାଇ ହୀନରାଜନୀତି କରୁଛି

ଭୁବନେଶ୍ୱର, ତା ୦୭/୦୭: ଗତକାଲି ବିଜୁ ଯୁବଜନତା ଦଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ କରି ପ୍ରତ୍ୟେକ ଜିଲ୍ଲାରେ “ସଂକଳ୍ପ ସମାବେଶ” ଓ ଆନ୍ଦୋଳନ କରିବାର ନିଷ୍ପତି ନେଇଛି । ଏନେଇ ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିସ୍ ଆଚାର୍ଯ୍ୟ ୨୩ବର୍ଷର ବିଜୁ ଯୁବଜନତା ଦଳଙ୍କ ଏଭଳି ନିଷ୍ପତି ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି । ଶ୍ରୀ ଆଚାର୍ଯ୍ୟ ରାଜ୍ୟ କାର୍ଯ୍ୟାଳୟରେ ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜୁ ଯୁବଜନତା ଦଳକୁ ପ୍ରଶ୍ନ କରିଛନ୍ତି ଯେ, ତୁମେମାନେ କ’ଣ ସଂକଳ୍ପ ନେଇଛ, ସଚିବଙ୍କ ବସ୍ତାନି ବୋହିବା ପାଇଁ ନା ତୁମର ମନ୍ତ୍ରୀ, ବିଧାୟକମାନେ ଯେପରି ଷ୍ଟେଜ ଓ ଚୌକି ପକାଇବା କାର୍ଯ୍ୟ କରୁଛନ୍ତି ସେଭଳି, ୫ଟି ସଚିବ ଯେଉଁ ରାଜ୍ୟରୁ ଆସିଛନ୍ତି ସେଠି ଓଡ଼ିଶାର ଯୁବକମାନେ ଦାଦନ ଖଟିବାକୁ ଯିବା ପାଇଁ? ନା ବେରୋଜଗାର ବଢ଼ାଇବା, ଝିଅ ଓ ବୋହୂମାନଙ୍କ ଇଜ୍ଜତ ନିଲାମ କରିବାର ସଂକଳ୍ପ ନେବେ କି? ରାଜ୍ୟ ସରକାରଙ୍କ ଗୁମାସ୍ତା ନହୋଇ ଓଡ଼ିଶାର ଯୁବକ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ବିଜୁ ଯୁବଜନତା ଦଳ ସଂକଳ୍ପ କରୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ବିଜୁ ଯୁବଜନତା ଦଳ ଯୁବକ, ଯୁବତୀ ଓ ଛାତ୍ରଛାତ୍ରୀଙ୍କ ସମସ୍ୟା ଉଠାଇବା ପାଇଁ ଭୟ କରୁଛି । କାରଣ ରାଜ୍ୟର ଯୁବପିଢ଼ିଙ୍କ ସମସ୍ୟାକୁ ଅଣଦେଖା କରିଛନ୍ତି ରାଜ୍ୟ ସରକାର । ଯୁବକମାନଙ୍କ ପାଇଁ ରାଜ୍ୟରେ ରୋଜଗାର ନାହିଁ । ଗାଁ ଗାଁରେ ଯୁବକ ମାନଙ୍କୁ ନିଶାରେ ବୁଡାଇ ରଖିଛନ୍ତି ରାଜ୍ୟ ସରକାର । ଓଡିଶାରେ ଏବେ ୯ଲକ୍ଷ ବେକାରୀ ରହୁଛନ୍ତି କିନ୍ତୁ ବିଜୁ ଯୁବଜନତା ଦଳ ଏନେଇ କୌଣସି ସ୍ୱର ଉଠାଉନାହିଁ ବରଂ ମିଛ କଥା କହି ଭୋଟ ରାଜନୀତି କରିବାରେ ଆଗଭର ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟ ସରକାର କଲେଜମାନଙ୍କରେ ନିର୍ବାଚନ ବନ୍ଦ କରି ଛାତ୍ରନେତା ତିଆରି କରିବାର ସୁଯୋଗ ବନ୍ଦ କରିଦେଲେ । କଲେକ୍ଟର,ଏସପି, ବ୍ଲକ, ବିଡିଓ, ତହସିଲଦାର ଇତ୍ୟାଦି ଚାକିରୀ ପରେ ନେତା ହେବେ । ଯେଉଁମାନେ ରାଜନୀତି କରିବେ ସେମାନେ ପ୍ରଶାସନିକ ଅଧିକାରୀଙ୍କ ଗୁମାସ୍ତା ହେବେ । ରାଜ୍ୟରେ କାହିଁକି ବେରୋଜଗାର ବଢ଼ୁଛି, ଲୋକେ କାହିଁକି ଦାଦନ ଖଟିବାକୁ ଯାଉଛନ୍ତି ତାହାର ବିଜୁ ଯୁବଜନତା ଦଳ କୌଣସି ବ୍ୟବସ୍ଥା ନକରି “ସଂକଳ୍ପ ସମାବେଶ” କ’ଣ କରିବେ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।
ସେହିପରି ଦୀର୍ଘ ୬ବର୍ଷ ପୁର୍ବରୁ ମହାନଦୀ ବଂଚାଅ ବୋଲି ନାରା ଦେଉଥିଲେ କିନ୍ତୁ କଆଡେ ଗଲା । ୫୨ପ୍ରତିଶତ ଜଳ ସଂରକ୍ଷଣ ହେବ ବୋଲି ରାଜ୍ୟ ସରକାର ମାଷ୍ଟର ପ୍ଲାନ କରିଥିଲେ କୁଆଡେ ଗଲା । ୧ ଅକ୍ଟୋବର ୨୦୨୦ରେ ବିଧାୟକ ରାଜକିଶୋର ଦାସ ଜଳସମ୍ପଦମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ “ମହାନଦୀବନ୍ଧ” ଯୋଜନା କାର୍ଯ୍ୟକାରୀ ହେଉନଥିବାରୁ ୭୦ଲକ୍ଷ କ୍ୱିବିକ୍ ପାଣି ସମୁଦ୍ରରେ ମିଶିଲା । ୨୦୧୭ରେ ରାଜ୍ୟ ସରକାର ଘୋଷଣା କରିଥିଲେ ଜଳସଂରକ୍ଷଣ ପାଇଁ ୧୧ଟି ବନ୍ଧ ନିର୍ମାଣ କରିବୁ । ବର୍ତମାନ ସୁଦ୍ଧା କେତୋଟି ବନ୍ଧ ନିର୍ମାଣ ହୋଇଛି, କେତୋଟି ବନ୍ଧନିର୍ମାଣଧିନ ଅଛି ଓ ବାକି ବନ୍ଧ ନିର୍ମାଣ ପାଇଁ ସରକାରୀ ଯୋଜନା ଅଛି କି ନାହିଁ? ଏହି ପ୍ରଶ୍ନର ଉତରରେ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ମହାନଦୀ ଅବବାହିକାରେ କିଛି ବନ୍ଧ ନିର୍ମାଣର ପରିକଳ୍ପନା କରାଯାଇଥିଲା କିନ୍ତୁ ଏପର୍ଯ୍ୟ ହୋଇନାହିଁ । ଏହି ନଦୀବନ୍ଧକୁ ବାନ୍ଧିବାକୁ ରାଜ୍ୟ ସରକାରଙ୍କୁ “ଇନ୍ଦ୍ର ମନା କରିଛି ନା କେନ୍ଦ୍ର ମନାକରିଛନ୍ତି” ଏହାର ଉତର ରଖନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି ।
ପୂର୍ବରୁ ମହାନଦୀ ଅବବାହିକାରେ ଲକ୍ଷ ଲକ୍ଷ ଚାରା ଲଗାଯାଇଥାନ୍ତା କିନ୍ତୁ ତାହାକୁ ମଧ୍ୟ ଘୋଟାଲା କରିଛନ୍ତି ବୋଲି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ଧାନର ଏମଏସପି ୨୦୧୪ରେ ୧୩୧୦ଟଙ୍କା ଥିଲା ତାହା ୨୧୮୩ଟଙ୍କାରେ ପଂହଚିଛି । ରାଜ୍ୟ ସରକାରଙ୍କ ପାଇଁ ଚାଷୀ ଉଚିତ ମୂଲ୍ୟ ପାଇବାରୁ ବଂଚିତ ହେବା ସହ ଧାନ ମଣ୍ଡିରେ ପଡିରହିଥିବାରୁ ଧାନ ଗଜା ହୋଇଗଲାଣି । ଏନେଇ ବିଜେପି ବାରମ୍ବାର ଆନ୍ଦୋଳନ କରୁଛି । ୨୦୧୭ରେ ମୁଖ୍ୟମନ୍ତ୍ରୀ ସୋହେଲା ଚାଷୀ ସମାବେଶରେ ୧୦୦ଟଙ୍କା ବୋନସ ଦେବେ ବୋଲି କହିଥିଲେ କିନ୍ତୁ ଏଯାଏଁ ମିଳିନାହିଁ । ମିଛୁଆ ମୁଖ୍ୟମନ୍ତ୍ରୀ ପାଇଁ ଆନ୍ଦୋଳନ କରିବେ ନା ଚାଷୀ ହକ ପାଇଁ ଆନ୍ଦୋଳନ କରିବ ବିଜୁ ଯୁବଜନତା ଦଳ ତାହାର ଉତର ରଖନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ବିଶ୍ୱଜିତ ଷଡଙ୍ଗୀ, ରାଜ୍ୟ ସଂପାଦକ ପ୍ରୀତେଶ ବହିଧର, ଯୁବମୋର୍ଚ୍ଚା କାର୍ଯ୍ୟାଳୟ ସଂପାଦକ ମନୋଜ ପଶ୍ଚିମକବାଟ, ଯୁବମୋର୍ଚ୍ଚା ମିଡିଆ ସହ ସଂଯୋଜକ ଅଭିଜିତ ମିଶ୍ର, ସାମାଜିକ ଗଣମାଧ୍ୟମ ସଂଯୋଜକ ସ୍ମରଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ

Leave A Comment

All fields marked with an asterisk (*) are required