Search for:
  • Home/
  • ରାଜ୍ୟ/
  • ବିଜେଡି ଛାଡି ବିଜେପିରେ ସାମିଲ ହେଲେ ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା

Spread the love

Loading

 

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା

 ଓଡିଶାରେ ଅନ୍ୟାୟ, ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାର,ବ୍ୟଭିଚାର, କୁଶାସନ ଅବସାନ ଘଟିବ
: ମନମୋହନ ସାମଲ
 ଗଞ୍ଜାମ ଏନ୍‌ଏସି ଅଧ୍ୟକ୍ଷ ଶ୍ରୀମତୀ ପ୍ରତିଭା ପାଢ଼ୀ, ସ୍ୱାଧୀନ କାଉନସିଲର ଅରୁଣ କୁମାର ପଣ୍ଡା, ବିଜେଡି କାଉନସିଲର ରୀତା ଦେବୀ ମହାରଣା, ରାଇବରୀ ଜେନା, ସ୍ୱାଗତ ଆଶିଷ ନାୟକ, ଇ.ମୋହନ ରେଡ୍ଡି, ପୂର୍ବତନ ଅଧ୍ୟକ୍ଷ ରାନୁ ବଇଠାରୁ ପ୍ରମୁଖ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ
 ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ କଲେ

ଭୁବନେଶ୍ୱର, ତା.୧୯/୦୪: ଭ୍ରଷ୍ଟାଚାର ଶାସନ ବିରୋଧରେ ଲଢ଼େଇ କରିବା ପାଇଁ ଶାସକ ବିଜେଡି ଓ କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳର ନେତା ଓ କର୍ମୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷକରି ବିଜେପିରେ ଯୋଗ ଦେଉଛନ୍ତି । ରାଜ୍ୟ, ଜିଲ୍ଲା ଓ ପଂଚାୟତ ସ୍ତରରୁ ପ୍ରତ୍ୟେକ ଦିନ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଓଡିଶାରେ ଅନ୍ୟାୟ, ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାର,ବ୍ୟଭିଚାର, କୁଶାସନ ଅବସାନ ଘଟିବ । ବିଜେଡିର ଦୀପ ଖୁବଶୀଘ୍ର ଲିଭିଯିବ ଏବଂ ନୂତନ ସୂର୍ଯ୍ୟଦ୍ୟୋୟ ହେବ । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ ହେବ ବୋଲି ରାଜ୍ୟ କାର୍ଯ୍ୟାଳରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ପଣ୍ଡାଙ୍କ ସମେତ ଗଞ୍ଜାମ ଏନଏସି ଅଧ୍ୟକ୍ଷ ଶ୍ରୀମତୀ ପ୍ରତିଭା ପାଢ଼ୀ, ସ୍ୱାଧୀନ କାଉନସିଲର ଅରୁଣ କୁମାର ପଣ୍ଡା, ବିଜେଡି କାଉନସିଲର ରୀତା ଦେବୀ ମହାରଣା, ରାଇବରୀ ଜେନା, ସ୍ୱାଗତ ଆଶିଷ ନାୟକ, ଇ.ମୋହନ ରେଡ୍ଡି, ବିଜୁ ଛାତ୍ର ଜନତା ଦଳର ନେତା ପ୍ରକାଶ ରାଉଳ, ଗଞ୍ଜାମ ଏନଏସିର ପୂର୍ବତନ ଅଧ୍ୟକ୍ଷ ରାନୁ ବଇଠାରୁ, ଅବସରପ୍ରାପ୍ତ ଇଞ୍ଜିନିୟର ବିନୋଦ କୁମାର ପାଢ଼ୀ, ପୂର୍ବତନ ସରପଂଚ ପ୍ରଭାକର ବେହେରା, ବରିଷ୍ଠ ନାଗରିକ ମଂଚର ସଭାପତି ଲିଙ୍ଗରାଜ ପଟ୍ଟନାୟକ, ପୂର୍ବତନ ବିଜେଡି କାଉନସିଲର ପ୍ରକାଶ ଚନ୍ଦ୍ର ବେହେରା, ପୁରୁଣା ବନ୍ଦ ଗାଁର ସଭାପତି କୃଷ୍ଣଚନ୍ଦ୍ର ବେହେରା, ପୂର୍ବତନ କାଉନସିଲର ଦୁର୍ଗା ମାଧବ ପାଣିଗ୍ରାହି, ପୂର୍ବତନ ସରପଂଚ ଶତୁଘ୍ନ ମହାକୁଡ, ବିଜେଡି ଯୁବ ନେତା ତ୍ରିଲୋଚନ ବାରିକ, ହରପ୍ରସାଦ ବାରିକ, ସଞ୍ଜୀବ ସ୍ୱାଇଁ, ତୋଫାନ ପଣ୍ଡା, ସନ୍ତୋଷ ଦାସ, ରଞ୍ଜିତ ଦାସ, ବିଦେଶୀ ଦାସ, ଲିଙ୍ଗରାଜ ପଟ୍ଟନାୟକ, କ୍ଷୀରୋଦ ଚନ୍ଦ୍ର ସାହୁ, ଜିତୁ ଦାସ, ନାରାୟଣ ଦାସ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ସାମଲ ସଦସ୍ୟତା କରାଇଥିଲେ ।
ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଦୀପ ପାଣିଗ୍ରାହି, ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର, ବରିଷ୍ଠ ନେତା ମହେଶ ମହାନ୍ତି, ଗଞ୍ଜାମ ଜିଲ୍ଲା ସଭାପତି ଡ. ସୁବାଷ ସାହୁ, ଛତ୍ରପୁର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required