Search for:

ଜଳଛତ୍ର ଦାନ ଶିବିର

Spread the love

Loading

ଜଳଛତ୍ର ଦାନ ଶିବିର

ଭୁବନେଶ୍ୱର -ସ୍ଥାନୟି ଇନ୍ଦାରା ଗାନ୍ଧୀ ପ୍ରାକ୍ ସମୁଖ ଭାରତ ସଂଚାର ନଗମ ଲିମିଟେଡ (BSNL) ମୂଖ୍ୟ ଫାଟକ ସମ୍ମୁଖରେ Telecom women welfare association ତରଫରୁ ଏକ ଦିବସୀୟ ଜଳଛତ୍ର କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ହେଉଥିବା ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହରେ ପଥଚାରୀ ମାନଙ୍କୁ ଦହିପାଣି, ଲେମ୍ବୁପାଣି, ପୋଦିନା ପାଣି ବଣ୍ଟନ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ରାଜଲକ୍ଷ୍ମୀ ପଲେଇ ଙ୍କ ପ୍ରମୁଖ ତତ୍ତ୍ଵାବଧାନରେ ଉପସଭାପତି ମମତା ବେହେରା , ବରିଷ୍ଠ ସଦସ୍ୟ ହରପ୍ରିୟା ପଟେଲ, ସମ୍ପାଦକ ମୀରା ମହାପାତ୍ର, ଗାୟତ୍ରୀ ମଲ୍ଲିକ,ଶାସ୍ୱତୀପ୍ରଧାନ, ସୁନିତା ସାହୁ, କସ୍ତୁରୀ ପଣ୍ଡା, କାନନବାଳା ସାହୁ ବିନ୍ଦୁ ଲତା ପଣ୍ଡା, ପଦ୍ମିନୀ ମହୁ ପ୍ରମୁଖ ପଥଚାରୀ ମାନଙ୍କୁ ଜଳ ବଣ୍ଟନ କରିଥିଲେ ।ଭାରତ ସଂଚାର ନଗମ ଲିମିଟେଡର ଓଡ଼ିଶା ମୂଖ୍ୟ ରୁଦ୍ରନାରାୟଣ ପରିଜା, ଉପସ୍ଥିତ ରହି ଅନୁଷ୍ଠିନର ଏହି ସାଧୁ ଉଦ୍ୟମକୁ ଭୂଇଁ ଶ୍ରୀ ପ୍ରଶଂସା କରିବା ସହ ‘ଜଳଦାନ ମହାପୂଣ୍ୟ ‘ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୁମ୍ମନ୍ତ କୁମାର ବେହେରା, ମନୋଜ ପଟେଲ, ବିଜୟ ବେହେରା, ପ୍ରସାନ୍ତ କୁମାର ମହାପାତ୍ର, ପ୍ରମୁଖ ସହଯୋଗ କରିଥିଲେ।

Leave A Comment

All fields marked with an asterisk (*) are required