Search for:

ଅମୀୟ ଦାଶ ବିଜେଡ଼ିରେ,

Spread the love

Loading

ପୁରୁଣା ଆରଏସ୍‌ଏସ୍‌ ଓ ବିଜେପି ନେତା ଅମୀୟ ଦାଶ ବିଜେଡ଼ିରେ,ପୂରୀ ପାଇଁ ଗତକାଲି ବିଜେପି ପର୍ଯ୍ୟବେକ୍ଷକଥିଲେ ଆଜି ବିଜେଡ଼ି ନାମାଙ୍କନ ଶୋଭାଯାତ୍ରାରେ
ଭୁବନେଶ୍ବର,: ପୁରୁଣା ଆରଏସ୍‌ଏସ୍‌ ନେତା ତଥା ପୂର୍ବତନ ବିଜେପି ଜିଲ୍ଲା ସଭାପତି ଅମୀୟ ଦାଶ ବିଜେଡ଼ିରେ ଯୋଗଦେଇଛନ୍ତି।ବୁଧବାର ଅପରାହ୍ନରେ ଲିଙ୍ଗରାଜ ମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରାରେ ରଥଦାଣ୍ଡ ପରିକ୍ରମା ଶଙ୍ଖ ଭବନରେ ବିଜେଡ଼ିରେ ଯୋଗ ଦେଇଥିଲେ। ତେବେ ଶ୍ରୀ ଦାଶ ଦୁଇ ଦିନ ପୂର୍ବରୁ ପୁରୀ ଲୋକ ସେବା କ୍ଷେତ୍ରର ବିଜେପି ପ୍ରଭାରୀ ଦାୟିତ୍ବରେ ଥିବା ବେଳେ ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ବିଜେଡ଼ି ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଯାହା ଆଜି ଚର୍ଚାର ବିଷୟ ପାଲଟିଛି।
ଶ୍ରୀ ଦାଶ ଏନେଇ କୁହନ୍ତି ଲୋକଙ୍କୁ ଅଧିକ ସାହାଯ୍ୟ କରିବା ପାଇଁ ସେ ବିଜେଡ଼ିରେ ଯୋଗ ଦେଉଛନ୍ତି, ପିଲାଟି ବେ‌ଳୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପରିବାର ସହ ଜଡ଼ିତ ରହି କାର୍ଯ୍ୟ କରିଆସୁଥିଲି। ରାମ ମନ୍ଦିର ଆନ୍ଦୋଳନ ବେଳୁ ଭାରତୀୟ ଜନତା ପାର୍ଟିରେ ଯୋଗଦେଇକାର୍ଯ୍ୟ କରୁଥିଲି। ସେତେବେଳେ ଯେଉଁ ସ୍ବପ୍ନ ଦେଖିଥିଲି ରାମ ମନ୍ଦିର ତିଆରି ହେବ, ୩୭୦ଧାରା ହଟିବ, ୟୁନିଫର୍ମ ସିବିଲ୍‌ କୋର୍ଡ ଲାଗୁ
ହେବ ପ୍ରାୟ ସବୁ କାମ ସରିଛି। ତେଣୁ ବିଜେପିରେ ମୋର ଆଉ କିଛି କାମ ନାହିଁ। ଆମ ଅଞ୍ଚଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ ଯେଉଁ ବିକାଶର ଧାରା ଚାଲିଛି ସେଥିରେ ସାମିଲ ହୋଇ ଅଧିକ କିଛି କରିବା ପାଇଁ ବିଜୁ ଜନତାଦଳରେ ସାମିଲ ହୋଇଛି। ବିଜେଡ଼ିସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା
ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ
ଭି.କେ.ପାଣ୍ଡିଆନ୍‌, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି
ଶ୍ରୀ ଦାଶ କହିଥିଲେ। ଶଙ୍ଖଭବନ ଠାରେ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ଭୁବନେଶ୍ୱର ଏକାମ୍ର
ବିଧାୟକ ଅଶୋକ ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଉପସ୍ଥିତିରେ
ବିଜେଡିରେ ଯୋଗ ଦେଇଥିଲେ। ଦଳରେ ସାମିଲ୍ ହୋଇଥିବା ସମସ୍ତ ନେତା ଓ କର୍ମକର୍ତ୍ତାଙ୍କୁ ଡକ୍ଟର ପାତ୍ର, ଶ୍ରୀ ପଣ୍ଡା, ଶ୍ରୀ
ରାଉତ ଓ ଶ୍ରୀମତୀ ଦାସ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପିର ହଜାରରୁ ଉର୍ଦ୍ଧ କର୍ମୀଙ୍କ ଯୋଗଦାନ
ଫଳରେ ଭୁବନେଶ୍ୱର ଏକାମ୍ରରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ପଣ୍ଡା, ଶ୍ରୀ ରାଉତ ଓ
ଶ୍ରୀମତୀ ଦାସ କହିଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରକାଶ ଥାଉକି, ଶ୍ରୀ ଦାଶ ୨ଥର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ତୁଲାଇବା ସହ କିଛି ଦିନ ବିଜେପି ରାଜ୍ୟ
ଉପସଭାପତି ରହି କାର୍ଯ୍ୟ କରିଥିଲେ। ଏବେ ପୁରୀ ଲୋକ ସେବା କ୍ଷେତ୍ରର ବିଜେପି ପ୍ରଭାରୀ ଦାୟିତ୍ବରେ ଅଛନ୍ତି। ୨୦୦୯ ମସିହାରେ
ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଶତକଡ଼ା ୧୩ଭାଗ ଭୋଟ ପାଇଥିବା ବେଳେ ୨୦୧୪ରେ ଅମୀୟ ଦାଶ ଶତକଡ଼ା ୨୬ଭାଗ ଭୋଟ୍‌
ପାଇଥିଲେ। ତେ‌ବେ ୨୦୧୯ ମସିହାରେ ଅମୀୟ ଦାଶ ସଂଘଠନ କରି ବିଜେପିରୁ ଛିଡ଼ା ହେବାକୁ ସବୁ ଯୋଜନା କରିଥିଲେ। ୫ବର୍ଷ ଦିନରାତି ଏକ
କରି ସଂଘଠନ କରିଥିଲେ। ହେଲେ ବାବୁ ସିଂକୁ ଦଳକୁ ଆଣି ଦଳର ନେତା ବାବୁ ସିଂଙ୍କୁ ଭୋଟ ଦେଇଥିଲେ। ଫଳରେ ଅମୀୟ ଚୁପ୍‌ ବସିଥିଲେ।
ଯାହା ଫଳରେ ବିଜେଡ଼ିରୁ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହଜରେ ବିଜୟ ହୋଇଥିଲା। ଏଥର ବିଜେପି ଦଳ ପୁଣି ବାବୁ ସିଂଙ୍କୁ ଟିକେଟ୍‌ ଦେବା
ପରେ ଅମୀୟ ଅସନ୍ତୋଷ ଥିଲେ। ଆଜି ପୁରୀ ଯାଇ ସେ ଲୋକସଭା ପ୍ରାର୍ଥି ଅରୂପ ପଟ୍ଟନାୟକଙ୍କ ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Leave A Comment

All fields marked with an asterisk (*) are required