Search for:
  • Home/
  • ରାଜ୍ୟ/
  • ଗାୟତ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ନୃତ୍ୟବୈଶାଖୀ

ଗାୟତ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ନୃତ୍ୟବୈଶାଖୀ

Spread the love

Loading

ଗାୟତ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ନୃତ୍ୟବୈଶାଖୀ

ଭୁବନେଶ୍ୱର,୨।୫ : ଭୁବନେଶ୍ୱର ଖଣ୍ଡଗିରି ନିକଟ ଜାଗମରା-ବରବାରିଠାରେ ଥିବା ଗାୟତ୍ରୀ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ ନୃତ୍ୟ ବୈଶାଖୀ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବରବାରି ରାମ ମନ୍ଦିର ନିକଟ ନବଜ୍ୟୋତି କ୍ଲବ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ଓଡିଶୀ-ଗୋଟିପୁଅ ନୃତ୍ୟଗୁରୁ ଗୋବିନ୍ଦ ଚନ୍ଦ୍ର ପାଲ ଏବଂ ଚଣ୍ଡିଗଡ ପ୍ରାଚୀନ କଳାକେନ୍ଦ୍ରର ଓଡିଶା ବ୍ୟାପାର ବ୍ୟୋମୋକେଶ ଜେନା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଏକାଡେମୀ ଛାତ୍ରୀ ମଙ୍ଗଳାଚରଣ, ମଥୁରା ପାଠ, ମାତୃବନ୍ଦନା ଓ ରାଧାରାଣୀ ସାଙ୍ଗେ ନାଚେରେ ଅଭିନୟ କରିଥିଲେ। ଗୋପିନାଥ ଉପାଧ୍ୟାୟ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ। ଗୁରୁ ଗାୟତ୍ରୀ ଖୁଣ୍ଟିଆ ଏବଂ ସହ ପ୍ରତିଷ୍ଠାତା ରାଜେନ୍ଦ୍ର କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବନ୍ଦନା ପଣ୍ଡା, ଅଙ୍କିତା ପଣ୍ଡା, ଅମ୍ରିତା ପଣ୍ଡା, ଅନ୍ବେଷା ପଣ୍ଡା, ଆୟୁଷି କର, ସସ୍ମିତା ଲେଙ୍କା, ଶୁଭସ୍ମିତା ପ୍ରିୟଦର୍ଶିନୀ, ସିପ୍ରା ରାୟ, ସୋନାକ୍ଷୀ ସେଠି, ଅଳକା ଅଳକୃତା, ଦେବାଶି ସାହୁ ପ୍ରମୁଖ ଅଭିନୟ କରିଥିଲେ।

Leave A Comment

All fields marked with an asterisk (*) are required