Search for:
  • Home/
  • ଅପରାଧ/
  • ବଜ୍ରାଘାତରେ ଦୁଇ ଜଣ ଯୁବକ ମୃତ; ତିନି ଗୁରୁତର

ବଜ୍ରାଘାତରେ ଦୁଇ ଜଣ ଯୁବକ ମୃତ; ତିନି ଗୁରୁତର

Spread the love

Loading

ବଜ୍ରାଘାତରେ ଦୁଇ ଜଣ ଯୁବକ ମୃତ; ତିନି ଗୁରୁତର

ଭୁବନେଶ୍ୱର:ବାଣପୁର : ବାଣପୁର ଅଞ୍ଚଳରେ ଶନିବାର ଅପରାହ୍ନରେ ବଜ୍ରପତ ଘଟି ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଦ୍ବୟଙ୍କ ମଧ୍ୟରୁ ଜଣେ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଅରାଙ୍ଗ ଗ୍ରାମ ଭୋଇ ସାହିର ଗୋଲଖ ରଣସିଂହ ଙ୍କ ପୁଅ ରଞ୍ଜତ ରଣସିଂହ (୨୧) ଏବଂ ଦାମିଆ ବରବରା ପଞ୍ଚାୟତ ଅନ୍ତର୍ଗତ କଦମଝୋଲା ଗ୍ରାମର ଭିକାରି ଶବର ଙ୍କ ପୁଅ ଅମର ଶବର (୧୩)।
ସୁଚନା ମୁତାବକ ରଞ୍ଜତ ତାଙ୍କ ତିନି ସାଙ୍ଗଙ୍କ ସହ ମିଶି ଶନିବାର ଅପରାହ୍ନରେ ବାଣପୁର ଅରାଙ୍ଗ ଗ୍ରାମର ଏକ ବିଲ ମଧ୍ୟରେ ଥିବା ବେଳେ ହଠାତ୍ ସେହି ସମୟରେ ଘଡଘଡି ବର୍ଷା ସହ ବଜ୍ରପାତ ଘଟି ଥିଲା। ଫଳରେ ରଞ୍ଜତ ଓ ତାଙ୍କ ତିନି ସାଙ୍ଗ ବଜ୍ରାଘାତର ଶିକାର ହୋଇ ଥିଲେ। ଫଳରେ ଘଟଣାସ୍ଥଳ ରେ ରଞ୍ଜତ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ଦୁଇ ସାଙ୍ଗ ସଞ୍ଜୟ ନାୟକ (୩୧) ଓ ପ୍ରଶାନ୍ତ ନାୟକ(୨୯) ଦୁହେଁ ଗୁରୁତର ଆହତ ହୋଇ ପଡିଥିଲେ। ଖବର ପାଇ ପରିବାର ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନେ ବର୍ତ୍ତମାନ ଚିକିତ୍ସାଧିନ ଅଛନ୍ତି।

ସେହିଭଳି ଅନୁରୂପ ଭାବେ ବର୍ଷା ହେଉ ଥିବାରୁ ରାସ୍ତା କଡରେ କଦମଝୋଲା ଗ୍ରାମର ଅମର ଛିଡା ହୋଇଥିବା ବେଳେ ସେହି ସମୟରେ ଅମର ମଧ୍ୟ ବଜ୍ରାଘାତର ଶିକାର ହୋଇଥିଲେ । ଖବର ପାଇ ପରିବାର ଲୋକେ ସଙ୍ଗେ ସଙ୍ଗେ ଅମରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ଅମରଙ୍କୁ ମୃତ ଘୋଷଣା କରିଛନ୍ତି।

Leave A Comment

All fields marked with an asterisk (*) are required