Search for:
  • Home/
  • ରାଜ୍ୟ/
  • ନିଖିଳ ଓଡିଶା ଅଟୋ ଟାକ୍ସି ଚାଳକ ମହାସଙ୍ଘର ଏକ ସାଧାରଣ ସଭା

ନିଖିଳ ଓଡିଶା ଅଟୋ ଟାକ୍ସି ଚାଳକ ମହାସଙ୍ଘର ଏକ ସାଧାରଣ ସଭା

Spread the love

Loading

ଭୁବନେଶ୍ୱର:ଆଜ ତା 9/5/2024ରିଖ ଗୁରୁବାର ସମୟ ସକାଳ 11ଘଟିକା ସ୍ଥାନ unit-6 ବିଜୁ ଶ୍ରମିକ ସାମୁଖ୍ୟ ସଭା କକ୍ଷ ରେ ନିଖିଳ ଓଡିଶା ଅଟୋ ଟାକ୍ସି ଚାଳକ ମହାସଙ୍ଘର ଏକ ସାଧାରଣ ସଭା ହୋଇଯାଇଛି l ଭୁବନେଶ୍ୱର ର ଶତାଧିକ ଅଟୋ ସଙ୍ଘ ଓ ପ୍ରମୁଖ ଟାକ୍ସି ୟୁନିୟନ ର କାର୍ଯ୍ୟକର୍ତା ଓ ଚାଳକ ଭାଇମାନେ ଉପସ୍ଥିତ ଥିଲେ l ଆଜିର ବୈଠକ ରେ ରାଜ୍ୟସଭାପତି ଓ ଭୁବନେଶ୍ୱର ଅଟୋ ମହାସଙ୍ଘ ସଭାପତି ସୁବାଷ ସିଂ, ଅନନ୍ତ ନାରାୟଣ ଜେନାଙ୍କ ବ୍ୟତୀତ ଭୁବନେଶ୍ୱର ମେୟର ମାଡାମ ସୁଲୋଚନା ଦାସ, ବିଜୁ ଜନତା ଦଳର ସାଂସଦ ପାର୍ଥି ମନ୍ମଥ ରାଉତରାୟ ଓ ଆମ ସଙ୍ଘର କାର୍ଯ୍ୟକାରୀ ସଭାପତି ନବ କିଶୋର ମହାନ୍ତିବିଜୁ ଶ୍ରମିକ ସାମୁଖ୍ୟ ର ସମ୍ପାଦକ ରାଜୀବ ମହାନ୍ତି,, ସୟଦ ଅଲି ଜୁନେଦ, ଅତୀଶ କୁମାର ମାର୍ଥା, ଦେବେନ୍ଦ୍ର ପାଣିଗ୍ରାହୀ, ବିଜୟ ପଟନାୟକ, ବିପିନ ବିହାରୀ ହୋତା, ଦେବରାଜ ପରିଡା ବ୍ରଜ ନାୟକ,ଲିଙ୍ଗରାଜ ସାମନ୍ତ ସିଂହରାୟ ଭାବଗ୍ରାହୀ ମୁଖି, ପ୍ରଭୁତି ବହୁ ଆଗ ଧାଡ଼ିର କାର୍ଯ୍ୟକର୍ତ୍ତାଙ୍କ ସହିତ ଏକ ହଜାରରୁ ଉର୍ଦ୍ଧ ଅଟୋ ଟାକ୍ସି ଚାଳକ ବନ୍ଧୁ ଯୋଗଦାନ କରିଥିଲେ l
ଆଜିର ବୈଠକ ଟିକୁ ଅଟୋ ଟାକ୍ସି ଚାଳକ ମହାସଙ୍ଘର ସାଧାରଣ ସମ୍ପାଦକ ପଦ୍ମନ ସାମଲ ପରିଚାଳନା କରିଥିଲେ l ବୈଠକ ରେ ସୁବାସ ସିଂ ସଭାପତିତ୍ୱ କରିଥିଲେ l
ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ଏଥିରେ ସନ୍ଦେହ ନାହିଁ l ତାଙ୍କ ସହିତ ବିଜୁ ଜନତା ଦଳର ସମସ୍ତ ବିଧାୟକ ଓ ସାଂସଦ ପାର୍ଥୀଙ୍କୁ ଏକ ରେକର୍ଡ ମାର୍ଜିନ ଭୋଟରେ ଜିତାଇବାକୁ ଆଜି ବୈଠକ ରେ ପରିବହନ ଶ୍ରମିକ ଭାବେ ସଂକଳ୍ପ ନେଇଥିଲେ l ନିକଟରେ ପରିବହନ ଶ୍ରମିକ ଙ୍କ ନିମନ୍ତେ କଲ୍ୟାଣ ବୋର୍ଡ ଗଠନ କରି ମୁଖ୍ୟମନ୍ତ୍ରୀ ଆସ୍ତା ଓ ବିଶ୍ୱାସ ଜିତିଛନ୍ତି l ନବୀନ ବାବୁ ଜଣେ ଶ୍ରମିକ ଦରଦୀ ନେତା ଭାବେ ବେଶ ପରିଚିତ l ତାଙ୍କର ବିକଳ୍ପ ଅଦ୍ୟାବଧି ଓଡ଼ିଶାରେ ତିଆରି ହୋଇନାହାନ୍ତି l
ଓଡ଼ିଶାର ଦଶ ଲକ୍ଷ ରୁ ଉର୍ଦ୍ଧ ପରିବହନ ଶ୍ରମିକ ମୁଖ୍ୟମନ୍ତ୍ରୀ ସାଥିରେ ଅଛନ୍ତି l ଓଡିଶା ବାସୀଙ୍କ ଭଲପାଇବା ନବୀନ ବାବୁଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରି ଇତିହାସ ରଚିବ l

Leave A Comment

All fields marked with an asterisk (*) are required