Search for:
  • Home/
  • କଂଗ୍ରେସ/
  • ଓଡ଼ିଶାରେ ତାମିଲ ଶାସନ ଚଳିବ ନାହିଁ : ଶରତ ପଟ୍ଟନାୟକ

ଓଡ଼ିଶାରେ ତାମିଲ ଶାସନ ଚଳିବ ନାହିଁ : ଶରତ ପଟ୍ଟନାୟକ

Spread the love

Loading

ଓଡ଼ିଶାରେ ତାମିଲ ଶାସନ ଚଳିବ ନାହିଁ : ଶରତ ପଟ୍ଟନାୟକ

ଭୁବନେଶ୍ୱର, ୦୨/୦୯ : ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବାଲିଗୁଡ଼ା ଠାରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଅନାମ ନାୟକ ଅଧ୍ୟକ୍ଷତାରେ ଜନଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ମେଡ଼ିକାଲ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଏଆଇସିସି ପ୍ରଭାରୀ ଡଃ ଚେଲ୍ଲାକୁମାର, ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ରାଜ୍ୟର ବରିଷ୍ଠ ନେତୃବୃନ୍ଦ ହଜାର ହଜାର କର୍ମୀଙ୍କ ସହ ବାଲିଗୁଡ଼ା ସଭାଗୃହ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଆୟୋଜିତ ଜନଜାଗରଣ ସଭାରେ ଉଦ୍‌ବୋଧନ ଦେଇ ଏଆଇସିସି ପ୍ରଭାରୀ ଡଃ ଚେଲ୍ଲାକୁମାର କହିଥିଲେ ଯେ, କନ୍ଧମାଳ ମାଟି ବୀର ସ୍ୱାଧୀନତା ସଂଗ୍ରାମୀ ଚକରା ବିଶୋଇଙ୍କର କାର୍ଯ୍ୟକ୍ଷେତ୍ର ଥିଲା । ଚକରା ବିଶୋଇଙ୍କ ନେତୃତ୍ୱରେ ହଜାର ହଜାର କନ୍ଧମାଳବାସୀ ବିଟ୍ରିଶ ସରକାର ବିରୁଦ୍ଧରେ ଆନ୍ଦୋଳନ କରିଥିଲେ । ମାତ୍ର ଆଜିର ସ୍ୱେଚ୍ଛାଚାରୀ ନବୀନ ସରକାରଙ୍କ ବିରୁଦ୍ଧରେ କନ୍ଧମାଳବାସୀ ତାଙ୍କର ପୂର୍ବଜ ସ୍ୱାଧୀନତା ସଂଗ୍ରାମିମାନଙ୍କ ପରି ଦୁର୍ବାର ଆନ୍ଦୋଳନ କରନ୍ତି । ୨୩ ବର୍ଷ ଧରି କନ୍ଧମାଳ ଜିଲ୍ଲାରୁ ନବୀନ ବାବୁ ଭୋଟ ଲୁଟି ନେଇଛନ୍ତି ହେଲେ ତା’ର ପ୍ରତିବଦଳରେ କିଛି ଦେଇନାହାନ୍ତି । ଏଠି ମହାତ୍ମାଗାନ୍ଧୀ ନରେଗା ଅର୍ଥ ବାଟମାରଣା ହେବା ଫଳରେ ନରେଗା ହିତାଧିକାରୀ ଏହି ଯୋଜନାର ସୁଫଳ ପାଇପାରୁନାହାନ୍ତି । ୨୩ ବର୍ଷ ଭିତରେ କନ୍ଧମାଳ ଜିଲ୍ଲାରେ ନବୀନ ସରକାର ଏକପ୍ରତିଶତ ଜଳସେଚନ ବ୍ୟବସ୍ଥା ବୃଦ୍ଧି କରିପାରିନାହାନ୍ତି । କଂଗ୍ରେସ ଅମଳରେ ଜଳସେଚନ ପାଇଁ ଯେତିକି ଡ୍ୟାମ ହୋଇଥିଲା ତା’ରେ ନବୀନ ସରକାର ପାଦେ ବି ଆଗେଇ ନାହାନ୍ତି । ନିର୍ବାଚନ ପୂର୍ବରୁ ଯୋଜନା ଘୋଷଣା କରି ଭୋଟରକୁ ଭୂଆଁ ବୁଲାଇବାରେ କାରସାଦି ନବୀନ ପଟ୍ଟନାୟକଙ୍କୁ ଜଣା । କାଳିଆ ବଳିଆ ଏବଂ ଏବେର ଆମ ନବୀନ ଆମ ଓଡ଼ିଶା କେବଳ ଭୋଟ ହାତେଇବା ପାଇଁ ଉର୍ଦ୍ଧିଷ୍ଟ । ଚାଷୀ ବା ସାଧାରଣ ଜନତା ଏହି ଯୋଜନାରୁ ସୁଫଳ ପାଇପାରିବେ ନାହିଁ । ରାହୁଲ ଗାନ୍ଧୀଙ୍କର ପ୍ରତି କୃଷକ ପରିବାରକୁ ନ୍ୟାୟ ଯୋଜନାରେ ମାସକୁ ୬ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି କଂଗ୍ରେସ ଆସିଲେ ନିଶ୍ଚିନ୍ତ ପାଳନ ହେବ । କନ୍ଧମାଳ ଜିଲ୍ଲାରେ ସ୍କୁଲ ଅଛି ଶିକ୍ଷକ ନାହାନ୍ତି, ଡାକ୍ତରଖାନା ଅଛି ଡାକ୍ତର ନାହାନ୍ତି । ସାରା ଓଡ଼ିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଞ୍ଜୁରୀପ୍ରାପ୍ତ ପଦବୀରୁ ୪୫ ପ୍ରତିଶତ ଡାକ୍ତର ନାହାନ୍ତି ବୋଲି ସରକାର ନିଜେ ବିଧାନସଭାରେ ସ୍ୱୀକାର କରିଛନ୍ତି । ବିଶ୍ୱବିଦ୍ୟାଳୟ, କଲେଜ ଓ ସ୍କୁଲରେ ଶିକ୍ଷକଙ୍କର ଉତ୍କଟ ଅଭାବ ଯୋଗୁ ଓଡ଼ିଶାରେ ସରକାରୀ ଶିକ୍ଷାନୁଷ୍ଠାନରେ ଗୁଣାତ୍ମକ ଶିକ୍ଷା ଦିଆଯାଇପାରୁନାହିଁ । ଅମୀତ ଶାହାଙ୍କ ଓଡ଼ିଶା ଗ୍ରସ୍ତରେ ଅମୀତ ଶାହା ପାଣ୍ଡିଆନଙ୍କ କବାଟ କିଳା ଆଲୋଚନା ବିଜେଡ଼ି ଓ ବିଜେପିର ଭିତରି ସଂପର୍କକୁ ପଦାରେ ପକାଇଛି । ଏମାନେ ରାଜନୈତିକ ଫାଇଦା ପାଇବା ପାଇଁ ସାଧାରଣ ଜନତାଙ୍କ ଆଗରେ ଡ୍ରାମା କରୁଛନ୍ତି । ଡଃ ଚେଲ୍ଲା କୁମାର କହିଲେ ଯେ, ଓଡ଼ିଶାରେ ଗଣତନ୍ତ୍ରର ମୃତ୍ୟୁ ହୋଇଛି । ବିଧାୟକ ଓ ମନ୍ତ୍ରୀଙ୍କର ଅଧିକାରକୁ ଜଣେ ସଚୀବ ଛଡ଼େଇ ନେଉଛନ୍ତି । ସୁତରାଂ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଓଡ଼ିଶାର ଜନସାଧାରଣଙ୍କୁ ନବୀନ-ପାଣ୍ଡିଆକୃତ ଯନ୍ତ୍ରଣାରୁ ତ୍ରାହି ମିଳିବ । ଏଣୁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟକରି କଂଗ୍ରେସକୁ ଅଧିକ ସଂଗଠିତ କରନ୍ତୁ ଏବଂ କ୍ଷମତାକୁ ଆଣନ୍ତୁ ବୋଲି ଡଃ ଚେଲ୍ଲାକୁମାର କହିଥିଲେ । ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଥିଲେ ଯେ, ବିଜେଡ଼ି ଓ ବିଜେପି ଶାସନରେ ଓଡ଼ିଶାବାସୀ ତଳିତଳାନ୍ତ ହୋଇଗଲାଣି । ଏଠି ବେକାର ଯୁବକ ଉପକ୍ଷିତ, ମହିଳା ନିର୍ଯ୍ୟାତିତ, ଚାଷୀ ଅବହେଳିତ ଏବଂ ସରକାରୀ ଯୋଜନା ସବୁ ଲୁଣ୍ଠିତ । ମୋଦୀଙ୍କର ୨ କୋଟି ଓ ନବୀନଙ୍କର ୨ ଲକ୍ଷ ନିଯୁକ୍ତି ଆଜି ପ୍ରତାରଣାରେ ପରିଲକ୍ଷିତ ହୋଇଛି । ମୋଦୀଙ୍କର ବୁଲେଟ ଟ୍ରେନ୍ ପ୍ରଚଳନ, ପ୍ରତି ପରିବାରର ଜମାଖାତାରେ ୧୫ ଲକ୍ଷ ଟଙ୍କା ଜମା, ଦୁର୍ନୀତି ନିବାରଣ, ମହଙ୍ଗା ନିୟନ୍ତ୍ରଣ, ବିଶେଷ କରି ପେଟ୍ରୋଲ, ଡ଼ିଜେଲ ଓ ଗ୍ୟାସ ଦର ନିୟନ୍ତ୍ରଣ ପ୍ରଭୂତି ପ୍ରତିଶ୍ରୁତି ସଂପୂର୍ଣ୍ଣ ମିଥ୍ୟା ଥିଲାବୋଲି ଆଜି ଜନସାଧାରଣ ଅନୁଭବ କରୁଛନ୍ତି । ଅନ୍ୟପକ୍ଷରେ ନବୀନ ଶାସନରେ ୯ ଲକ୍ଷ ବେକାର ଯୁବକ ନାମ ପଞ୍ଜିକୃତ କରି ନିଯୁକ୍ତି ପାଇଁ ଚିତ୍କାର କରୁଛନ୍ତି । ଓଡ଼ିଶାର ଚାଷୀ ଦେଶର ସବୁ ରାଜ୍ୟ ଠାରୁ ଗରୀବ । ବେକାର ଯୁବକ ଭିଟାମାଟି ଛାଡ଼ି କର୍ମସଂସ୍ଥାନ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଚାଲି ଯାଉଛନ୍ତି । ସରକାରୀ ଅର୍ଥରେ ବିଜୁ ଜନତା ଦଳର କର୍ମୀ ପୋଷଣ ପାଇଁ ବିଜୁ ଯୁବ ବାହିନୀ ଯୋଜନା ଘୋଷଣା କରାଗଲା । ରାଜ୍ୟ ରାଜକୋଷରୁ ବହୁ ଅର୍ଥ ଶ୍ରାଦ୍ଧ କରିବା ପରେ ଏବେ ବିଜୁ ଯୁବ ବାହିନୀଙ୍କୁ ବନ୍ଦ କରାଯାଇଛି । ଓଡ଼ିଶାରେ ୧୬ ଲକ୍ଷ ଲୋକ ଦିନକୁ ଦୁଇ ମୁଠା ଖାଇବାକୁ ପାଉନାହାନ୍ତି । ଜନସାଧାରଣଙ୍କ ଲୁହରେ ନବୀନ ସରକାର ଛାରଖାର ହୋଇଯିବ । ଜଣେ ସଚୀବଙ୍କ ପାଖରେ ବିଜୁ ଜନତା ଦଳ ସଂପୂର୍ଣ୍ଣ ସମର୍ପିତ । ଏବେ ଓଡ଼ିଆ ଲୋକ ନିଜର ସ୍ୱାଭିମାନ ହରାଇ ତାମିଲ ପ୍ରଶାସକଙ୍କର ଶରଣାପୂର୍ଣ୍ଣ ହୋଇଛନ୍ତି । ବିଜେପି ଦୟାରେ ବିଜେଡ଼ି ଓଡ଼ିଶାରେ ବଂଚିଛି । କନ୍ଧମାଳ ଜିଲ୍ଲା ନବୀନ ଶାସନରେ ସଂପୂର୍ଣ୍ଣ ଉପେକ୍ଷିତ । ଏଠି ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଭୃତି ନିମ୍ନତମ ସୁବିଧା ପାଇବାରୁ ଲୋକେ ବଂଚିତ । ଏବେ କନ୍ଧମାଳ କାନ୍ଦୁଛି । ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ଏବଂ ଓଡ଼ିଶାରେ ଭାରତ ଯୋଡ଼ ଯାତ୍ରା ସାଧାରଣଙ୍କ ଜନତାଙ୍କୁ ପ୍ରଭାବିତ କରିଛି । ୧୯୯୦ ମସିହାରେ କଂଗ୍ରେସର ୧୦ ଜଣ ବିଧାୟକ ଥିଲେ । ସେ ସମୟରେ ତତ୍‌କାଳୀନ ପିସିସି ସଭାପତି ଜାନକୀ ପଟ୍ଟନାୟକ ଏବଂ ଯୁବ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ଓ ରାଜ୍ୟର କଂଗ୍ରେସ କର୍ମୀଙ୍କ ସହଯୋଗରେ ନିଷ୍ଠା ଓ ପଭାବି କାର୍ଯ୍ୟକ୍ରମ ଫଳରେ ୧୯୯୫ ମସିହାରେ କଂଗ୍ରେସ ୮୫ ଟି ସିଟ୍ ଦଖଲ କରି କ୍ଷମତାସୀନ ହୋଇଥିଲା । ସାରା ରାଜ୍ୟରେ କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ଓ ଆବେଗ ଦେଖାଦେଇଛି । ଆଗାମୀ ଦିନର ଓଡ଼ିଶାର ରାଜନୈତିକ ଆକାଶରେ ଯେଉଁ ସୂର୍ଯ୍ୟ ଉଦୟ ହେବ, ତାହା କଂଗ୍ରେସ ବୋଲି ଶରତ ପଟ୍ଟନାୟକ କହିଥିଲେ । ତାମିଲ ଶାସନ ଓଡ଼ିଶାରେ ଚଳିବ ନାହିଁ ଏବଂ ଓଡ଼ିଶାବାସୀଙ୍କ ସ୍ୱାଭିମାନ ଓ ସମ୍ମାନ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ବିଜେଡ଼ି ଓ ବିଜେପିର ତାଡ଼ନା ସହି କନ୍ଧମାଳ ଜିଲ୍ଲାରେ ନିଃଶ୍ୱାର୍ଥପର ଭାବରେ କଂଗ୍ରେସ କାର୍ଯ୍ୟକରୁଥିବା କଂଗ୍ରେସ ନେତା ଓ କର୍ମକର୍ତାଙ୍କୁ ଶ୍ରୀ ପଟ୍ଟନାୟକ ସାଧୁବାଦ ଜଣାଇଥିଲେ । ନବୀନ ବାବୁ ନିଜକୁ ସ୍ୱଚ୍ଛ ଶାସକ କହୁଛନ୍ତି ହେଲେ ଓଡ଼ିଶାର ସମସ୍ତ କାମ ଲାଂଚ ନେଲେହିଁ ହୋଇଥାଏ । ଜନତା କାହାକୁ ଏହାର ଅଭିଯୋଗ କରିବେ ବୋଲି ଜାଣପାରୁ ନାହାନ୍ତି ବୋଲି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଥିଲେ । ରାଜ୍ୟରେ ପିସିସିର ସରକାର ଚାଲିଛି, ଜନପ୍ରତିନିଧି ଏଠି କଣ୍ଢେଇ ସାଜିଛନ୍ତି, ଅଫିସର ମନମୁଖି ଶାସନ କରୁଛନ୍ତି, ଓଡ଼ିଶା ବାହାର ଲୋକ ଓଡ଼ିଶାକୁ ଲୁଟି ଚାଲିଛନ୍ତି, ମହିଳା ସଶକ୍ତିକରଣ କହୁଥିବା ମଣିପୁର ଲୋମହର୍ଷଣକାରୀ ଘଟଣାର ବିଜେପିକୁ ସମର୍ଥନ କରି ନିଜର ଅସଲ ଚେହେରା ସାମନାକୁ ଆଣିଛି । ଏଣୁ ଆଗାମୀ ନିର୍ବାଚନରେ ଅଗଣତାନ୍ତ୍ରିକ ସରକାରକୁ ଲୋକ ଉଚିତ ଜବାବ ଦେବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ପରିଶେଷରେ ବିଜେଡ଼ି ଓ ବିଜେପିର ବହୁ ନେତା ଡଃ ଚେଲ୍ଲାକୁମାର ଓ ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗଦେଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉରତରାୟ, ତାରା ପ୍ରସାଦ ବାହିନିପତି, ରମେଶ ଜେନା, ମାନସ ଚୌଧୁରୀ, ୟାସିର ନୱାଜ, ବନ୍ଦିତା ପରିଡ଼ା, ଦାସରଥି ଗମାଙ୍ଗୋ, ଭୂଜବଳ ମାଝି, ସୁରେନ୍ଦ୍ର ସିଂ ଭୋଇ, ଜନାକୀବଲ୍ଲଭ ପଟ୍ଟନାୟକ, ବିସ୍ମୟ ମହାପାତ୍ର, ବିଶ୍ୱଜିତ୍ ଦାସ, ରଞ୍ଜିତ ପାତ୍ର, ନକୁଳ ନାୟକ, ବାଙ୍କନିଧି ବେହେରା, ପ୍ରକାଶ ମିଶ୍ର, ଅଭିମନ୍ୟୁ ବେହେରା, ଆଲୋକ ଲେଙ୍କା, ସୁବ୍ରତ ମହାପାତ୍ର, ଚନ୍ଦ୍ର ପରିଡ଼ା, ଚନ୍ଦନ ପଣ୍ଡା, ବିଦୁଭୂଷଣ ତ୍ରିପାଠୀ, ଅଜୟ ସାହୁ, ଜ୍ଞାନ ପଟ୍ଟନାୟକ, ତରୁଣ ମିଶ୍ର, ପ୍ରଭାତ ପ୍ରତାପ ସିଂ, ଜାକବ ପ୍ରଧାନ, ପ୍ରଦୀପ ମହାପାତ୍ର, ଶ୍ରୀମାଚଂଳ ଆଚାର୍ଯ୍ୟ, ବିନୋଦ ପାଣି, ନିରୁପମା ପାତ୍ର, ବିଳାସିନି ନାୟକ ଓ ଘନ ସବର ପ୍ରମୂଖ ଯୋଗଦେଇଥିଲେ । ପରିଶେଷରେ ପୂବର୍ତନ ବିଧାୟକା ଅଜୟନ୍ତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Comment

All fields marked with an asterisk (*) are required