Search for:
  • Home/
  • ଦେଶ-ବିଦେଶ/
  • ସମ୍ବଲପୁରୀ ଦିବସ ଅବସରରେ ସଂସଦରେ ଦେଖିବାକୁ ମିଳିଲା ସମ୍ବଲପୁରୀ ବସ୍ତ୍ରର ଝଲକ ।

ସମ୍ବଲପୁରୀ ଦିବସ ଅବସରରେ ସଂସଦରେ ଦେଖିବାକୁ ମିଳିଲା ସମ୍ବଲପୁରୀ ବସ୍ତ୍ରର ଝଲକ ।

Spread the love

Loading

ସମ୍ବଲପୁରୀ ଦିନରେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସଂସଦ କାର୍ଯ୍ୟରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ.ଜୟଶଙ୍କର ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ଭୁବନେଶ୍ୱର:ସମ୍ବଲପୁରୀ ଦିବସ ଅବସରରେ ସଂସଦରେ ଦେଖିବାକୁ ମିଳିଲା ସମ୍ବଲପୁରୀ ବସ୍ତ୍ରର ଝଲକ । ସମ୍ବଲପୁରୀ ପୋଷାକ ପରିଧାନ କରି ସଂସଦ କାର୍ଯ୍ୟରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ କେନ୍ଦ୍ରମନ୍ତ୍ରୀ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ.ଜୟଶଙ୍କରଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରୀ ପୋଷାକ ପରିଧାନ କରି ଗୃହରେ ଉପସ୍ଥିତ ହେବାର ଦେଖାଯାଇଛି । ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଖୁସିବ୍ୟକ୍ତ କରିଛନ୍ତି । ସମ୍ବଲପୁରୀ ଦିବସ ଅବସରରେ ସେହି ଅଞ୍ଚଳର ବସ୍ତ୍ର ପରିଧାନ କରିବା ସହ ଓଡ଼ିଶାର ସଂସ୍କୃତି ପ୍ରତି ସମ୍ମାନ ଜଣାଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ଯୋଗେ ସମ୍ବଲପୁରୀ ଦିନ୍‌ର ଶୁଭେଚ୍ଛା ଜଣାଇବା ସହ ବିଶିଷ୍ଟ ସାହିତ୍ୟିକ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କର ଜନ୍ମ ଦିନରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସମ୍ବଲପୁର୍ ଅଞ୍ଚଳର ଅନନ୍ୟ ସଂସ୍କୃତିକୁ ସାରା ବିଶ୍ୱରେ ପ୍ରଚାର ପ୍ରସାର କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

Leave A Comment

All fields marked with an asterisk (*) are required