Search for:
  • Home/
  • ରାଜ୍ୟ/
  • ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କିସ୍‍ର ୩ ଛାତ୍ର କୃତକାର୍ଯ୍ୟ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କିସ୍‍ର ୩ ଛାତ୍ର କୃତକାର୍ଯ୍ୟ

Spread the love

Loading

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କିସ୍‍ର ୩ ଛାତ୍ର କୃତକାର୍ଯ୍ୟ

 

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଅନୁଷ୍ଠିତ ୨୦୨୧-୨୨ ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ କିସ୍‍ର ୩ଜଣ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ହେଲେ ସୁନ୍ଦରଗଡ଼ର ବିଶ୍ୱନାଥ ରଞ୍ଜନ କିଷାନ, ନୂଆପଡ଼ାର ଫାଲ୍‍ଗୁନୀ ଶବର ଓ କଳାହାଣ୍ଡିର ସନାତନ ମାଝୀ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରର ସନାତନ ହେଉଛନ୍ତି ଆଦିମ ଜନଜାତି କୁଟିଆ କନ୍ଧ ସମ୍ପ୍ରଦାୟର । ଅନ୍ୟ ପକ୍ଷରେ ଚଳିତବର୍ଷ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ଅନୁଷ୍ଠିତ ୟୁଜିସି ନେଟ୍‍ ପରୀକ୍ଷାରେ କିସ୍‍ର ୧୦ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ଗୋଲକ କହଁର ଓ ବଳରାମ ଚମ୍ପିଆ ୟୁଜିସି ନେଟ୍‍ କ୍ୱାଲିଫାଏ କରିବା ସହ ଜେଆରଏଫ୍‍ ମନୋନୀତ ହୋଇଛନ୍ତି । ୟୁଜିସି ନେଟ୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଅନ୍ୟ ଛାତ୍ରଛାତୀମାନେ ମାନେ ଜୟନ୍ତୀ ମାଝୀ, କୁନ୍ତଳା ଜାନୀ, ଭାରତୀ କୁଜୁର, ରେବତୀ ସିଂହ, କେଶବ ମାଝୀ, ଦେବହୂତି ପୁଟା, ସାନ୍ଥାରାମ ମାଝୀ ଓ ଜୟନ୍ତୀ ଭୋଇ । କିସ୍‍ର ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଓ ୟୁଜିସି ନେଟ୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜ ପ୍ରତିକ୍ରୟାରେ ଶ୍ରୀ ସାମନ୍ତ କହିଛନ୍ତି, ଜାତୀୟ ଓ ରାଜ୍ୟସ୍ତରରେ ହେଉଥିବା ପ୍ରଶାସନିକ ଓ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ କିସ୍‍ର ଛାତ୍ରଛାତ୍ରୀମାନେ ଯେଭଳି ଭଲ ପ୍ରଦର୍ଶନ କରିବେ ସେଥିପାଇଁ ଆମ ପ୍ରୟାସ କ୍ରମେ ସ୍ୱତନ୍ତ୍ର ତାଲିମ୍‍ ପ୍ରଦାନ କରାଯାଉଛି । ଭବିଷ୍ୟତରେ ଆହୁରି ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ ସେଥିପାଇଁ ସେମାନଙ୍କୁ ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

Leave A Comment

All fields marked with an asterisk (*) are required