Search for:
  • Home/
  • ରାଜ୍ୟ/
  • ମଧୁ ବାବୁଙ୍କୁ ମିଳିନି ଯଥୋଚିତ ସମ୍ମାନ, ସରିଲା ୨୦ରାଜ୍ୟରେ ସ୍ୱାକ୍ଷର ସଂଗ୍ରହ ଅଭିଯାନ

ମଧୁ ବାବୁଙ୍କୁ ମିଳିନି ଯଥୋଚିତ ସମ୍ମାନ, ସରିଲା ୨୦ରାଜ୍ୟରେ ସ୍ୱାକ୍ଷର ସଂଗ୍ରହ ଅଭିଯାନ

Spread the love

Loading

ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କ ସହ ଆଲୋଚନା
ମଧୁ ବାବୁଙ୍କୁ ମିଳିନି ଯଥୋଚିତ ସମ୍ମାନ, ସରିଲା ୨୦ରାଜ୍ୟରେ ସ୍ୱାକ୍ଷର ସଂଗ୍ରହ ଅଭିଯାନ
ସଂସଦରେ ପ୍ରତିମୂତି, ନାମରେ ଚାଲୁ ଟ୍ରେନ୍‌, ଜୟନ୍ତୀ ଛୁଟି ଘୋଷଣା ଦାବି
ଭୁବନେଶ୍ୱର,୨୮/୪: ଭାରତର ପ୍ରଥମ ଭାଷାଭିତିକ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ଗୌରବାନୀତ କରିଥିଲେ ଭାରତ ଗୌରବ ମଧୁସୂଦନ ଦାସ । ସେଥିପାଇଁ ତାଙ୍କୁ ନୂତନ ଓଡ଼ିଶାର ନିର୍ମାତା ଓ ଜନକ କୁହାଯାଏ । ଭାରତ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତର ଭାରତରତ୍ନ ସମ୍ମାନରୁ ବହୁ ଉର୍ଦ୍ଧରେ । ତେବେ ତାଙ୍କୁ ମରଣୋତରରେ ଭାରତରତ୍ନ, ମଧୁବାବୁଙ୍କ ପ୍ରତିମୂର୍ତି ସଂସଦ ଭବନ ପରିସରରେ ସ୍ଥାପନା, ଉତ୍କଳ ଗୌରବ ମଧୁସୂଦନଙ୍କ ନାମରେ ରେଳ ଗାଡି ଚଲାଇବା, ମଧୁ ବାବୁଙ୍କ ଜୟନ୍ତୀ ଦିନ ସରକାରୀ ଛୁଟି ଘୋଷଣା ଓ କୋର୍ଟ ନିକଟ ରାସ୍ତାକୁ ମଧୁ ବାବୁଙ୍କ ନାମରେ ନାମକରଣ କରିବା ପାଇଁ ରାଜ୍ୟ ହାଇକୋର୍ଟର ପୂର୍ବତନ ବିଚାରପତି ଇଶରତ ମାସରୁର କ୍ୟୁଦେଶୀଙ୍କ ସହ ଆଲୋଚନା କରାଯିବ ସହ ଏଥିପାଇଁ ଉଦ୍ୟମ କରିବା ପାଇଁ ନିବେଦନ କରି ଏକ ଲିଖିତପତ୍ର ପ୍ରଦାନ କରାଯାଇଥିଲା। ସେ ତାଙ୍କ ଆଲୋଚନା ବେଳେ କହିଥିଲେ ଯେ ମଧୁ ବାବୁଙ୍କୁ ଭାରତରତ୍ନ ମିଳିବ ସର୍ବୋତ୍ତମ ବ୍ୟକ୍ତି। ତାଙ୍କୁ ମରଣୋତର ଭାରତରତ୍ନ ଦିଆଯିବା ଉଚିତ। ଶ୍ରୀ କ୍ୟୁଦେଶୀ ଜାତୀୟ ଜନ ଦଳ ରାଷ୍ଟୀୟ ସଭାପତି ଭାବେ ଓଡିଶା ଆସିଥିବା ବେଳେ ଆଜି ମଧୁ ବାବୁଙ୍କ ଜୟନ୍ତୀ ଅବସରରେ ଅଲ୍ ଓଡ଼ିଶା ଲୟର୍ସ ଫେରମ ଓ ସର୍ବଭାରତୀୟ ମଧୁ ସ୍ମାରକ ମଂଚର ଆବାହକ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ସରୋଜ କୁମାର ସାହୁ, ବରିଷ୍ଠ ଆଇନଜୀବୀ ହରପ୍ରିୟା ସାମନ୍ତରାୟ, ବିଷ୍ନୁପ୍ରିୟା ପୃଷ୍ଟି ସମେତ ବହୁ ମୁରବୀ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ରାଜ୍ୟପାଳଙ୍କୁ ମଧୁବାବୁଙ୍କ ତ୍ୟାଗ ସମ୍ପର୍କରେ ଅବଗତ କରାଯାଇଥିଲା । ଫୋରମ ତରଫରୁ କୁହାଯାଇଛି ଯେ ତାଙ୍କୁ ମରଣୋତରରେ ଯେତେ ସମ୍ମାନ ଦେଲେ ମଧ୍ୟ କମ୍ ହେବ । ମଧୁବାବୁଙ୍କୁ ଯଥୋଚିତ ସମ୍ମାନ ମିଳିନଥିବାରୁ ଓଡ଼ିଶା ଲୟର୍ସ ଫୋରମ୍ ପକ୍ଷରୁ ବିଭିନ୍ନ ଜିଲ୍ଲାର ମୁରବୀ ସମେତ ରାଜ୍ୟର ବିଭିନ୍ନ ଓକିଲ ସଂଘ ସହଯୋଗରେ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲୁ ରହିଛି । ନିକଟରେ ସୁପ୍ରୀମକୋର୍ଟ ପରିସରରେ ଏହି ଅଭିଯାନ କରାଯିବା ସହ ୨୦ଟି ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି । କୋଲକାତାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ, ଝାଡ଼ଖଣ୍ଡ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, ଚେନ୍ନାଇ, ଗୋଆ, ଆନ୍ଧ୍ରପ୍ରଦେଶର ତିରୂପତି, ଆଣ୍ଡାମାନ, ବେଙ୍ଗାଲୁରୁ, ପଞ୍ଜାବ, ଉତରାଖଣ୍ଡ, ତ୍ରିପୁରା, ଆସାମ, ମିଜୋରାମ, ନୂଆଦିଲ୍ଲୀ ଆଦି ସ୍ଥାନରେ ବାସ କରୁଥିବା ମଧୁପ୍ରେମୀଙ୍କ ସ୍ୱାକ୍ଷର ସଂଗ୍ରହ କରାଯାଇଛି ।

Leave A Comment

All fields marked with an asterisk (*) are required