Search for:
  • Home/
  • ରାଜ୍ୟ/
  • ସନ୍ଧାନ ମଧୁକଥା ସମାରୋହ ଆୟୋଜିତ।

ସନ୍ଧାନ ମଧୁକଥା ସମାରୋହ ଆୟୋଜିତ।

Spread the love

Loading

ସନ୍ଧାନ ମଧୁକଥା ସମାରୋହ ଆୟୋଜିତ

ଭୁବନେଶ୍ୱର:ଉତ୍କଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ସ୍ଵେଚ୍ଛାସେବୀ ସଙ୍ଗଠନ ଆଶାଏଁ ଆନୁକୁଲ୍ୟରେ ସନ୍ଧାନ ମଧୁକଥା ସମାରୋହ ଆୟୋଜିତ ହୋଇଯାଇଛି । କୁନିକୁନି ପିଲାମାନଙ୍କୁ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ କରିବା ପାଇଁ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଓଡିଶାର ବିଭିନ୍ନ ଜିଲ୍ଲା ଚିହ୍ନଟ ଓ ସେହି ଜିଲ୍ଲା ମାନଙ୍କର ବିଶେଷତ୍ଵ ବିଷୟରେ ଆୟୋଜିତ ଜଣା ଅଜଣା କାର୍ଯ୍ୟକ୍ରମ ପିଲାମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା । ମୋ ସ୍ଵପ୍ନର ଓଡ଼ିଶା ସମ୍ପର୍କିତ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହାସହିତ ମଧୁବକୃତା ଓ ମୁଁ ମଧୁବାବୁ ସମ୍ପର୍କିତ ଏକକ ଅଭିନୟରେ ପିଲାମାନେ ଅଂଶଗ୍ରହଣ କରିଥିଲେ । ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ପରିବେଶ ବେଶ ମତୁଆଲା ହୋଇଥିଲା । ସମାଜସେବୀ ଶ୍ରୀମତି ଜୟଶ୍ରୀ ମହାପାତ୍ର, ନିତିଦିନ ସମ୍ବାଦପତ୍ର ସମ୍ପାଦକ ଶ୍ରୀଯୁକ୍ତ ମନୋଜ ମହାପାତ୍ର, ମହିଳା ଓ ଶିଶୁ ମଙ୍ଗଳ ବିଭାଗ ଉପଦେଷ୍ଟା ଶ୍ରୀମତି ସୁମିତ୍ରା ଜେନା, ଇନରହ୍ବିଲ କ୍ଲବ ସଦସ୍ୟା ଶ୍ରୀମତୀ ମମତା ବାଜପାୟୀ ଓ ଅର୍ଥବିତ ଶ୍ରୀଯୁକ୍ତ ଦୟାନିଧି ହରିଚନ୍ଦନ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ମଧୁବାବୁଙ୍କ ଆଦର୍ଶ ତୁମକୁ ନିଜର ଏକ ବଳିଷ୍ଠ ବ୍ୟକ୍ତିତ୍ତ୍ୱ ଗଠନରେ ପ୍ରେରିତ କରୁ ବୋଲି ନିତିଦିନ ସମ୍ବାଦପତ୍ର ସମ୍ପାଦକ ଶ୍ରୀଯୁକ୍ତ ମନୋଜ ମହାପାତ୍ର ପିଲାମାନଙ୍କୁ କହିଥିଲେ । ଜଣେ ସ୍ଵାଭିମାନୀ ଓଡ଼ିଆ ଭାବେ ଦେଶ ବିଦେଶରେ ଓଡ଼ିଶାର ଗୌରବ ଗାଥା ତୁମ ମାଧ୍ୟମରେ ସଞ୍ଚାରିତ ହେଉ ବୋଲି ସମାଜସେବୀ ଶ୍ରୀମତି ଜୟଶ୍ରୀ ମହାପାତ୍ର ବକ୍ତବ୍ୟ ରଖିଥିଲେ । ଆଶାଏଁ ସଙ୍ଗଠନର ଅଧ୍ୟକ୍ଷ ରତ୍ନାକର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ମନସ୍ଵିନୀ ପରିଡ଼ା ଅତିଥି ଅଭ୍ୟର୍ଥନା ଓ ବିକ୍ରମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଶାଏଁ ଅନୁଷ୍ଠାନର ପିଲାମାନଙ୍କ ସହ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ, ବୀଣାଭାରତୀ ଶିକ୍ଷା ମନ୍ଦିର ଓ ସୋଚ ଅନୁଷ୍ଠାନ ପିଲାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପରିଶେଷରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ପିଲାମାନଙ୍କୁ ଜଣାଇବା ପାଇଁ ବିଭିନ୍ନ ପ୍ରକାର ପିଠା ଓ ପଣା ପରଷା ଯାଇଥିଲା। ଆଶାଏଁ ସଙ୍ଗଠନର ଛାତ୍ର ଛାତ୍ରୀ, ସ୍ଵେଚ୍ଛାସେବୀ ସପନ ଜେନା, କଳ୍ପନା ଗିରି ଓ କର୍ମକର୍ତ୍ତା ସଂଗ୍ରାମ ରାଉତରାୟ, ମମତା ପାରମାଣିକ, ଗୀତାଞ୍ଜଳି ନାୟକ, ବନଲତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Comment

All fields marked with an asterisk (*) are required