Search for:
  • Home/
  • ରାଜ୍ୟ/
  • ଅଗଣତାନ୍ତ୍ରିକ ଦିଲ୍ଲୀ ଅର୍ଡିନାନ୍ସ ବିଲକୁ ବିରୋଧ କରିବା ପାଇଁ ସମସ୍ତ ଗଣତାନ୍ତ୍ରିକ ଶକ୍ତିକୁ ନିବେଦନ l

ଅଗଣତାନ୍ତ୍ରିକ ଦିଲ୍ଲୀ ଅର୍ଡିନାନ୍ସ ବିଲକୁ ବିରୋଧ କରିବା ପାଇଁ ସମସ୍ତ ଗଣତାନ୍ତ୍ରିକ ଶକ୍ତିକୁ ନିବେଦନ l

Spread the love

Loading

ଅଗଣତାନ୍ତ୍ରିକ ଦିଲ୍ଲୀ ଅର୍ଡିନାନ୍ସ ବିଲକୁ ବିରୋଧ କରିବା ପାଇଁ ସମସ୍ତ ଗଣତାନ୍ତ୍ରିକ ଶକ୍ତିକୁ ନିବେଦନ l

ଭୁବନେଶ୍ୱର:ଆସନ୍ତା ସପ୍ତାହରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ସରକାର ଦିଲ୍ଲୀ ଅର୍ଡିନାନ୍ସକୁ ଆଇନରେ
ପରିଣତ କରିବା ପାଇଁ ଏକ ବିଲ ଆଣୁଛି l ଏହି ବିଲ ସମ୍ପୂର୍ଣ୍ଣ ଭାବରେ ଅଗଣତାନ୍ତ୍ରିକ, ଅସମ୍ବିଧାନିକ ଏବଂ
ଦିଲ୍ଲୀବାସୀଙ୍କର ସ୍ୱାର୍ଥ ବିରୋଧୀ ଅଟେ l ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବରେ ଦିଲ୍ଲୀର ଶାସନ ପାଇଁ ନିର୍ବାଚିତ
ସରକାରଙ୍କୁ ଉତ୍ତରଦାୟୀ କରିବା ସହିତ ପ୍ରଶାସନ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ନେବାର ଅଧିକାର ଦିଲ୍ଲୀ
ସରକାରଙ୍କର ରହିଛି ବୋଲି ନିର୍ଣ୍ଣୟ କରିବା ପରେ ତରବରିଆ ଭାବରେ ଅଧ୍ୟାଦେଶ ଆଣି ବିଜେପି
ସରକାର ସମସ୍ତ ଅଧିକାର ଦିଲ୍ଲୀର ଏଲଜିଙ୍କ ହାତକୁ ଟେକିଦେଇଛି l ଅର୍ଥାତ ନିର୍ବାଚିତ ସରକାର ବଦଳରେ
ବର୍ତ୍ତମାନ ଶାସନ କ୍ଷମତା କେନ୍ଦ୍ର ସରକାର ଏବଂ ଏହା ଦ୍ୱାରା ନିଯୁକ୍ତ ଏଲଜିଙ୍କ ହାତରେ ରହିବ l

ବର୍ତ୍ତମାନ ଏହି ଅର୍ଡିନାନ୍ସ ସୁପ୍ରିମ କୋର୍ଟରେ ବିଚାରଧୀନ ଥିବା ସମୟରେ ଅନ୍ୟାୟପୂର୍ଣ୍ଣ ଭାବରେ ମୋଦି
ସରକାର ପାର୍ଲିଆମେଣ୍ଟରେ ଏ ସମ୍ପର୍କିତ ବିଲ ଆଣିବା ସମ୍ବିଧାନ ଏବଂ ଏହାର ମୂଲ୍ୟବୋଧର ବିରୁଦ୍ଧlଚରଣ
କରୁଛି l ଅନେକ ରାଜନୈତିକ ଦଳ ଏହି ବିଲର ବିରୋଧ କରୁଥିବାବେଳେ ଆମ ଆଦମୀ ପାର୍ଟି ସମସ୍ତ
ଗଣତାନ୍ରିକ ଶକ୍ତିଙ୍କୁ ଏହି ବିଲର ବିରୋଧ ସବୁ ସ୍ତରରେ କରିବା ପାଇଁ ଅନୁରୋଧ କରୁଛି l

Leave A Comment

All fields marked with an asterisk (*) are required