Search for:
  • Home/
  • ରାଜ୍ୟ/
  • ଏକାମ୍ର ନିର୍ବାଚନ ମଣ୍ଡଳୀର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟକ୍ରମ ।

ଏକାମ୍ର ନିର୍ବାଚନ ମଣ୍ଡଳୀର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟକ୍ରମ ।

Spread the love

Loading

ଭୁବନେଶ୍ୱର:ଆଜି ଭୁବନେଶ୍ଵର ଏକାମ୍ର ନିର୍ବାଚନ ମଣ୍ଡଳୀର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟକ୍ରମ ।ଏହି କାର୍ଯ୍ୟକ୍ରମ ଅବସରରେ ଆଗାମୀ ମେ ମାସ ୩ ତାରିଖ ଦିନ ନାମାଙ୍କନ ଦାଖଲ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଏହି ପରିପ୍ରେକ୍ଷୀରେ ନାମାଙ୍କନ ଦାଖଲ ଦିନ ସକାଳ ୮ ଘଟିକାରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନିଜ ସମର୍ଥକଙ୍କ ସହ ପଦଯାତ୍ରାରେ ମନ୍ଦିରଠାରୁ ବାହାରି ରଥଖଳା, ବଢେଇବାଙ୍କ ଛକ, କାପାଳୀ ମନ୍ଦିର ଛକ , ଗୋସାଗରେଶ୍ଵର ଛକ, ରଥ ରୋଡ଼, ମାଉସୀମା ଛକ ଦେଇ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ନାମାଙ୍କନ ଦାଖଲ କରିବେ ବୋଲି ନିଷ୍ପତ୍ତି ହୋଇଥିଲା ।
ଅପରାହ୍ନରେ ୱାର୍ଡ଼ ନଂ ୫୩ ଏବଂ ୬୦ରେ ବିଜୁ ମହିଳା ଜନତା ଦଳର କର୍ମୀ ସମ୍ମିଳନୀ ଏବଂ ଯୁବ-ଛାତ୍ର ଦଳ କର୍ମୀ ସମ୍ମିଳନୀରେ ଶ୍ରୀ ପଣ୍ଡା ଉଦବୋଧନ ଦେଇଥିଲେ । ଶେଷରେ ମଧୁବାବୁଙ୍କ ଜୟନ୍ତୀ ଅବସରରେ ବିଜୁ ଆଇନଜୀବୀ ସାମୁଖ୍ୟ ଭୁବନେଶ୍ଵର ଶାଖା ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସାମୁଖ୍ୟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମେୟର ଶ୍ରୀମତୀ ସୁଲୋଚନା ଦାସ, ଜିଲ୍ଲା-ପରିଷଦ ସଦସ୍ୟ ଶ୍ରୀଯୁକ୍ତ ସୁବାସ ସୁନ୍ଦରାୟ, କର୍ପୋରେଟର ମହାମାୟା ସ୍ଵାଇଁ, ଚନ୍ଦ୍ରଶେଖର ମଲିଆ, ହୃଦୟବଲ୍ଲଭ ସାମନ୍ତରାୟ, ଶିବ ପ୍ରସାଦ ବେହେରା, ଛବି ଦାସ, ନୃପେଶ ନାୟକ, ବିଜୁ ଆଇନଜୀବୀ ସାମୁଖ୍ୟ ଆବାହକ ଡଃ. ସୁରେଶ ବାରିକ ଏବଂ ଏକାମ୍ରର ସମସ୍ତ କେର୍ପୋରେଟର, ସରପଞ୍ଚ, ସମିତି ସଭ୍ୟ ଏବଂ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required