Search for:
  • Home/
  • ରାଜ୍ୟ/
  • ନିର୍ବାଚନକୁ ବିରୋଧ କରୁଥିବା ମାଓବାଦୀ ନିର୍ବାଚନ ପ୍ରଚାର ସଭାରେ ବିଜେପି ନେତାଙ୍କୁ ହତ୍ୟା

ନିର୍ବାଚନକୁ ବିରୋଧ କରୁଥିବା ମାଓବାଦୀ ନିର୍ବାଚନ ପ୍ରଚାର ସଭାରେ ବିଜେପି ନେତାଙ୍କୁ ହତ୍ୟା

Spread the love

Loading

ନିର୍ବାଚନକୁ ବିରୋଧ କରୁଥିବା ମାଓବାଦୀ ନିର୍ବାଚନ ପ୍ରଚାର ସଭାରେ ବିଜେପି ନେତାଙ୍କୁ ହତ୍ୟା

ମାଲକାନଗିରି, ୪।୧୧: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟରେ ଆସନ୍ତା ୭ ତାରିଖରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ନିର୍ବାଚନ ପ୍ରକ୍ରିୟାକୁ ମାଓବାଦୀ ମାନେ ବିରୋଧ କରି ଆସୁଛନ୍ତି । ତେବେ ନିର୍ବାଚନରେ ବାଧା ସୃଷ୍ଟି ପାଇଁ ମାଓବାଦୀ ମାନେ କେତେବେଳେ ପୋଷ୍ଟର ଲଗାଉଛନ୍ତି ତ କେତେବେଳେ ଗାଡି ଜାଳିବା ଓ ଆକ୍ରମଣ କରିବା ଭଳି ହିଂସା ଦେଖିବାକୁ ମିଳୁଛି । ତେବେ ଆଜି ନିର୍ବାଚନ ପ୍ରଚାର ସଭାରେ ଜଣେ ବିଜେପି ନେତାଙ୍କୁ ମାଓବାଦୀମାନେ ପିଟି ପିଟି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ବିଜେପି ଦଳର ନାରାୟଣପୁର ଜିଲ୍ଲା ଉପାଧ୍ୟକ୍ଷ ରତନ ଦୁବେ। ସୂଚନା ଅନୁଯାୟୀ, ଆଜି ସକାଳୁ ରତନ ଦୁବେ ନିର୍ବାଚନ ପ୍ରଚାର ପାଇଁ ନାରାୟଣପୁର ଜିଲ୍ଲାର ଘୋଡେଇ ଓ କୋଶଲାନର ଅଞ୍ଚଳକୁ ଯାଇଥିଲେ। ସେହି ପ୍ରଚାର ସଭାକୁ ଗ୍ରାମବାସୀ ବେଶଭୂଷାରେ ମାଓବାଦୀମାନେ ଆସିଥିବା ବେଳେ କେହି ଜାଣିପାରିନଥିଲେ। ରତନ ପ୍ରଚାର କରିବା ବେଳେ ମାଓବାଦୀମାନେ ରତନ ଉପରକୁ ଆକ୍ରମଣ କରିଥିଲେ। ରତନଙ୍କ ମୁଣ୍ଡକୁ ବାରମ୍ବାର ମାଡ ମାରି ହତ୍ୟା କରିଥିଲେ। ସେଠାରୁ ମାଓବାଦୀମାନେ ଫୋରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା କୁ ନେଇ ବିଜେପି ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ଦେଖା ଦେଇଥିବା ବେଳେ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Comment

All fields marked with an asterisk (*) are required