Search for:
  • Home/
  • ରାଜ୍ୟ/
  • ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ମାରାଥନ ପ୍ରଚାର।

ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ମାରାଥନ ପ୍ରଚାର।

Spread the love

Loading

ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ମାରାଥନ ପ୍ରଚାର।

ଭୁବନେଶ୍ୱର,୬/୦୫: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଆଜି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିଛନ୍ତି। ୱାର୍ଡ଼ ନଂ ୫୪,୫୯,୬୦,୫୨ ଅଞ୍ଚଳରେ ବାଇକ ଶୋଭାଯାତ୍ରା କରିବା ସହିତ ଖଣ୍ଡଗିରିବାରି,ତପବନ,ତାରିଣୀ ବସ୍ତି ଅଞ୍ଚଳରେ ମାରାଥନ ପଦଯାତ୍ରା ଓ ମହିଳା ବୈଠକ ଏବଂ ବରିଷ୍ଟ ନାଗରିକଙ୍କ ସହ ବୈଠକ କରି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ବିଜେପି କୁ ଭୋଟ୍ ଦେଇ ଜିତିଈବାକୁ ଅନୁରୋଧ କରିଥିଲେ।ଏହି ଅବସରରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ କହିଛନ୍ତି ଯେ, ଏକାମ୍ର ନିର୍ବାଚମଣ୍ଡଳୀରେ ଯେଉଁ ଭଳୀ ଭାବରେ ରାଜନୈତିକ ବାତାବରଣ ଦେଖାଯାଉଛି ଲୋକଙ୍କ ବିପୁଳ ସମର୍ଥନ ପରିବର୍ତ୍ତନ ର ଲକ୍ଷଣ କୁ ଦର୍ଶାଉଛି। ନରେନ୍ଦ୍ର ମୋଦୀ ଦେଶରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ଓ ଓଡ଼ିଶାରେ ବିକଳ୍ପ ସରକାର ହେବା ସହ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ନିଶ୍ଚିନ୍ତ ବିଜୟ ଲାଭ କରିବ। ଏକାମ୍ର ର ଅସ୍ମିତାର ସୁରକ୍ଷା ତଥା ସ୍ୱାଭିମାନ ପାଇଁ ବିଜେପି ହାତରେ କ୍ଷମତା ଦେବାକୁ ଏକାମ୍ର ନିର୍ବାଚନ ମଣ୍ଡଳୀର ଲୋକେ ମନସ୍ଥ କରି ସାରିଛନ୍ତି ବୋଲି ସେ କହିଛନ୍ତି। ନିର୍ବାଚନକୁ ସମସ୍ତେ ରଣାଙ୍ଗନ କହୁଥିବା ବେଳେ ମୁଁ କହେ ଜନସାଧାରଣ ଙ୍କ ସେବାରେ ନିଜକୁ ନିୟୋଜିତ କରିବାର ମାଧ୍ୟମ। ଏଥର ଏକାମ୍ର ବାସୀ ବିଜେପିକୁ ସୁଯୋଗ ନିଶ୍ଚୟ ଦେବେ ବୋଲି ସଂକଳ୍ପ କଲେଣି।ମନରେ ଅନେକ ସଂକଳ୍ପ ନେଇ ମଇଦାନକୁ ଓହ୍ଲେଇଛି l ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା- ମୋର କର୍ତ୍ତବ୍ୟ ।

Leave A Comment

All fields marked with an asterisk (*) are required