Search for:
  • Home/
  • ରାଜ୍ୟ/
  • ନୟାପଲ୍ଲୀରେ ଜଗନ୍ନାଥଙ୍କ ବିଶାଳ ବାଇକ୍ ରାଲି

ନୟାପଲ୍ଲୀରେ ଜଗନ୍ନାଥଙ୍କ ବିଶାଳ ବାଇକ୍ ରାଲି

Spread the love

Loading

*ନୟାପଲ୍ଲୀରେ ଜଗନ୍ନାଥଙ୍କ ବିଶାଳ ବାଇକ୍ ରାଲି*

*ଥରେ ସୁଯୋଗ ଦିଅନ୍ତୁ ୩୦ଦିନରେ ଜଳବନ୍ଦୀ ସମସ୍ୟାର ସ୍ଥାୟି ସମାଧାନ କରିବି* : ଜଗନ୍ନାଥ ପ୍ରଧାନ*

ଭୁବନେଶ୍ବର,୬.୦୫…ରାଜଧାନୀ ଭୁବନେଶ୍ବରର ହୃତପିଣ୍ଡ କୁହା ଯାଉଥିବା ନୟାପଲ୍ଲୀ ଅଞ୍ଚଳରେ ଏକ ବିଶାଳ ବାଇକ ରାଲି କରି ନିଜ ଦୃଢ଼ ସଙ୍ଗଠନର ଉପସ୍ଥିତି ଜାହିର କରିଛନ୍ତି ମଧ୍ୟ ଭୁବନେଶ୍ବର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ା ଆଜି ନୂୟାପଲ୍ଲୀ ସୁନାଦେଇ ମନ୍ଦିର ନିକଟରୁ ୧ ହଜାରରୁ ଉର୍ଦ୍ଧ୍ବ ବାଇକରେ ନିଜର ହଜାରହଜାର ସମର୍ଥକଙ୍କ ଗହଣରେ ଜଗନ୍ନାଥ ବାଇକ୍ ଶୋଭାଯାତ୍ରା କରି ସ୍ଥାନୀୟ ଅଞ୍ଚଳ ପରିକ୍ରମା କରି ସେଠିକାର ଅଧିବାସୀଙ୍କ ସମର୍ଥନ ସାଉଁଠିଛନ୍ତି ଜଗନ୍ନାଥ ା ଏହି ଅବସରରେ ଜଗନ୍ନାଥ କହିଛନ୍ତି ଆଗକୁ ବର୍ଷା ଋତୁ ଆସୁଚି ଏହି ସମୟରେ ଏଠିକାର ଜଳବନ୍ଦୀ ସମସ୍ୟା ଏକ ପ୍ରମୁଖ ସମସ୍ୟା ଭାବେ ଦେଖା ଦେଇଥାଏ ା ଯାହା ରାଜ୍ୟ ସରକାରଙ୍କ ଅପରଗତା ପାଇଁ ଏଠି କୁତ୍ରିମ ବନ୍ୟ ସୃଷ୍ଟି ହୋଇଥାଏା ା ଆଜିବି ସେ ଘଟଣା ମୋତେ ବ୍ୟଥିତ ଓ ଦୁଃଖିତ କରୁଚି ା ଏହି ଜଳବନ୍ଦୀ ପାଇଁ ଜଣେ ଗୋଟିଏ ମା’ର ଆଖି ସାମ୍ନାରେ ପାଣିରେ ଭାସିଯାଇ ମୃତ୍ୟୁ ବରଣ କରିଥିଲା ା ଏହି ଦୁଃଖଦ ଘଟଣା ପାଇଁ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ଦାୟୀ ା ଖାଲି ଏତିକି ନୁହେଁ ଏଠାରେ ଜଳବନ୍ଦୀ ସମୟରେ ହଜାର ହଜାର ପରିବାର ବେଘର ହୋଇଥାନ୍ତି ା ଜୀବନ ବିକଳରେ ବୟସ୍କ ଲୋକ ନାହିଁ ନଥିବା ହଇରାଣ ହେବାର ଦୃଶ୍ୟ କାହାକୁ ଅଛପା ନାହି ା କିନ୍ତୁ ରାଜ୍ୟ ସରକାର ତିଳେମାତ୍ର ଖାତିର ନକରି କେବଳ ମିଛ ପ୍ରତିଶୃତି ଦେଇ ଜନତାଙ୍କୁ ଭୁଆଁ ହୁଲାଇଛନ୍ତି ା ମେତେ ସେବା କରିବା ପାଇଁ ଥରେ ମାତ୍ର ସୁଯୋଗ ଦିଅନ୍ତୁ ମୁଁ ୩୦ ଦିନରେ ନୟାପଲ୍ଲୀ ଜଳବନ୍ଦୀ ସମସ୍ୟା ପୂର୍ଣ୍ଣ ସ୍ଥାୟି ସମାଧାନ କରିବି ବୋଲି ଜଗନ୍ନାଥ କହିଛନ୍ତି ା ଆଜିର ଏହି ବାଇକ ରାଲି ନୟାପଲ୍ଲୀ ଅଞ୍ଚଳର ଓ୍ରାଡ ନଂ,୩୭,୩୮,୩୯,୪୭ ଓ ୪୮ ପରିକ୍ରମା କରି ୟ୍ୟୁନିଟ୍ ୮ ସ୍ଥିତ ତାକିଣୀମନ୍ଦିରରେ ଶେଷ ହୋଇଥିଲା

Leave A Comment

All fields marked with an asterisk (*) are required