Search for:
  • Home/
  • ରାଜ୍ୟ/
  • ମରିଚିଆ,ଝିଙ୍କରଡିହୀ ଗ୍ରାମରେ ପ୍ରିୟଦର୍ଶୀଙ୍କ ଜନସମ୍ପର୍କ ଯାତ୍ରା

ମରିଚିଆ,ଝିଙ୍କରଡିହୀ ଗ୍ରାମରେ ପ୍ରିୟଦର୍ଶୀଙ୍କ ଜନସମ୍ପର୍କ ଯାତ୍ରା

Spread the love

Loading

ମରିଚିଆ,ଝିଙ୍କରଡିହୀ ଗ୍ରାମରେ ପ୍ରିୟଦର୍ଶୀଙ୍କ ଜନସମ୍ପର୍କ ଯାତ୍ରା

— ଭୁବନେଶ୍ବର ୬/୫ମତଦାନ ତାରିଖ ଯେତିକି ପାଖେଇ ଆସୁଛି ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ତାଙ୍କ ପ୍ରଚାର ସେତିକି ଜୋରଦାର କରୁଛନ୍ତି।ସୋମବାର ସନ୍ଦ୍ୟାରେ ଦାଢାପଞ୍ଚାୟତର ମରିଚିଆ ଓ ଝିଙ୍କରଡିହୀ ଗ୍ରାମରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି।ଶୋଭାଯାତ୍ରା ବେଳେ ଗାଁର ମହିଳାମାନଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀଙ୍କ ତରଫରୁ ବିଭିନ୍ନ ଗାଁ ଛକରେ ପ୍ରିୟଦର୍ଶୀଙ୍କୁ ସ୍ବାଗତ ସମ୍ବର୍ଦ୍ଦନା ଜ୍ଞାପନ କରିଥିଲେ।ମହିଳାମାନେ ହୁଳହୁଳି ପକାଇ ଓ ଯୁବକମାନେ ବିଜେପି ଜିନ୍ଦାବାଦ ଓ ଜୟଶ୍ରୀ ରାମ ନାରା ଦେଇ ପ୍ରିୟଦର୍ଶୀଙ୍କୁ ସ୍ବାଗତ କରୁଥିବା ଦେଖାଯାଇଥିଲା।ଗାଁ ଦାଣ୍ଡ ରାସ୍ତାର ଉଭୟ ପାର୍ଶ୍ବରେ ଲୋକମାନେ ଛିଡାହୋଇ ଫୁଲ ପକାଇଥିଲେ।ପଦଯାତ୍ରାରେ ମରିଚିଆ ଓ ଝିଙ୍କରଡିହୀର ବିଭିନ୍ନ ସାହି ପରିକ୍ରମା କରି ପ୍ରିୟଦର୍ଶୀ ଗ୍ରାମବାସୀଙ୍କ ଆର୍ଶିବାଦ କାମନା କରିଛି।ଲୋକମାନଙ୍କୁ ଭେଟି ସେ ମୋଦୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ବୁଝାଇଛନ୍ତି।ସ୍ଥାନୀୟ ବିଧାୟକଙ୍କ ଅନୁଗତ କିପରି ମୁଖ୍ୟମନ୍ତ୍ରୀଙ୍କ ମାଆଙ୍କ ନାମରେ ଥିବା ଜମିକୁ ବିକି ଦେବେ , ନିଜ ଜମିକୁ ରାସ୍ତା ନିର୍ମାଣ ପାଇଁ ସେତୁ ଓ ରାସ୍ତା ନିର୍ମାଣ କରି ସରକାରୀ ଅର୍ଥକୁ ଆତ୍ମସାତ କରିବା ଓ ଘରେଘରେ କିପରି ପାଣି ପହଞ୍ଚାଇବା ନାମରେ ଭୂଆଁ ବୁଲାଉଛନ୍ତି ସେ ସମ୍ପର୍କରେ ପ୍ରିୟଦର୍ଶୀ ସଚେତନ କରାଇଛନ୍ତି।ଆଉପୁଣି ପ୍ରିୟଦର୍ଶୀ କହିଛନ୍ତି ରାଜନୀତିକୁ ଆଧା କରି ଜମି ବ୍ୟବସାୟ କରିବା ଗରିବ ଓ ସାଧାରଣ ଜନତା ବୁଝି ସାରିଲେଣି।ଏଥର ଜନତା କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞିନ ସରକାର ଚାହୁଁଛନ୍ତି।ଏହି ପଦଯାତ୍ରାରେ ଗ୍ରାମୀଣ ମଣ୍ଡଳ ସଭାପତି ସଂଯୁକ୍ତା ପଢିଆରୀ,ବରିଷ୍ଠ ବିଜେପି ନେତା ଆଲୋକ ପ୍ରାଣୀଗ୍ରାହୀ,ରଘୁନାଥପୁର ଗ୍ରାମ ମୁରବି ରତ୍ନାକର ପରିଡା,ଉମାକାନ୍ତ ହାତୀ,ଗୁରୁଚରଣ ରାଉତ ସମେତ ଶତାଧିକ ମହିଳା ଓ ପୁରୁଷ କର୍ମଯୋଗଦେଇଥିଲେ।

Leave A Comment

All fields marked with an asterisk (*) are required