Search for:
  • Home/
  • ରାଜ୍ୟ/
  • କାର ସହ ଗଞ୍ଜେଇ ଜବତ, ଡ୍ରାଇଭର ଫେରାର୍

କାର ସହ ଗଞ୍ଜେଇ ଜବତ, ଡ୍ରାଇଭର ଫେରାର୍

Spread the love

Loading

କାର ସହ ଗଞ୍ଜେଇ ଜବତ, ଡ୍ରାଇଭର ଫେରାର୍

କୋରାପୁଟ,୫/୧୧/: ମାଛକୁଣ୍ଡ ପୁଲିସ୍ ଦ୍ୱାରା ଲମତାପୁଟ ବ୍ଲକ ବଦଳିଗୁଡ଼ା ଜଙ୍ଗଲ ନିକଟରୁ ଏକ କାର୍ ସହ ୧୦୧ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରା ଯାଇଥିବାବେଳେ ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣା ପଡ଼ିଛି। ମାଛକୁଣ୍ଡ ଥାନା ଲମତାପୁଟ ବ୍ଲକ ଗୋଡ଼ିହଞ୍ଜର ଦେଇ ଆନ୍ଧ୍ର ପ୍ରଦେଶର ସୀମାନ୍ତ ଗ୍ରାମରୁ ଝାଡଖଣ୍ଡ ରାଜ୍ୟକୁ ଓଡି ୩୩ଏସି ୭୯୦୦ ନମ୍ବର ପ୍ଲେଟ ଲାଗିଥିବା ଏକ କାରରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ବିଶ୍ୱସ୍ଥ ସୂତ୍ରରୁ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ହସ୍ତଗତ ହୋଇଥିଲା। ସୂଚନାକୁ ଆଧାର କରି ଉକ୍ତ କାରକୁ ଠାବ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ମହାପାତ୍ର ମାଛକୁଣ୍ଡ ଥାନା ଭାରପ୍ରାପ୍ତ ଅଧିକାରୀ ଡମ୍ବରୁଧର ବାତ୍ରିଆଙ୍କୁ ନିର୍ଦେଶ ଦେଇଥିଲେ । ଏସଡିପିଓ ଶ୍ରୀ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ମାଛକୁଣ୍ଡ ଓଆଇସି ଡମ୍ବରୁଧର ବାତ୍ରିଆଙ୍କ ନେତୃତ୍ୱରେ ଗଠିତ ଟିମ୍ ବାଦଳିଗୁଡ଼ା ନିକଟରେ ନାକାବନ୍ଦି କରି ଗାଡି ଚେକିଂ କରିଥିଲେ । ଉକ୍ତ କାର ଆସିବା ମାତ୍ରେ ଚେକିଂ ଟିମ ତାକୁ ଅଟକାଇ ଯାଂଚ୍ କରିବା ବେଳକୁ ସେଥିରେ ଗଞ୍ଜେଇ ଥିବା ଜଣା ପଡିଥିଲା । ପୁଲିସ ଟିମ୍ କାର୍ ସହ ଗଞ୍ଜେଇ ଜବତ କରି ମାଛକୁଣ୍ଡ ଥାନାକୁ ନେଇ ଓଜନ କରିବା ବେଳକୁ ତାହା ୧୦୧କିଲୋ ୫୦୦ ଗ୍ରାମ ହୋଇଥିଲା । ଅନ୍ଧାରର ସୁଯୋଗ ନେଇ କାର୍ ଚାଳକ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଖସି ପଳାଇବାରେ ସକ୍ଷମ ହୋଇଥିବା ଜଣା ପଡ଼ିଛି। ଅନ୍ୟ ପକ୍ଷରେ କାରରେ ଲାଗିଥିବା ନମ୍ବର ପ୍ଲେଟ ନକଲି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ି ଥିବା ବେଳେ ମାଛକୁଣ୍ଡ ଥାନାରେ ଏନଡିପିଏସ ଆକ୍ଟରେ ଏକ ମାମଲା(କେଶ୍ ନଂ-୧୩୯/୨୦୨୩) ରୁଜୁ କରି ଓ ଆଇ ସି ଶ୍ରୀ ବାତ୍ରିଆ ନିଜେ ମାମଲାର ତଦନ୍ତ କରୁଥିବା ଜଣା ପଡ଼ିଛି ।

Leave A Comment

All fields marked with an asterisk (*) are required