Search for:
  • Home/
  • ରାଜ୍ୟ/
  • ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ପରିଚାଳନା କମିଟିର ଅନୁମୋଦନ

ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ପରିଚାଳନା କମିଟିର ଅନୁମୋଦନ

Spread the love

Loading

ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ପରିଚାଳନା କମିଟିର ଅନୁମୋଦନ
ପୁରୀ,୪ା୧୧: ନୀଳାଦ୍ରି ଭକ୍ତ ନିବାସ ପରିସରରେ ଶନିବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଜାନୁୟାରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ । ଏଥିପାଇଁ ଭବ୍ୟ ପ୍ରତିଷ୍ଠା ଉତ୍ସବ ହେବ । ନୀତି ସବ୍ କମିଟିରେ ପ୍ରତିଷ୍ଠା ଉତ୍ସବରେ ଯେଉଁ ନୀତିକାନ୍ତି ସ୍ଥିର କରାଯାଇଥିଲା ତାହାକୁ ପରିଚାଳନା କମିଟି ଅନୁମୋଦନ ଦେଇଛି ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସୂଚନା ଦେଇଛନ୍ତି । ପ୍ରତିଷ୍ଠା ଉତ୍ସବ ପାଇଁ ଐଶାନ୍ୟ କୋଣରେ ଯଜ୍ଞ କରାଯିବ । ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀକୁ ପୁରୀ ଆସିବାକୁ ନିମନ୍ତ୍ରଣ କରାଯିବ । ୪ଟି ସ୍ଥାନରେ ଦାନବାକ୍ସ ରହିବ । ଭକ୍ତ ନିବାସରେ ଟିଭି ଲାଗିବ । ସେବକଙ୍କ କଲ୍ୟାଣ ଯୋଜନାର ଅର୍ଥରାଶି ବୃଦ୍ଧି ନେଇ ମଧ୍ୟ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ଏ ନେଇ ଏଏସ୍‌ଆଇକୁ ଅନୁମତି ଦିଆଯାଇଛି । ସେମାନେ ତାଙ୍କ ସୁବିଧା ଅନୁସାରେ ଲେଜର ସ୍କାନିଂ କରି ଏହାର ରିପୋର୍ଟ ପ୍ରଦାନ କରିବେ । ଏହାବ୍ୟତୀତ ଆଦର୍ଶ ଗୁରୁକୂଳ ଏବଂ ସେବକଙ୍କ ବାସଗୃହ କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ । ବାଉଳୀ ମଠର ବିକାଶ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

Leave A Comment

All fields marked with an asterisk (*) are required