Search for:
  • Home/
  • ରାଜ୍ୟ/
  • ଦ୍ଵିତୀୟ ଦିନରେ ଜେଲ୍ ୱାର୍ଡରଙ୍କ ଆମରଣ ଅନସନ ୩ ଅସୁସ୍ଥ ହସ୍ପିଟାଲରେ ଭର୍ତି

ଦ୍ଵିତୀୟ ଦିନରେ ଜେଲ୍ ୱାର୍ଡରଙ୍କ ଆମରଣ ଅନସନ ୩ ଅସୁସ୍ଥ ହସ୍ପିଟାଲରେ ଭର୍ତି

Spread the love

Loading

ଦ୍ଵିତୀୟ ଦିନରେ ଜେଲ୍ ୱାର୍ଡରଙ୍କ ଆମରଣ ଅନସନ
୩ ଅସୁସ୍ଥ ହସ୍ପିଟାଲରେ ଭର୍ତି

କୋରାପୁଟ,୨୬/୯/: ବିଭିନ୍ନ ଦାବୀ ନେଇ ଗତକାଲି ଠାରୁ ଆମରଣ ଅନଶନରେ ବସିଥିବା କୋରାପୁଟ ମଣ୍ଡଳ କାରାଗାରର ଜେଲ୍ ୱାର୍ଡରଙ୍କ ଅନଶନ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି। ଅନଶନରେ ବସିଥିବା ଜେଲରଙ୍କ ମଧ୍ୟରୁ ୩ ଜଣ ଅସୁସ୍ଥ ହେବାରୁ ସେମାନଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରା ଯାଇଛି। ଜେଲ୍ ୱାର୍ଡର ଡମ୍ବରୁ ଧର ନାୟକ, ସୁନୀଲ ପାନ ଓ ଜଗନ୍ନାଥ ଭୂମିଆ ଅସୁସ୍ଥ ହୋଇ ଚିକିତ୍ସା ହେଉଥିବା ଜଣା ପଡ଼ିଛି । ୱାର୍ଡର ମାନଙ୍କର ଗ୍ରେଡ ପେ ୧୯୦୦ ରୁ ୨୦୦୦ କୁ ବୃଦ୍ଧି , ମୂଖ୍ୟ ୱାର୍ଡରଙ୍କ ଗ୍ରେଡ ପେ ୨୦୦୦ ଟଙ୍କାରୁ ୨୪୦୦ କୁ ବୃଦ୍ଧି , ୨୦୧୨ ପଦୋନ୍ନତି ନିୟମ ଲାଗୁ , ଉପଖଣ୍ଡ ସ୍ତରୀୟ ବଦଳି ନିଅମ ବାତିଲ , ଖାଦ୍ୟ ଭତା ୪୦୦ ରୁ ୧୪୦୦ ଟଙ୍କାକୁ ବୃଦ୍ଧି , ୧୩ ମାସିଆ ଦରମା ବୃଦ୍ଧି ଆଦି ପ୍ରମୁଖ ଦାବି ନେଇ ୱାର୍ଡର ସଂଘ ଗତ ୧୩ ତାରିଖରୁ ୨୪ ଯାଏ କଳା ବ୍ୟାଚ ପିନ୍ଧି ଆନ୍ଦୋଳନ କରୁଥିଲେ। ସରକାର ସେମାନଙ୍କ ଦାବୀ ଉପରେ କୌଣସି ନିଷ୍ପତି ନନେବାରୁ ଗତକାଲି ଠାରୁ ଆମରଣ ଅନୁସନକୁ ଓହ୍ଲାଇଛନ୍ତି । କୋରାପୁଟ ମଣ୍ଡଳ କାରାଗାରରେ ସଭାପତି ଶ୍ରୀ ବାଗଙ୍କ ସମେତ ଉପସଭାପତି ଅମିତ କୁମାର ପ୍ରଧାନ,ସମ୍ପାଦକ ଗଦାଧର ପ୍ରଧାନ, କୋଷାଧ୍ୟକ୍ଷ ଗୋବିନ୍ଦ ସାଗରଙ୍କ ନେତୃତ୍ୱରେ ଅନଶନ ଜାରି ରହିଛି।

Leave A Comment

All fields marked with an asterisk (*) are required