Search for:
  • Home/
  • ରାଜ୍ୟ/
  • ଯାଜପୁର ନିର୍ବାଚନମଣ୍ଡଳୀର ଶତାଧିକ କର୍ମୀ ବିଜେଡି ରେ ସାମିଲ।

ଯାଜପୁର ନିର୍ବାଚନମଣ୍ଡଳୀର ଶତାଧିକ କର୍ମୀ ବିଜେଡି ରେ ସାମିଲ।

Spread the love

Loading

ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ଯୁବ ମୋର୍ଚ୍ଚାର ଦୁଇ ପଦାଧିକାରୀଙ୍କ ସମେତ ଯାଜପୁର ନିର୍ବାଚନମଣ୍ଡଳୀର ଶତାଧିକ କର୍ମୀ

ଭୁବନେଶ୍ବର: ଯାଜପୁରରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ବିଜେଡିରେ ସାମିଲ ହୋଇଛନ୍ତି ଯାଜପୁର ବିଜେପି ଯୁବ ମୋର୍ଚ୍ଚାର ଦୁଇ ପଦାଧିକାରୀ । ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରୀ ସଦସ୍ୟ ସୌମ୍ୟରଞ୍ଜନ ଧଳ ଓ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ହୃଷିକେଶ ମେକାପ ବିଜେଡିରେ ଯୋଗ ଦେଇଛନ୍ତି । ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଭବନରେ ଏହି ମିଶ୍ରଣ ପର୍ବ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ଦୁଇ ନେତା ଏଥିସହ ଯାଜପୁର ଜିଲ୍ଲା ବିଜେପି ସଭାପତିଙ୍କ ଉପରେ ବର୍ଷିଛନ୍ତି ଉଭୟ । ଜିଲ୍ଲା ସଭାପତିଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଟ ହୋଇ ଦଳ ଛାଡ଼ିଥିବା କହିଛନ୍ତି ସେମାନେ । ସେମାନେ କହିଛନ୍ତି, ‘ଯାଜପୁର ଜିଲ୍ଲା ସଭାପତି ଲୋକଙ୍କ ପାଖକୁ ଯାଉନାହାନ୍ତି । ଲୋକଙ୍କ ସୁଖଦୁଃଖରେ ଠିଆ ହେଉନାହାନ୍ତି। ଆଗାମୀ ଦିନରେ ଅଧିକରୁ ଅଧିକ ବିଜେପି କର୍ମୀ ବିଜେଡିରେ ମିଶିବେ । ଯାଜପୁର ବିଧାୟକଙ୍କ ବିକାଶମୂଳକ କାମ ଆକୃଷ୍ଟ କରିଛି । ଷଠିପୁରରୁ ମଙ୍ଗଳପୁର ଯାଏଁ ବିଧାୟକଙ୍କ ବିକାଶ କାମ ଚାଲିଛି । ବିଜେଡିରେ ମିଶି ଯାଜପୁରର ବିକାଶ ସହିତ ସାମିଲ ହେଲୁ ।’ଆଗକୁ ସେମାନେ କହିଛନ୍ତି, ଭଲ ନେତାଙ୍କୁ କଣଠେସା କରି ଦେଇଛନ୍ତି ଜିଲ୍ଲା ସଭାପତି । ଯାଜପୁରର ବିଶ୍ୱକର୍ମା ପ୍ରଣବ ପ୍ରକାଶ ଦାସ ଆମର ନେତା । ନବୀନଙ୍କ ନୂଆ ଓଡ଼ିଶା ସ୍ୱପ୍ନକୁ ସାକାର କରିବାକୁ ବିଜେଡିରେ ସାମିଲ ହୋଇଛୁ ।’ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାରେ ଆକୃଷ୍ଟ ହୋଇ ଏମାନଙ୍କ ସହ ଜିଲ୍ଲାର ଶତାଧିକ ବିଜେପି ନେତା ଓ କର୍ମୀ ବିଜେଡିରେ ମିଶିଛନ୍ତି । ଦଳରେ ଆମକୁ ଗ୍ରହଣକରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃ ବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି କହିଛନ୍ତି ଶ୍ରୀ ଧଳ ।

Leave A Comment

All fields marked with an asterisk (*) are required