Search for:
  • Home/
  • ରାଜ୍ୟ/
  • ଭାଇରାଲ ଜ୍ୱର ହେଲେ ମନଇଚ୍ଛା ଔଷଧ ଖାଇବା ବିପଜ୍ଜନକ: କିମ୍‌ସ ବିଶେଷଜ୍ଞଷ୍ଠିତ

ଭାଇରାଲ ଜ୍ୱର ହେଲେ ମନଇଚ୍ଛା ଔଷଧ ଖାଇବା ବିପଜ୍ଜନକ: କିମ୍‌ସ ବିଶେଷଜ୍ଞଷ୍ଠିତ

Spread the love

Loading

ଭାଇରାଲ ଜ୍ୱର ହେଲେ ମନଇଚ୍ଛା ଔଷଧ ଖାଇବା ବିପଜ୍ଜନକ: କିମ୍‌ସ ବିଶେଷଜ୍ଞଷ୍ଠିତ

ଭୁବନେଶ୍ୱର,୨୬ ।୯:  ଭାଇରାଲ ଜ୍ୱର ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ନ ଖାଇବାକୁ କିମ୍‌ସ ମେଡିକାଲ କଲେଜ ଉପାଧ୍ୟକ୍ଷ ତଥା ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ଶୁଭ୍ରାଂଶୁ ପାତ୍ର ସତର୍କ କରାଇଛନ୍ତି । ଏହା ସହ କୌଣସି ପ୍ରକାର ଚିକିତ୍ସା କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଜ୍ୱର ବିଭିନ୍ନ ଅନ୍ତର୍ନିହିତ ରୋଗର ଲକ୍ଷଣ ହୋଇପାରେ ଏବଂ ଉପଯୁକ୍ତ ରୋଗ ନିର୍ଣ୍ଣୟ ନକରି ଔଷଧ ସେବନ କଲେ ଏହାର ପରିଣାମ ଓଲଟା ହୋଇପାରେ ବୋଲି ସେ ସତର୍କ କରାଇଛନ୍ତି । ଜ୍ୱର ଅନେକ ରୋଗର ଲକ୍ଷଣ ହୋଇପାରେ, ତାହା ସଂକ୍ରମଣ କାରଣରୁ ହେଉ କିମ୍ବା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ହୋଇପାରେ । ତେବେ ସମେସ୍ତ ବୁଝିବା ଜରୁରୀ ଯେ- ସବୁ ପ୍ରକାର ଜ୍ୱର କେବଳ ସଂକ୍ରମଣ କାରଣରୁ ହୁଏ ନାହିଁ । ଅନେକ ପ୍ରକାରର ସଂକ୍ରମଣ ଅଛି । ସମସ୍ତ ସଂକ୍ରମଣ ଆଣ୍ଟିବାୟୋଟିକ୍ ପ୍ରତି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି ନ ଥାଏ । ଜ୍ୱର ଅନୁଭବ କରିବା ସମୟରେ ଡାକ୍ତରୀ ପରାମର୍ଶ ନେବା ଉପରେ ଗୁରୁତ୍ୱାରୋପ କରି ଡା. ପାତ୍ର କରିଛନ୍ତି ଔଷଧ ଦୋକାନରୁ ନିଜେ ମନଇଛା ଆଣ୍ଟିବାୟୋଟିକ୍  ଆଣି ବ୍ୟବହାର କରିବା ଉଚିତ ନୁହେଁ । ଉପଯୁକ୍ତ ରୋଗ ନିର୍ଣ୍ଣୟ ବିନା ଆଣ୍ଟିବାୟୋଟିକ୍ ସେବନ ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ ବୋଲି ଡାକ୍ତର ପାତ୍ର ଚେତାବନୀ ଦେଇଛନ୍ତି । ଆଣ୍ଟିବାୟୋଟିକ୍ ପ୍ରତିରୋଧର ବିପଦ ଏବଂ ଅନୁପୁଯୁକ୍ତ ଔଷଧ ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ହେବାର ଆଶଙ୍କାକୁ ଏଡ଼ାଇବା ପାଇଁ ଡାକ୍ତର ପାତ୍ର ଜ୍ୱର ଅନୁଭବ କଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ବୋଲି କହିଛନ୍ତି । ଜଣେ ଡାକ୍ତରଙ୍କ ପାଖକୁ ଗଲେ ଜ୍ୱରର ମୂଳ କାରଣ ଜଣା ପଡିଥିଏ ଏବଂ  ଆବଶ୍ୟକ ପରୀକ୍ଷା କରି ଉପଯୁକ୍ତ ଚିକିତ୍ସା ପାଇପାରିଥାଏ । ଏହାଦ୍ୱାରା ଜଣେ ରୋଗୀ ପ୍ରଭାବଶାଳୀ ଚିକିତ୍ସା ପାଇବା ସହ ଅନାବଶ୍ୟକ ଆଣ୍ଟିବାୟୋଟିକ୍ ବ୍ୟବହାରର ବିପଦକୁ ମଧ୍ୟ ହ୍ରାସ କରିଥାଏ ବୋଲି ଡ. ପାତ୍ର କହିଛନ୍ତି ।

Leave A Comment

All fields marked with an asterisk (*) are required