Search for:
  • Home/
  • ବାଣିଜ୍ୟ/
  • ୧ମ ତ୍ରୈମାସରେ ୪୦୦ କୋଟି ଟଙ୍କାର ରାଜସ୍ୱ ବୃଦ୍ଧି ପରିଲକ୍ଷିତ କରିଛି ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ

୧ମ ତ୍ରୈମାସରେ ୪୦୦ କୋଟି ଟଙ୍କାର ରାଜସ୍ୱ ବୃଦ୍ଧି ପରିଲକ୍ଷିତ କରିଛି ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ

Spread the love

Loading

୧ମ ତ୍ରୈମାସରେ ୪୦୦ କୋଟି ଟଙ୍କାର ରାଜସ୍ୱ ବୃଦ୍ଧି ପରିଲକ୍ଷିତ କରିଛି ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ

ଭୁବନେଶ୍ୱର: ଏକ ବ୍ୟାଙ୍କିଙ୍ଗ୍ ଲାଇସେନ୍ସ ସହ ବ୍ୟାପକ ସ୍ତରରେ ପରିଚାଳନା କରୁଥିବା ଭାରତର ଏକମାତ୍ର ଲାଭଦାୟକ ମଲ୍ଟି-ସେଗ୍‌ମେଂଟ୍ ଫିନ୍‌ଟେକ୍ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଆଉ ଏକ ଶକ୍ତିଶାଳୀ ତ୍ରୈମାସିକ ପ୍ରଦର୍ଶନ ପ୍ରଦାନ କରିଛି । ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ ପ୍ରଥମ ଥର ପାଇଁ ବ୍ୟାଙ୍କର ତ୍ରୈମାସିକ ରାଜସ୍ୱ ବାର୍ଷିକ ଆଧାରରେ ୪୧% ବୃଦ୍ଧି ହୋଇ ୨୦୨୩-୨୪ର ୧ମ ତ୍ରୈମାସରେ ୪୦୦ କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ବ୍ୟାଙ୍କର ଲାଭ ବାର୍ଷିକ ଆଧାରରେ ୧୪୩%କୁ ବୃଦ୍ଧି ପାଇଛି ।
ନୂଆ ଗ୍ରାହକ ଯୋଗ ହେବା ଦ୍ୱାରା ପରିଚାଳିତ ହୋଇ ଗ୍ରାହକଙ୍କ ଜମା ପରିମାଣ ମଧ୍ୟ ୧୯୨୨ କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ବ୍ୟାଙ୍କର ବର୍ତମାନ ୫୫.୪ ମିଲିୟନ ମାସିକ ଟ୍ରାଞ୍ଜାକ୍ଟିଙ୍ଗ ୟୁଜର୍‌, ୨୩୮୧ ବିଲିୟନ ଟଙ୍କାର ଏକ ବାର୍ଷିକ ଗ୍ରସ୍ ମର୍ଚ୍ଚାଣ୍ଡାଇଜ୍ ଭାଲ୍ୟୁ (ଜିଏମ୍‌ଭି) ଓ ବାର୍ଷିକ ଆଧାରରେ ୧୬୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ରହିଛି । ବ୍ୟାଙ୍କ ପାଇଁ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସଲ୍ୟୁଶନ ଓ ଆର୍ଥିକ ସେବା ସମେତ ଏହାର ଡିଜିଟାଲ ଅଫରିଙ୍ଗ୍‌ଗୁଡିକର ମଜଭୁତ ଗ୍ରହଣୀୟତା ଦ୍ୱାରା ରାଜସ୍ୱରେ ଏହି ଅଭିବୃଦ୍ଧି ପରିଚାଳିତ ହୋଇଛି । ବ୍ୟାଙ୍କ ଏହାର କଷ୍ଟମାଇଜ୍‌ଡ ପ୍ଲାନ୍‌ଗୁଡିକ ପାଇଁ ଏକ ମଜଭୁତ ଚାହିଦା ହାସଲ କରିଛି ଯାହା ବ୍ୟାଙ୍କର ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଂଟ୍ ଗ୍ରାହକଙ୍କୁ ଏକ ଅତିରିକ୍ତ ପେମେଂଟ୍ କରି ବାର୍ଷିକ ଆଧାରରେ ବୀମା ଭଳି ଅତିରିକ୍ତ ଲାଭ ପାଇବା ପାଇଁ ଅନୁମତି ଦେଉଛି ।

ଏସମ୍ପର୍କରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅନୁବ୍ରତ ବିଶ୍ୱାସ କହିଛନ୍ତି, ‘ଆମେ ଚଳିତ ତ୍ରୈମାସରେ ଆମର ଅଭିବୃଦ୍ଧି ଯାତ୍ରାରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ । ପ୍ରଥମ ଥର ପାଇଁ ଆମର ରାଜସ୍ୱ ୪୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଆମ ବ୍ରାଣ୍ଡର ନିର୍ଭରଯୋଗ୍ୟତା ଓ ଅତ୍ୟାଧୁନିକ ଉତ୍ପାଦ ଅଫରିଙ୍ଗ୍‌ଗୁଡିକ ଏକ ଅତୁଳନୀୟ ବିତରଣ ନେଟ୍‌ୱର୍କ ଓ ଆଡ୍‌ଭାନ୍ସଡ୍ ଟେକ୍ନୋଲୋଜି ସହିତ ଏକତ୍ରିତ ହୋଇଛି, ଯାହା ଆମକୁ ଆମର ବିସ୍ତାରକୁ ତ୍ୱରାନ୍ୱିତ କରିବା ଜାରି ରଖିବା ପାଇଁ ଅନୁକୂଳ ଭାବେ ଅବସ୍ଥାପିତ କରିଛି । ଆମେ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା ପେମେଂଟ୍‌ସ ବ୍ୟାଙ୍କ ମଡେଲ ଏବଂ ଦେଶର ଡିଜିଟାଲ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଆବଶ୍ୟକତାକୁ ପୂରଣ କରିବା କ୍ଷେତ୍ରରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାର ବୈଧତା ରୂପେ କାର୍ଯ୍ୟ କରୁଛି ।

ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଦେଶବ୍ୟାପୀ ଗ୍ରାହକ ଓ ବ୍ୟବସାୟଗୁଡିକୁ ସେବା ପ୍ରଦାନ କରିବା ପାଇଁ ଏହାର ବ୍ୟବସାୟକୁ ୩ଟି ସେଗ୍‌ମେଂଟ୍‌ରେ ବିକଶିତ କରିଛି, ସେଗୁଡିକ ହେଉଛି ଅର୍ବାନ୍ ଡିଜିଟାଲ କଞ୍ଜ୍ୟୁମର, ରୁରାଲ ଅଣ୍ଡବ୍ୟାଙ୍କ୍‌ଡ, ଇଣ୍ଡଷ୍ଟ୍ରୀଜ୍ ଆଣ୍ଡ ବିଜ୍‌ନେସେସ୍ । ବ୍ୟାଙ୍କ ଏକ ସମ୍ପୂର୍ଣ୍ଣ ଏଣ୍ଡ୍‌-ଟୁ-ଏଣ୍ଡ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସଲ୍ୟୁଶନ ଏବଂ ଏକାଧିକ ଢିଜିଟାଲ ଫାଇନାନ୍ସିଆଲ ସର୍ଭିସ୍ ଯେପରିକି ବୀମା, ଋଣ ଓ ନିବେଶ ସମାଧାନ ଆଦି ପ୍ରଦାନ କରୁଛି । ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଏହାର ପ୍ଲାଟ୍‌ଫର୍ମରେ ବର୍ତମାନ ବାର୍ଷିକ ୭୦୦ କୋଟିରୁ ଅଧିକ ଟ୍ରାଞ୍ଜାକ୍ସନକୁ ପ୍ରୋସେସ୍ କରୁଛି, ଯାହା ଏହାକୁ ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ ବ୍ୟାଙ୍କରେ ପରିଣତ କରିଛି । ଏହି ବ୍ୟାଙ୍କ ୫ ଲକ୍ଷ ପଡୋଶୀ ବ୍ୟାଙ୍କିଙ୍ଗ୍ ପଏଂଟ୍‌ର ସର୍ବବୃହତ୍ ରିଟେଲ୍‌-ବ୍ୟାଙ୍କିଙ୍ଗ୍ ନେଟ୍‌ୱର୍କ ସହିତ ଦେଶର ସୁଦୂର ଗ୍ରାମାଂଚଳଗୁଡିକରେ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ କରି ପହଂଚ ସମସ୍ୟାର ସମାଧାନ କରିଛି । ଆଜି ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ହେଉଛି ଦେଶର ସର୍ବବୃହତ୍ ମାଇକ୍ରୋ କ୍ୟାଶ ପ୍ଲେୟର ଯାହାର ୩୦୦୦ରୁ ଅଧିକ କର୍ପୋରେଟ୍ ପାର୍ଟନର ରହିଛନ୍ତି । ଏଠାରେ ଏହି ବ୍ୟାଙ୍କ ଏହାର ବିତରଣ ଓ ଟେକ୍ନୋଲୋଜିକୁ ବ୍ୟବହାର କରି ଶେଷ ଦୂରତାର କ୍ୟାଶ ଡିଜିଟାଇଜେଶନ ପାଇଁ ସମାଧାନର ଏକ ବିରଳ ସ୍ଥାନରେ ରହିଛି ।

Leave A Comment

All fields marked with an asterisk (*) are required