Search for:
  • Home/
  • ଦେଶ-ବିଦେଶ/
  • କୌଳିକ ବୃତ୍ତିଧାରୀଙ୍କୁ ୫% ସୁଧରେ ୨ ଲକ୍ଷ ପର୍ଯ୍ୟନ୍ତ ଋଣ 

କୌଳିକ ବୃତ୍ତିଧାରୀଙ୍କୁ ୫% ସୁଧରେ ୨ ଲକ୍ଷ ପର୍ଯ୍ୟନ୍ତ ଋଣ 

Spread the love

Loading

‘ପିଏମ୍ ବିଶ୍ୱକର୍ମା’ ଯୋଜନାକୁ କ୍ୟାବିନେଟ୍ ମୋହର
କୌଳିକ ବୃତ୍ତିଧାରୀଙ୍କୁ ୫% ସୁଧରେ ୨ ଲକ୍ଷ ପର୍ଯ୍ୟନ୍ତ ଋଣ

ଭୁବନେଶ୍ୱର:ନୂଆଦିଲ୍ଲୀ: ଗତକାଲି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ବିଶ୍ୱକର୍ମା ଯୋଜନା ଘୋଷଣା କରିଥିଲେ । ଆଜି ଏହା ଉପରେ କ୍ୟାବିନେଟ୍ ମୋହର ଲାଗିଛି । ଏହି ଯୋଜନାରେ କୌଳିକ ବୃତ୍ତଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୨ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକ ବସିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ ମଂଜୁରୀ ମିଳିଥିଲା । ଆସନ୍ତା ବିଶ୍ୱକର୍ମା ଜୟନ୍ତୀରେ ଯୋଜନାର ଶୁଭାରମ୍ଭ ହେବ । ଏହି ଯୋଜନା ଦ୍ୱାରା ୩୦ ଲକ୍ଷ କୌଳିକ ବୃତ୍ତିଧାରୀ ଓ ସେମାନଙ୍କ ପରିବାର ଲାଭ ପାଇବେ ବୋଲି କୁହାଯାଇଛି । ୫ ବର୍ଷ ପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ କୌଳିକ ବୃତ୍ତିଧାରୀ(କାରିଗର ଓ ଶିଳ୍ପୀ)ଙ୍କୁ ପିଏମ ସାର୍ଟିଫିକେଟ ଏବଂ ମାନ୍ୟତା ପରିଚୟପତ୍ର ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୫% ରିହାତି ସୁଧ ହାରରେ ୧ ଲକ୍ଷ ଟଙ୍କା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ପ୍ରଦାନ କରାଯିବ । ଦକ୍ଷତା ଉନ୍ନତି, ଉପକରଣ କ୍ରୟ, ଡିଜିଟାଲ୍ କାରବାର ଓ ମାର୍କେଟିଂ ପାଇଁ ଏହି ସହାୟତା ପ୍ରଦାନ କରାଯିବ ।
ଏହି ଯୋଜନାରେ ଲାଭବାନ ହେବାକୁ ଥିବା ବର୍ଗ ହେଉଛନ୍ତି- ବଢ଼େଇ, ଭଣ୍ଡାରୀ, ମାଳୀ, ଧୋବା, ଦରଜି, ମାଛ ଜାଲ ନିର୍ମାତା, ଡଙ୍ଗା ନିର୍ମାତା, ଅସ୍ତ୍ରନିର୍ମାତା, କମାର, ହାତୁଡି ଓ ଉପକରଣ ନିର୍ମାତା, ତାଲା କାରିଗର, ବଣିଆ, କୁମ୍ଭାର, ମୂର୍ତ୍ତି କାରିଗର, ପଥର କଟାଳି, ମୋଚି, ଜୋତା କାରିଗର, ରାଜମିସ୍ତ୍ରୀ, ଝୁଡ଼ି/ମସିଣା/ଝାଡୁ/କପା ବୁଣାକାର, ପାରମ୍ପରିକ ଖେଳନା ଓ କଣ୍ଢେଇ କାରଗାର ।

Leave A Comment

All fields marked with an asterisk (*) are required