Search for:
  • Home/
  • ମହାନଗର/
  • ବର୍ଜ୍ୟବସ୍ତୁରୁ ତିଆରି ରାକ୍ଷୀ ବାନ୍ଧି ଦେଲେ ବୃକ୍ଷ ସୁରକ୍ଷା ସଚେତନତାର ବାର୍ତ୍ତା

ବର୍ଜ୍ୟବସ୍ତୁରୁ ତିଆରି ରାକ୍ଷୀ ବାନ୍ଧି ଦେଲେ ବୃକ୍ଷ ସୁରକ୍ଷା ସଚେତନତାର ବାର୍ତ୍ତା

Spread the love

Loading

ବର୍ଜ୍ୟବସ୍ତୁରୁ ତିଆରି ରାକ୍ଷୀ ବାନ୍ଧି ଦେଲେ ବୃକ୍ଷ ସୁରକ୍ଷା ସଚେତନତାର ବାର୍ତ୍ତା

ଭୁବନେଶ୍ୱର : ବ୍ୟବହୃତ ହୋଇସାରିଥିବା ପେପର କାର୍ଟୁନ, ସୁତା, ଅନାବନା ଟୁକୁଡା ଅଦରକାରୀ ଜିନିଷକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିଲା ସୁନ୍ଦର ରାକ୍ଷୀ | ଆଉ ଗଛରେ ଏହି ରାକ୍ଷୀ ବାନ୍ଧି ଲୋକଙ୍କୁ କରାଯାଇଥିଲା ସଚେତନ | ଏଭଳି ଏକ ନିଆରା ପଦକ୍ଷେପ ନେଇ ଶାନ୍ତି ଫାଉଣ୍ଡେସନ ପକ୍ଷରୁ ପାଳନ କରାଯାଇଥିଲା ରକ୍ଷା ବନ୍ଧନ | ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସରକାରୀ ବାସଭବନ ପରିସରରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଗଛରେ ରାକ୍ଷୀ ବାନ୍ଧିବା ସହ ଗଛ ଲଗେଇବା ଓ ସୁରକ୍ଷା କରିବା ଉପରେ ସାଧାରଣ ଲୋକଙ୍କୁ ସଚେତନ କରାଇଥିଲେ | ଶାନ୍ତି ଫାଉଣ୍ଡେସନର ଏଭଳି କାମକୁ ବିଧାୟକ ଶ୍ରୀଯୁକ୍ତ ସାମଲ ଉପସ୍ଥିତ ରହି ପ୍ରଶଂସା କରିବା ସହ ଗାଁକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରିବା ନେଇ ପରାମର୍ଶ ଦେଇଥିଲେ | ଅନୁଷ୍ଠାନର ମୁଖ୍ୟ ସଞ୍ଜୟ ପରିଡାଙ୍କ କହିବା କଥା, ଆଗକୁ ଭୁବନେଶ୍ୱରର ସମସ୍ତ ସରକାରୀ କ୍ୱାର୍ଟରରେ ଚାରାରୋପଣ ଭଳି କାର୍ଯ୍ୟକ୍ରମ କରାଯିବା ସହ ସେହି ଚାରାର ଯତ୍ନ ନେବା ପାଇଁ ସେଠାରେ ରହୁଥିବା ଲୋକଙ୍କୁ ଅନୁରୋଧ କରାଯିବ | ଆଜି ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟଙ୍କ ସସ୍ମିତା ପାହାଡ଼ ସିଂ, ପ୍ରକାଶ, ଏବଂ ମିଳନ ସହ ସ୍ଥାନୀୟ ସମାଜସେବୀ ମାନି ପଣ୍ଡା,______ପ୍ରମୁଖ ଉପସ୍ଥିତ ଥିଲେ |

Leave A Comment

All fields marked with an asterisk (*) are required