Search for:
  • Home/
  • ମହାନଗର/
  • ଦିନ ମଜୁରିଆ ଗୌରାଙ୍ଗଙ୍କ ଶବ ସତ୍କାର କଲା ଓଡିଶା-ମୋ ପରିବାର

ଦିନ ମଜୁରିଆ ଗୌରାଙ୍ଗଙ୍କ ଶବ ସତ୍କାର କଲା ଓଡିଶା-ମୋ ପରିବାର

Spread the love

Loading

ଦିନ ମଜୁରିଆ ଗୌରାଙ୍ଗଙ୍କ ଶବ ସତ୍କାର କଲା ଓଡିଶା-ମୋ ପରିବାର

ଭୁବନେଶ୍ଵର,୩୧.୦୮.୨୦୨୩ : ଭୁବନେଶ୍ୱରସ୍ଥିତ ୟୁନିଟ୍ ୧, ଜି.ଇ.ଡ଼ି ବସ୍ତି ଅଞ୍ଚଳର ଗୌରାଙ୍ଗ ନାୟକ ଦିନ ମଜୁରି କରି ପରିବାର ଚଳାନ୍ତି । ପରିବାର କହିଲେ ତାଙ୍କର ପତ୍ନୀ,ତିନି ପୁଅ ଏବଂ ଚାରିଝିଅ । ଗୌରାଙ୍ଗ ମୂଲ ଲାଗି ଯାହା ପଇସା ଆଣନ୍ତି ସେଥିରେ ୪ପ୍ରାଣୀଙ୍କ ପେଟ ପୁରେ । ଭାଗ୍ୟର ବିଡ଼ମ୍ବନା, ଗତ ଅଗଷ୍ଟ ୩୦ତାରିଖରେ ଗୌରାଙ୍ଗଙ୍କର ହୃଦ୍-ଘାତ ଯୋଗୁଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଗୌରାଙ୍ଗ ବଞ୍ଚି ପାରିଲେ ନାହିଁ । ଆର୍ଥିକ ଚାପରେ ଥିବା ପରିବାର ବର୍ଗ ଗୌରାଙ୍ଗଙ୍କ ଶେଷକୃତ୍ୟ ସମ୍ପନ୍ନ ନିମନ୍ତେ ଓଡ଼ିଶା-ମୋ ପରିବାର ର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସହାୟତା ଲୋଡ଼ିଥିଲେ । ଏହାପରେ, ଶ୍ରୀ ସାମନ୍ତରାୟ ତୁରନ୍ତ ପଦକ୍ଷେପ ନେଇ ଶେଷକୃତ୍ୟ ସମ୍ପନ୍ନ ପାଇଁ ସମସ୍ତ ପ୍ରସ୍ତୁତି କରି ଜୟ ଓଡ଼ିଶାର “ଶେଷସାଥି” ଯାନ ସହାୟତାରେ ତାଙ୍କ ମୃତ ଶରୀରକୁ କ୍ୟାପିଟାଲ ହସ୍ପିଟାଲରୁ ସତ୍ୟନଗର ଶ୍ମଶାନକୁ ସ୍ଥାନାନ୍ତର କରାଇଥିଲେ । ମାରୱାର୍ଡି ଯୁବ ମଞ୍ଚର ସଦସ୍ୟ ଶ୍ରୀ ଗଗନ ବିହାରୀ ପୈତାଲଙ୍କ ସହାୟତାରେ ଗୌରାଙ୍ଗଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଓଡ଼ିଶା-ମୋ ପରିବାରର ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ର ତଦାରଖ କରିଥିଲେ ଏବଂ ତାଙ୍କ ଅମର ଆତ୍ମାର ସଦ୍-ଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାର କୁ ସାନ୍ତ୍ଵନା ଦେଇଥିଲେ।

Leave A Comment

All fields marked with an asterisk (*) are required