Search for:
  • Home/
  • ବାଣିଜ୍ୟ/
  • ମାନସିକ ସ୍ୱାସ୍ଥ୍ୟ ସଚେତନତା ଉପରେ “ଏକ ସୱାଲ” ର ଅଭିନଵ ପ୍ରୟାସ

ମାନସିକ ସ୍ୱାସ୍ଥ୍ୟ ସଚେତନତା ଉପରେ “ଏକ ସୱାଲ” ର ଅଭିନଵ ପ୍ରୟାସ

Spread the love

Loading

ମାନସିକ ସ୍ୱାସ୍ଥ୍ୟ ସଚେତନତା ଉପରେ “ଏକ ସୱାଲ” ର ଅଭିନଵ ପ୍ରୟାସ

ଭୁବନେଶ୍ୱର:ବର୍ତ୍ତମାନ ସମୟରେ ବିଶ୍ୱରେ ଏବଂ ସର୍ବ ଭାରତୀୟ ସ୍ତରରେ ମାନସିକ ରୋଗ ତଥା ମାନସିକ ଅସ୍ଥିରତା ହେଉଛି ଏକ ସ୍ଵାସ୍ଥ୍ୟଗତ ଆହ୍ୱାନ l ଯାହାକୁ ସମଗ୍ର ବିଶ୍ୱ ଏବଂ ଭାରତ ମଧ୍ୟ ସମ୍ମୁଖୀନ କରୁଛି l ଗଣନା ଅନୁଯାୟୀ ଏହା ସ୍ପଷ୍ଟ ହୁଏ ଯେ ଆତ୍ମହତ୍ୟା ହେଉଛି ଆମ ଦେଶରେ ହେଉଥିବା ମୃତ୍ୟୁ ର ଏକ ପ୍ରମୁଖ କାରଣ l ଚାଳିଶ ବର୍ଷରୁ କମ୍ ବ୍ୟକ୍ତିମାନେ ଏହାର ଶିକାର ହୋଇଥାନ୍ତି l ବର୍ତ୍ତମାନ ର ଆଧୁନିକ ସମାଜରେ ମନୁଷ୍ୟ ର ଉଚ୍ଚ ଆଶା ଅଭିଳାଷ ସମୟ ସମୟରେ ତାକୁ ନିରାଶ ଏବଂ ଅସ୍ତବ୍ୟସ୍ତ କରିଦେଉଛି l ଏହି ମାନସିକ ବ୍ୟସ୍ତତା ତାକୁ ସମସ୍ତ ଙ୍କ ଠାରୁ ଏକୁଟିଆ କରିଦେଉଛି l କେତେବେଳେ ସେ ମାନସିକ ଚିନ୍ତାରେ ରହି ଉଚ୍ଚ ରକ୍ତଚାପ ବା ବ୍ଲଡ଼ ପ୍ରେସର,ମଧୁମେହ ଏବଂ ହୃଦ ରୋଗର ଶିକାର ହେଉଛି l

କେତେବେଳେ ପରିବାର ବର୍ଗ ଙ୍କ ସହ ମତାନ୍ତର ମାନସିକ ଚିନ୍ତାର କାରଣ ହେଉଛି ତ କେଉଁଠି ପିଲାଙ୍କ ମଧ୍ୟରେ ପାଠ ପଢା ର ମାନସିକ ଚାପ ରହୁଛି l ଏହିପରି କେତେକ ଜଟିଳ ପରିସ୍ଥିତି ଭିନ୍ନ ଭିନ୍ନ ପରିବେଶ ରେ ଉପୁଜୁଛି l ସମାଜରେ ସଚେତନତା ଓ ମାନସିକ ଚିନ୍ତାର ଦୂରୀକରଣ ପାଇଁ ପ୍ରତ୍ୟେକ ମନୁଷ୍ୟ ସାହସର ସହିତ ପ୍ରତ୍ୟେକ ପରିସ୍ଥିତି ର ସମ୍ମୁଖୀନ ହେବା ଦରକାର l
ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଜାଗ୍ରତ ଓ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ଙ୍କ ମୁହଁରେ ନୀରବତା କୁ ଭାଙ୍ଗି ସଚେତନତା ସୃଷ୍ଟି କରିବା ପାଇଁ ରାଉରକେଲା ର ଯୁବକ ଶ୍ରୀମାନ ସମନ୍ ପାତ୍ର ଅନ୍ୟ କେତେକ ଯୁବକ ଙ୍କ ସହ ମିଶିଛନ୍ତି l ସେ ତାଙ୍କ ସହ କର୍ମୀ ତଥା ରୋଟାରୀ କ୍ଲବ ର ସମର୍ଥନ ରେ ଭୁବନେଶ୍ୱର ରୁ ସମଗ୍ର ଭାରତ ଦୁଇ ଚକିଆ ଅଭିଯାନ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି l ଯେଉଁଥିରେ ସେ ସେପ୍ଟେମ୍ବର ୨0୨୩ ରୁ ଭୁବନେଶ୍ୱର ଠାରୁ ଆରମ୍ଭ କରି ଭରତର ୨୮ ଟି ରାଜ୍ୟ ର ଏକ ଶହ ସହର କୁ ଅଭିଯାନ କରିବେ l

ଶ୍ରୀମାନ ସମନ୍ ପାତ୍ର ଏକ ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ତଥା ସ୍ବେଛାସେବୀ ଭାବେ କାର୍ଯ୍ୟରତ l ତାଙ୍କର ଏହି କାର୍ଯ୍ୟ ରେ କେତେକ ଡାକ୍ତର ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ମଧ୍ୟ୍ୟ ଯୋଗ ଦେଇଛନ୍ତି l
“ଏକ ସୱାଲ” ଏହାର ଅଭିଯାନ ସମୟରେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ କର୍ପୋରେଟ୍ ମାନଙ୍କୁ ଆଛାଦାନ କରିବ l
ଏକ ବ୍ୟାପକ ବିସ୍ତାର ସଚେତନତା ସହିତ ମାନସିକ ସମସ୍ୟା ଦୂର କରିବା ପାଇଁ ସ୍କୁଲ, କଲେଜ ରେ “ମାନସିକ ସ୍ୱାସ୍ଥ୍ୟ” ଏକ ବିଷୟ ଭାବେ ଅନ୍ତର୍ଭୁକ୍ତ କରିବା ବାଞ୍ଚନୀୟ l
ମାନସିକ ସମସ୍ୟା କୁ ଦୂର କରିବା ପାଇଁ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ କାର୍ଯ୍ୟସ୍ଥଳରେ ଉପଯୁକ୍ତ ଦକ୍ଷ ଓ କୁଶଳ ପରାମର୍ଶଦାତା ନିୟୋଜିତ ହେବା ଅନିବାର୍ଯ୍ୟ l
ଶ୍ରୀମାନ୍ ସମନ୍ ପାତ୍ର ଏବଂ ତାଙ୍କ ଟିମ୍ “ଏକ ସୱାଲ” ମାନସିକ ସ୍ୱାସ୍ଥ୍ୟ ର ସୁସ୍ଥତା ଓ ବ୍ୟକ୍ତି ଙ୍କ ମନୋବଳ କୁ ଦୃଢ କରିବା ପାଇଁ ସର୍ବଦା କାର୍ଯ୍ୟରତ l
ମାର୍ଚ୍ଚ ୩୧ ୨0୨୪ ରେ ଶ୍ରୀମାନ୍ ପାତ୍ର ତାଙ୍କର ଦୁଇ ଚକିଆ ଅଭିଯାନ କୁ ସମାପ୍ତ କରିବେ ଏବଂ ଏହି ଅଭିଯାନ ରେ ଲୋକମାନଙ୍କ ଆଗ୍ରହ ଓ ସାମାଜିକ ଚିନ୍ତାଧାରା କୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏକ ଉପଯୁକ୍ତ ମଡେଲ ଗଠନ କରିବା ପାଇଁ କାର୍ଯ୍ୟ କରିବ l ଏହି ଅଭିଯାନ ରେ ଶ୍ରୀମତୀ ଜୟଶ୍ରୀ ମହାନ୍ତି (ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଅଫ ରୋଟାରୀ କ୍ଲବ) ସମର୍ଥନ କରୁଛନ୍ତି ଏବଂ ସମଗ୍ର ଭାରତ ବର୍ଷ ରେ ଥିବା ରୋଟାରୀ କ୍ଲବ ସହିତ ସହବନ୍ଧିତ କରିଛନ୍ତି ଲ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସମନ୍ ପାତ୍ରଙ୍କ ସହିତ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି ଓ ରୋଟାରୀ କ୍ଳବ୍ ମୀଡୋଜର ସଭାପତି ସୁରଜ ରାଜ ଯୋଗଦାନ କରିଥିଲେ।

Leave A Comment

All fields marked with an asterisk (*) are required