Search for:
  • Home/
  • ବିଜେପି/
  • ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆକ୍ରମଣ ପ୍ରସଙ୍ଗରେ

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆକ୍ରମଣ ପ୍ରସଙ୍ଗରେ

Spread the love

Loading

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆକ୍ରମଣ ପ୍ରସଙ୍ଗରେ
ଭୟଭୀତ ଓ ଅସୁରକ୍ଷିତ ବିଜୁ ଜନତା ଦଳ
ଔଷଧ ବିକଳରେ ତାଟିଆ କାମୁଡୁଛି: ଡ.ଲେଖାଶ୍ରୀ
 ଭୁବନେଶ୍ୱର ସାଂସଦଙ୍କ ଉପରେ ବିଜେଡିର ପ୍ରାୟୋଜିତ ଆକ୍ରମଣ ଅତ୍ୟନ୍ତ ଲଜ୍ଜାଜନକ
 ୨୩ବର୍ଷର ବିଫଳତାର ବୋଝ ଉପରେ ବସି ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ବର୍ତମାନ ରକ୍ତ ଚାଉଳ ଚୋବାଉଛନ୍ତି
ଭୁବନେଶ୍ୱର, ତା.୨୮/୦୮: ଗଣତନ୍ତ୍ରରେ ପ୍ରତିବାଦର ବି ଗୋଟିଏ ପରିଧି ରହିଛି । ସାମ୍ବିଧାନିକ ବିଦ୍ଧି ବ୍ୟବସ୍ଥାରେ ପ୍ରତିବାଦ କରିବାର ଅଧିକାର ଅଛି । କିନ୍ତୁ ପ୍ରାୟୋଜିତ ଭାବରେ ଲୋକ ଲଗାଇ ବିଶେଷ ଭାବରେ ମହିଳାମାନଙ୍କୁ ଲଗାଇ ଟେକା ପଥର ଫିଙ୍ଗିବା, ଅଣ୍ଡା ମାଡ କରିବା, ଅସମ୍ମାନ କରିବା, ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଏହା କେବେ ବି ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଓଡିଶାସାରା ଜନପ୍ରତିନିଧିମାନଙ୍କୁ ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଉଛି । ଜନପ୍ରତିନିଧି ଏବଂ ଜନତାଙ୍କ ମତକୁ ନ୍ୟୁନ ଦେଖେଇବା ପାଇଁ ପ୍ରଚେଷ୍ଟା ଚାଲିଛି । ଗତକାଲି ଭୁବନେଶ୍ୱର ସାଂସଦଙ୍କ ଉପରେ ଶାସକ ବିଜେଡିର ପ୍ରାୟୋଜିତ ଆକ୍ରମଣ ଅତ୍ୟନ୍ତ ଲଜ୍ଜାଜନକ । ଏହି ଆକ୍ରମଣ ସମ୍ପୂର୍ଣ୍ଣ ଭାବରେ ବିଜୁ ଜନତା ଦଳ ଏବଂ ରାଜ୍ୟ ସରକାର ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ୱାରା ପ୍ରାୟୋଜିତ । ଓଡିଶାରେ ମା’ଙ୍କୁ ସମ୍ମାନ ଏବଂ ମହିଳା ସଶକ୍ତିକରଣର ନାରା ଦେଉଥିବା ବିଜୁ ଜନତା ଦଳ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କର ମୁଖା ସମ୍ପୂର୍ଣ୍ଣ ଭାବେ ଖୋଲିଯାଇଛି । ଏହାକୁ ଭାରତୀୟ ଜନତାପାର୍ଟି ଘୋର ନିନ୍ଦା କରୁଛି ବୋଲି ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଗୋଟିଏ ପଟେ ମା’ଙ୍କୁ ସମ୍ମାନ ଓ ମହିଳା ସଶକ୍ତିକରଣର ନାରା ଦେଉଥିବା ବେଳେ ଆଉ ଗୋଟିଏ ପଟେ ମହିଳା ଏବଂ ଗୁଣ୍ଡାମାନଙ୍କୁ ଲଗାଇ ଜନ ପ୍ରତିନିଧିମାନଙ୍କୁ ଆକ୍ରମଣ କରୁଛନ୍ତି । ଏହା ବିଜୁଜନତା ଦଳ ଓ ରାଜ୍ୟ ସରକାରଙ୍କର ଦୋ ମୁହାଁ ନୀତିକୁ ପଦାରେ ପକାଇଛି । ମୁଖ୍ୟମନ୍ତ୍ରୀ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ ଓ ଅହିଂସାର କଥା କୁହନ୍ତି ସେହି ଶାସକ ଦଳ ତାଙ୍କ ମୁଖିଆଙ୍କ ପ୍ରରୋଚନାରେ ଅନ୍ୟ ଦଳ ସହ ନିଜ ଦଳର ପ୍ରତିନିଧି ମାନଙ୍କ ପ୍ରତି ମଧ୍ୟ ହିଂସାତ୍ମକ ଆଚରଣ କରିବାକୁ ପଛାଉନାହାଁନ୍ତି । ଏହା ହେଉଛି ବିଜୁ ଜନତା ଦଳର ଭୟ ଓ ଅସୁରକ୍ଷିତ ମନୋଭାବର ପ୍ରତିଫଳନ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ବିଜୁ ଜନତା ଦଳ ୨୩ବର୍ଷ ଶାସନ କଲା ପରେ ବି ଓଡିଶାରେ ତାଙ୍କର ଟ୍ରାକ୍ ରେକର୍ଡ ଅତ୍ୟନ୍ତ ଖରାପ ସ୍ଥିତିରେ ପହଁଚିଛି । ଓଡିଶାବାସୀ ଶାସକ ବିଜେଡି ବିରୁଦ୍ଧରେ ବିକ୍ଷୋଭ କରୁଛନ୍ତି । ୨୩ବର୍ଷର ବିଫଳତାର ବୋଝ ଉପରେ ବସି ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ବର୍ତମାନ ରକ୍ତ ଚାଉଳ ଚୋବାଉଛନ୍ତି । ଭୟଭୀତ ଓ ଅସୁରକ୍ଷିତ ବିଜୁ ଜନତା ଦଳ ବର୍ତମାନ ଔଷଧ ବିକଳରେ ତାଟିଆ କାମୁଡୁଛି ଏବଂ ଜନପ୍ରତିନିଧିଙ୍କ ଉପରେ ସୁଝାଉଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

 

Leave A Comment

All fields marked with an asterisk (*) are required