Search for:
  • Home/
  • Uncategorized/
  • ଓଡ଼ିଶାର ଏହି ଜାଗାରେ ହେବ ନୂତନ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା

ଓଡ଼ିଶାର ଏହି ଜାଗାରେ ହେବ ନୂତନ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା

Spread the love

Loading

ଜାନୁଆରୀ ୨୨ ତାରିଖରେ ଓଡ଼ିଶାର ଏହି ଜାଗାରେ ହେବ ନୂତନ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା

ଭୁବନେଶ୍ୱର:ଫତେଗଡ଼ ପାହାଡ଼ ଉପରେ ନିର୍ମାଣାଧୀନ ରାମ ମନ୍ଦିର
-ଜାନୁଆରୀ ୨୨ ତାରିଖରେ ଏହି ମନ୍ଦିରରେ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ
-ନୟାଗଡ଼ଠାରୁ ପ୍ରାୟ ୩୫ କିମି ଦୂର ଫତେଗଡ଼ ଗାଁରେ ନିର୍ମାଣାଧୀନ ରହିଛି ଏହି ମନ୍ଦିର
-ବଉଳମାଳ ପଥରରେ ତିଆରି ହୋଇଛି ଏହି ମନ୍ଦିର
-ପାହାଡ଼ ଉପରେ ତିଆରି ହୋଇଛି ଏହି ମନ୍ଦିର
-ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରମୁଖ ଯୋଗ ଦେବେ
-ଚାରି ବର୍ଷ ତଳେ ଆରମ୍ଭ ହୋଇଥିଲା ନିର୍ମାଣ କାର୍ଯ୍ୟ
-ଶେଷ ସ୍ପର୍ଶ ପାଉଛି ଫତେଗଡ଼ ଶ୍ରୀରାମ ମନ୍ଦିର

ପାହାଡ଼ର ଶୀଖରରେ ଭଗବତ ପୀଠ ପାଖରେ ୪ ବର୍ଷ ତଳେ ନିର୍ମାଣ କରାଯାଇଛି ବିଶାଳ ଶ୍ରୀରାମ ମନ୍ଦିର। ବଉଳମାଳ ପଥରରେ ଆକର୍ଷଣୀୟ ଶ୍ରୀରାମ ମନ୍ଦିର ନିର୍ମାଣ କରାଯାଉଛି। ପୁରୀ ଶ୍ରୀମନ୍ଦିର, କୋଣାର୍କ ଓ ଗଞ୍ଜାମର ତାରାତାରିଣୀ ମନ୍ଦିର ଢାଞ୍ଚାରେ ଏହି ମନ୍ଦିର ନିର୍ମାଣ ହେଉଛି। ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ପାହାଡ଼ ଉପରକୁ ଯିବା ପାଇଁ ଅଙ୍କବଙ୍କା ରାସ୍ତା ନିର୍ମାଣ କାର୍ଯ୍ୟ ସରିଯାଇଛି। ନଭଶ୍ଚୁମ୍ଭି ମନ୍ଦିର ପାର୍ଶ୍ୱରେ ଗାଡ଼ି ପାର୍କିଂ ଓ ପାର୍କ କରାଯାଇଛି। ଥରେ ପର୍ଯ୍ୟଟକ ସେଠାକୁ ଗଲେ ବାରମ୍ୱାର ଯିବାକୁ ଆଗ୍ରହ ପ୍ରକାଶ କରିବେ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତିବୋ ମନୋରମ।

ଜାନୁଆରୀ ୨୨ ତାରିଖରେ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ତା’ପୂର୍ବରୁ ୧୭ ତାରିଖରେ ଅଙ୍କୁରା ରୋପଣ କରାଯିବ। ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ଗଜପତି ମହାରାଜା ଦିବ୍ୟସଂହ ଦେବ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଶଙ୍କରାଚାର୍ଯ୍ୟ ୨୧ ତାରିଖରେ ପୀଠରେ ପହଞ୍ଚିବେ। ସେ ଦିନ ସେ ଧର୍ମସଭାରେ ଉଦ୍‌ବୋଧନ ଦେବେ। ଧର୍ମସଭାରେ ଯୋଗଦେବା ପାଇଁ ୧୦୦୦ରୁ ଅଧିକ ସାଧୁ ଓ ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି। ସେହିଦିନ ଶଙ୍କରାଚାର୍ଯ୍ୟ ସେଠାରେ ରହିବେ। ୨୨ ତାରିଖରେ ମୁଖ୍ୟ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଇବେ। ପ୍ରାଣ ପ୍ରତିଷ୍ଠା ପରେ ସେ ପ୍ରଥମେ ଶ୍ରୀରାମଙ୍କୁ ଦର୍ଶନ କରିବେ। ତା’ପରେ ପୁରୀ ଗଜପତି ମହାରାଜା ଦିବ୍ୟସଂହ ଦେବ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କୁ ଦର୍ଶନ କରିବେ।

Leave A Comment

All fields marked with an asterisk (*) are required