Search for:
  • Home/
  • ରାଜ୍ୟ/
  • ବିଦ୍ୟାଳୟରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର -କାରଣ ଅସ୍ପଷ୍ଟ

ବିଦ୍ୟାଳୟରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର -କାରଣ ଅସ୍ପଷ୍ଟ

Spread the love

Loading

ବିଦ୍ୟାଳୟରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
-କାରଣ ଅସ୍ପଷ୍ଟ

ବାରିପଦା,ବିଦ୍ୟାଳୟରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦର ଗ୍ରାମ ପଞ୍ଚାୟତ ଅଁଳାଗୁଞ୍ଜା ଗ୍ରାମରେ ଥିବା ସରସ୍ବତୀ ଉଚ୍ଚ ବିଦ୍ୟାଳୟ ପରିସରରେ ଘଟିଛି ଏଭଳି ଘଟଣା। ମୃତକ
ଛାତ୍ର ଜଣକ ହେଉଛନ୍ତି ବିଶୋଇ ଥାନା ଅନ୍ତର୍ଗତ ରାଇହରି ହିଜିଳି ଗ୍ରାମର ତରଣି ସେନ ନନ୍ଦଙ୍କ ପୁଅ ବିଶ୍ବଭୂଷଣ ନନ୍ଦ ।

ସୂଚନା ଅନୁଯାୟୀ, ବିଶ୍ବଭୂଷଣ ଉକ୍ତ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଥିଲେ। ସବୁଦିନ ଭଳି ଗତକାଲି ରାତିରେ ଅନ୍ୟ ପିଲାଙ୍କ ସହ ରାତିଭୋଜନ କରିବା ପରେ ବିଦ୍ୟାଳୟ ଛାତ୍ରାବାସରେ ଶୋଇଥିଲେ । ତେବେ ଆଜି ସକାଳୁ ବିଦ୍ୟାଳୟର ଏକ ଶ୍ରେଣୀ ଗୃହର ଛାତରେ ଲାଗିଥିବା କାଠରେ ତାଙ୍କର ଝୁଲନ୍ତା ମୃତଦେହ ଦେଖୁବାକୁ ମିଳିଥିଲା। ଖବର ପାଇ ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Leave A Comment

All fields marked with an asterisk (*) are required