Search for:
  • Home/
  • ରାଜ୍ୟ/
  • ମଜୁରି ବୃଦ୍ଧି ଓ ସ୍ଥାୟୀ ନିଯୁକ୍ତି ଦାବିରେ ରାଜରାସ୍ତାରେ ମିଳିତ ପାଚିକା ସଂଘ ମନ୍ତ୍ରୀଙ୍କ ସହିତ ଆଲୋଚନା ବିଫଳ, ଧରଣା 

ମଜୁରି ବୃଦ୍ଧି ଓ ସ୍ଥାୟୀ ନିଯୁକ୍ତି ଦାବିରେ ରାଜରାସ୍ତାରେ ମିଳିତ ପାଚିକା ସଂଘ ମନ୍ତ୍ରୀଙ୍କ ସହିତ ଆଲୋଚନା ବିଫଳ, ଧରଣା 

Spread the love

Loading

ମଜୁରି ବୃଦ୍ଧି ଓ ସ୍ଥାୟୀ ନିଯୁକ୍ତି

ଦାବିରେ ରାଜରାସ୍ତାରେ
ମିଳିତ ପାଚିକା ସଂଘ

ମନ୍ତ୍ରୀଙ୍କ ସହିତ ଆଲୋଚନା ବିଫଳ, ଧରଣା

ଭୁବନେଶ୍ୱର, ୨୮.୯ : ଏଆଇଟିୟୁସି, ସିଆଇଟିୟୁ, ଏଚ୍‌ଏମ୍‌ଏସ୍‌,
ଏଆଇୟୁଟିୟୁସି ଓ ଏଆଇସିସିଟିୟୁ ଦ୍ୱାରା ସହବନ୍ଧିତ ବିଭିନ୍ନ ପାଚିକା ମହାସଂଘ
ଏକତ୍ରିତ ହୋଇ ବୁଧବାର ଦିନ ଗାନ୍ଧିମାର୍ଗରେ ଏକାଠ ହୋଇ ପାଚିକାମାନଙ୍କର ଦାବି ନେଇ
ଗଣଧାରଣା ଜାରି ରହିଛି । ପାଚିକାମାନଙ୍କୁ ସରକାରୀ କର୍ମ·ରୀର ମାନ୍ୟତା ଓ ମାସିକ
ସର୍ବନିମ୍ନ ମଜୁରୀ୨୬ ହଜାର ଟଙ୍କା ପ୍ରଦାନ କରାଯାଉ, ପାଚିକାମାନଙ୍କୁ ୧୦ମାସର ପରିବର୍ତ୍ତେ
୧୨ମାସର ପାରିଶ୍ରମିକ ପ୍ରଦାନ କରିବା ସହିତ ୨୦୨୨ ମଇ, ଜୁନ ମାସରେ କାମ କରିଥିବା ସମସ୍ତ
ପାଚିକାଙ୍କୁ ପାରିଶ୍ରମିକ ପ୍ରଦାନ କରାଯାଉ, ୨୦୦୯ ଡିସେମ୍ବରରୁ ୨୦୧୨ ମାର୍ଚ୍ଚ ପର୍ଯ୍ୟନ୍ତ କାମ
କରିଥିବା ସମସ୍ତ ପାଚିକା ସହାୟିକାଙ୍କ ନିର୍ଭଲୁ ତାଲିକା ପ୍ରସ୍ତୁତ କରି ମୃତକଙ୍କ
ଉତ୍ତରାଧିକାରୀଙ୍କୁ ଓ ଅବସରପ୍ରାପ୍ତ ପାଚିକାଙ୍କୁ ପାରିଶ୍ରମିକ ଅବିଳମ୍ବେ ପ୍ରଦାନ କରାଯାଉ, ସ୍କୁଲ
ବନ୍ଦ, ସ୍କୁଲ ମିଶ୍ରଣ ଫଳରେ ବାଦ ପଡିଥିବା ସମସ୍ତ ପାଚିକାଙ୍କୁ ଅନ୍ୟତ୍ର ନିଶ୍ଚିତ ନିଯୁ୍‌କ୍ତି
ଦିଆଯାଉ, ପିଲାସଂଖ୍ୟା କମ ପାଇଁ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ
ତୁରନ୍ତ ଖୋଲାଯାଇ ପାଚିକାମାନଙ୍କୁ ନିଯୁକ୍ତି ଦିଆଯାଉ, ଅବସରକାଳୀନ ବୟସ ସୀମା ୬୫କୁ
ବୃଦ୍ଧି କରିବା ସହିତ ୬୦ବର୍ଷ ପରେ ବାଦ ପଡିଥିବା ପାଚିକାଙ୍କୁ ଅବସର କାଳୀନ ଭତ୍ତା ପ୍ରଦାନ
କରାଯାଉ, ପାଚିକାଙ୍କୁ ପ୍ରତିମାସ ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ କରାଯାଉ, ମଧ୍ୟାନ୍ନ
ଭୋଜନ କାମ ବ୍ୟତୀତ ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରାଯାଉ, ପାଚିକାମାନଙ୍କୁ ଛୁଟି
ନେବାର ବ୍ୟବସ୍ଥା ସହିତ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ସହିତ ପ୍ରସୂତିକାଳୀନ
ଛୁଟିର ବ୍ୟବସ୍ଥା କରାଯାଉ, ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ
ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରାଯାଉ, ପାଚିକାମାନଙ୍କର ଗତ ୪ବର୍ଷର ବକେୟା ଶାଢୀ ପ୍ରଦାନ ସହିତ
ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ, ସାମାଜିକ ନିରାପତ୍ତା, ବୀମାଭୁକ୍ତ କରାଯାଉ । ଅବସରକାଳୀନ
ସହଯୋଗ ରାଶିକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଉ, ବିଭିନ୍ନ ସ୍କୁଲରେ ନୂତନ ଭାବେ ନିଯୁକ୍ତି
ପାଉଥିବା ପାଚିକାଙ୍କୁ ନିଯୁକ୍ତି ଦିନଠାରୁ ପାରିଶ୍ରମିକ ପ୍ରଦାନ କରାଯାଉ, ଶ୍ରମିକ,
କର୍ମ·ରୀ ବିରୋଧି ଶ୍ରମ କୋଡକୁ ବାତିଲ କରାଯାଉ, ମଧ୍ୟାହ୍ନ ଭୋଜନ ଓ ପାଚିକା ସହାୟିକା
ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ୍‌ରେ ଆବଶ୍ୟକୀୟ ବ୍ୟୟ ବରାଦ କରିବାର ବ୍ୟବସ୍ଥା
କରିବା ସହିତ ଛାତ୍ରମାନଙ୍କର ମୁଣ୍ଡପିଛା ଖାଇବା ଖର୍ଚ୍ଚ ବୃଦ୍ଧି କରାଯାଉ, ନୂତନ ଶିକ୍ଷାନୀତି
୨୦୨୦କୁ ବାତିଲ କରିବା ଆଦି ୧୫ ଦଫା ଦାବିକୁ ନେଇ ଏଆଇସିସିଟିୟୁ ନେତା ମହେନ୍ଦ୍ର
ପରିଡ଼ାଙ୍କ ନେତୃତ୍ୱରେ ସିଟୁର ପୁଷ୍ପା ଦାସ, ଏଆଇଟିୟୁସିର ସୁବାସ ମହାପାତ୍ର,
ଏଆଇୟୁଟିୟୁସିର ଜୟସେନ ମେହେର ଓ ପାଚିକା ସଂଘ ପକ୍ଷରୁ ଇସାନୀ ଷଡ଼ଙ୍ଗୀ, ଇତିଶ୍ରୀ ଜେନା
ଓ ମାଧବୀଲତା ପ୍ରମୁଖ ଏକ ୭ଜଣିଆ ପ୍ରତିନିଧି ଦଳ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଂଙ୍କୁ ଭେଟି
ଦାବି ପତ୍ର ପ୍ରଦାନ କରିଥିଲେ । ମାତ୍ର ମନ୍ତ୍ରୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କୌଣସ ଦାବିକୁ ପୂରଣ
କରିବା ଲାଗି ପ୍ରତିଶ୍ରୁତି ନଦେବା ଫଳରେ ମିଳିତ ପାଚିକା ମହାସଂଘ ତରଫରୁ ରାଜଧାନୀର
ରାଜରାସ୍ତାରେ ଧାରଣା ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ଆନ୍ଦୋଳନରେ
ନିରଞ୍ଜନ ମହାନ୍ତି, ପ୍ରଦିପ୍ତ ନାୟକ, ସବିତା ବରଜ, ବିଷ୍ଣୁ ଦାସ, ବିଜୟ ଜେନା, ବି.ଏନ୍‌. ମହାପାତ୍ର,

କମଲ ଷଣ୍ଢ, ବଂଶୀଧର ପରିଡ଼ା ପ୍ରମୁଖ ତାଙ୍କର ବକ୍ତବ୍ୟ ପ୍ରଦାନ କରି ସରକାର ତୁରନ୍ତ ପାଚିକାମାନଙ୍କ
ଦରମା ବୃଦ୍ଧି ସହିତ ସେମାନଙ୍କୁ ସରକାରୀ କର୍ମ·ରୀର ମାନ୍ୟତା ପ୍ରଦାନ କରିବାକୁ ଆହ୍ୱାନ
ଦେଇଥିଲେ ।

Leave A Comment

All fields marked with an asterisk (*) are required