Search for:
  • Home/
  • ରାଜ୍ୟ/
  • ଯୁବ ରେଡ଼କ୍ରସ ପରାମର୍ଶଦାତାଙ୍କ ବୈଠକ।

ଯୁବ ରେଡ଼କ୍ରସ ପରାମର୍ଶଦାତାଙ୍କ ବୈଠକ।

Spread the love

Loading

ଯୁବ ରେଡ଼କ୍ରସ
ପରାମର୍ଶଦାତାଙ୍କ ବୈଠକ
ଭୁବନେଶ୍ୱର, ୨୮.୯ : ଯୁବ ରେଡ଼କ୍ରସ ଆଞ୍ଚଳିକ ଶାଖା,
ଭୁବନେଶ୍ୱରର ଜିଲ୍ଲାସ୍ତରୀୟ ପରାମର୍ଶଦାତାଙ୍କ କାର୍ଯ୍ୟକାରିଣୀ ବୈଠକ
ବି.ଜେ.ବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜି.ଏମ୍‌. ଖାନ ଅଧ୍ୟକ୍ଷତା କରିଥିଲେ ।
ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ମୁଖ୍ୟ
ଅତିଥି ଭାବେ ଯୋଗଦାନ କରି ଚଳିତବର୍ଷର କାର୍ଯ୍ୟକ୍ରମ ସମ୍ବନ୍ଧରେ
ପରାମର୍ଶ ଦେଇଥିଲେ । ବି.ଜେ.ବି ସ୍ୱୟଂଶାସିତ ମହାବିଦ୍ୟାଳୟର ଉପାଧ୍ୟକ୍ଷା ଡ.
ମଧୁବ୍ରତା ଶତପଥୀ ଏବଂ ଭୁବନେଶ୍ୱରର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା
ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ପରାମର୍ଶଦାତାମାନେ ଏହି ବୈଠକରେ
ଯୋଗଦାନ କରିଥିଲେ । ଭୁବନେଶ୍ୱର ଆଞ୍ଚଳିକ ଶାଖାର ଆବାହକ
ସମ୍ପାଦିକା ଅଧ୍ୟାପିକା ଲେଖା ଦାସ କାର୍ଯ୍ୟକ୍ରମ ପରି·ଳନା କରିଥିଲେ ଏବଂ
ସଂଯୋଜକ ଡ. ରେବତୀକାନ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Comment

All fields marked with an asterisk (*) are required