Search for:
  • Home/
  • ରାଜ୍ୟ/
  • କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଓ ଆଇବିଏମ ମଧ୍ୟରେ ଏମଓୟୁ

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଓ ଆଇବିଏମ ମଧ୍ୟରେ ଏମଓୟୁ

Spread the love

Loading

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଓ ଆଇବିଏମ ମଧ୍ୟରେ ଏମଓୟୁ

ଟେକ୍ନୋଲୋଜି ଏବଂ ଇନୋଭେସନ ଆମ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ -ଧର୍ମେନ୍ଦ୍ର ପ୍ରଧାନ

• ଟେକ୍ନୋଲୋଜିର ସାମର୍ଥ୍ୟକୁ ଉପଯୋଗ କରି ଆମର ଡିଜିଟାଲ ଦକ୍ଷ ଯୁବପିଢି ସମାଜର ଉଦ୍ୟୋଗୀ ଓ ଓ୍ୱେଲଥ୍ କ୍ରିଏଟର ହେବେ
• ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷାରେ ସହଯୋଗୀ ହେବ ଆଇବିଏମ
• ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇର ଏଆଇ ପାଠ୍ୟକ୍ରମ ପ୍ରସ୍ତୁତ କରିବ
• ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସାଇବର ସ୍କିଲିଂ ଏବଂ ବ୍ଲକ୍ ଚେନ୍ ପାଠ୍ୟକ୍ରମ ମଧ୍ୟ ବିକଶିତ କରାଯିବ
• ଟେକ୍ନୋଲୋଜି ଏବଂ ଇନୋଭେସନ ଆମ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇସାରିଛି
• ପ୍ରଧାନମନ୍ତ୍ରୀ ଭବିଷ୍ୟତର ଦକ୍ଷତା ଇକୋସିଷ୍ଟମକୁ ଅଧିକ ପ୍ରାଥମିକତା ଦେଇଛନ୍ତି
• ସ୍କିଲିଂ, ରି-ସ୍କିଲିଂ, ଅପ୍ ସ୍କିଲିଂ ଆମର ସର୍ବୋଚ୍ଚ ପ୍ରାଥମିକତା

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୨୭ –  ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଅଗ୍ରଣୀ ଟେକ୍ଲୋଲୋଜି କମ୍ପାନୀ ଆଇବିଏମ ମଧ୍ୟରେ ୮ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଡିଜିଟାଲ ସ୍କିଲିଂ ଏବଂ ଉଭା ହେଉଥିବା ସ୍କିଲିଂକୁ ନେଇ ଏହି ଏମଓୟୁ ସ୍ୱାକ୍ଷର ହୋଇଛି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ବିଶାଳ ଓ ଯୁବ ଜନସଂଖ୍ୟା ସହ ଭାରତ ପର୍ଯ୍ୟାପ୍ତ ସମ୍ଭାବନା ହାସଲ କରିପାରିବା କ୍ଷେତ୍ରରେ ଶୀର୍ଷରେ ରହିଛି ।  ଏହି ଜନସଂଖ୍ୟାଗତ ଲାଭକୁ ଉପଯୋଗ କରିବା ପାଇଁ ଆଜିର ଅଧୁନା କର୍ମକ୍ଷେତ୍ରରେ ଯୁବପିଢ଼ିଙ୍କୁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବା ଜରୁରୀ । ଏହି ସହଯୋଗ ଆମର ‘ସ୍କିଲ୍ ଇଣ୍ଡିଆ’ ଲକ୍ଷ୍ୟ ଏବଂ ଆଇବିଏମ୍ ସ୍କିଲ୍ସ ବିଲ୍ଡ ପ୍ଲାଟଫର୍ମ ବ୍ୟବହାର କରି ଉଭା ହେଉଥିବା ପ୍ରଯୁକ୍ତିବିଦ୍ୟାରେ ଡିଜିଟାଲ ଦକ୍ଷତା ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶକୁ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଜି ସୃଷ୍ଟି ହୋଇଥିବା ଏହି ଭାଗିଦାରୀ ଆମ ଶିକ୍ଷାର୍ଥୀମାନଙ୍କୁ ପ୍ରଯୁକ୍ତିବିଦ୍ୟାର ପ୍ରକୃତ ସମ୍ଭାବନାକୁ ଉପଯୋଗ କରିବା ସହ ସେମାନଙ୍କୁ ଭବିଷ୍ୟତର ଓ୍ୱେଲଥ୍ କ୍ରିଏଟର ଓ ସମାଜର ଉଦ୍ୟୋଗୀରେ ପରିଣତ କରିବାରେ ସହାୟକ ହେବ ।

ଟେକ୍ନୋଲୋଜି ଏବଂ ଇନୋଭେସନ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇସାରିଛି । ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବିଷ୍ୟତର ଦକ୍ଷତା ଇକୋସିଷ୍ଟମକୁ ଅଧିକ ପ୍ରାଥମିକତା ଦେଇଥିଲେ । ଜି-୨୦ ଫୋରମରେ ବିଶ୍ୱ ନେତୃତ୍ୱଙ୍କ ସହ ବିଶ୍ୱର ସ୍କିଲ୍ ମ୍ୟାପିଂ କରିବା ଭଳି ଚୁକ୍ତି ହୋଇଛି । ଟେକ୍ନୋଲୋଜି ଏବଂ ଇନୋଭେସନ ଆମ ବିଚାରକୁ ପ୍ରଭାବିତ କରିବା ସହ ଜୀବନଶୈଳୀରେ ବ୍ୟପାକ ପରିବର୍ତ୍ତନ ଆଣୁଛି । ଟେକ୍ନୋଲୋଜି ଓ ଡିଜିଟାଲକରଣ ଆମ ଦୈନନ୍ଦିନ ଜୀବନର ଗୋଟିଏ ମାଧ୍ୟମ ହୋଇଛି । ଡିଜିଟାଲ ସାକ୍ଷରତା ବର୍ତ୍ତମାନ ସମୟରେ ପ୍ରାସଙ୍ଗିକ ହୋଇଛି । ଏଆଇ ଆମର ଅର୍ଥନୀତି ବ୍ୟବସ୍ଥା ଏବଂ ସାମାଜିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି ।

ଆଜି ୮ଟି ଶିକ୍ଷଣ ସଂସ୍ଥା ଆଇବିଏମ ସହ ବୁଝାମଣା କରିଛନ୍ତି । ସ୍କିଲିଂ, ରି-ସ୍କିଲିଂ, ଅପ୍ ସ୍କିଲିଂ ଆମର ସର୍ବୋଚ୍ଚ ପ୍ରାଥମିକତା । ଦେଶର ଶିକ୍ଷା କ୍ଷେତ୍ରରେ ଥିବା ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ କୁଶଳୀ କରିବା ପାଇଁ ଅନେକ ଯୋଜନା ହେଉଛି । ପ୍ରତି ସପ୍ତାହରେ ଚାଟ ଜିପିଟିର ନୂଆ ଭର୍ସନ ଆସୁଛି । ଆଜି ଏହାର ବହୁଳ ବ୍ୟବହାର ହେଉଛି । ଆମ ଦେଶ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଆଗାମୀ ଦିନରେ ବିଶ୍ୱର ଏକ ନମ୍ବର ଅର୍ଥନୀତି ମଧ୍ୟ ହେବ । ତେଣୁ ସମାଜକୁ ବର୍ତ୍ତମାନ ଠାରୁ ସ୍କିଲିଂ, ରି ସ୍କିଲିଂ ଏବଂ ଅପ୍ ସ୍କିଲିଂ କରିବାର ଆବଶ୍ୟକତା ରହିଛି । ସେ ଦିଗରେ ଆଜିର ଏମଓୟୁ ଅନ୍ୟତମ ପଦକ୍ଷେପ । ଆଜିର ଯୁବପିଢିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢିଛି । ଏହା ହିଁ ନୂଆ ଭାରତ ।  ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତି ଅନୁସାରେ ଆଇବିଏମ ଭଳି ସଂସ୍ଥା ମଧ୍ୟ ଲାଭବାନ ହେବ । ସ୍କିଲିଂ ଇକୋସିଷ୍ଟମରେ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ମ୍ୟାପିଂ କରାଯିବାର ବ୍ୟବସ୍ଥା ହୋଇଛି ।

ପିଏମ ବିଶ୍ୱକର୍ମା ଯୋଜନାକୁ ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଶୁଭାରମ୍ଭ କରିଛନ୍ତି ।  ୧୮ଟି ପାରମ୍ପରିକ ତଥା କୌଳିକ ବୃତ୍ତିକୁ ଏହି ଯୋଜନାରେ ଅନ୍ତର୍ଭୃକ୍ତ କରାଯାଇଛି ।  ଅର୍ଥାତ୍ ଶିଳ୍ପୀକାରଙ୍କୁ ରି-ସ୍କିଲିଂ ଓ ଅପ୍ ସ୍କିଲିଂ କରାଇବା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଆଇବିଏମ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷାରେ ଆଇବିଏମ ସହଯୋଗ ହୋଇ କାର୍ଯ୍ୟକରିବ । ଏହାବ୍ୟତିତ ଆଇବିଏମ ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇର ଏଆଇ ପାଠ୍ୟକ୍ରମ ପ୍ରସ୍ତୁତ କରିବ । ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସାଇବର ସ୍କିଲିଂ ଏବଂ ବ୍ଲକ୍ ଚେନ୍ ପାଠ୍ୟକ୍ରମ ମଧ୍ୟ ବିକଶିତ କରାଯିବ ।

Leave A Comment

All fields marked with an asterisk (*) are required