Search for:
  • Home/
  • ରାଜ୍ୟ/
  • ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦୀ

Spread the love

Loading

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦୀ
କାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଚାର କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ନିର୍ଦ୍ଧାରିତ ସମୟର ୧ ଘଣ୍ଟା ବିଳମ୍ବରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ବିମାନ ଭୁବନେଶ୍ୱରରେ ବିମାନବନ୍ଦରରେ ପ୍ରାୟ ୧୦.୩୦ ମିନିଟ୍ ରେ ପହଞ୍ଚିଥିଲା । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଓଡ଼ିଶା ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ରାଜ୍ୟର ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।
ବିମାନବନ୍ଦର ଭିତରେ ଓ ବାହାରେ ଶହ ଶହ ବିଜେପି ସମର୍ଥକ ଅପେକ୍ଷା କରି ରହିଥିଲେ । ପ୍ରଧାନମନ୍ତ୍ରୀ ପହଞ୍ଚିବା ମାତ୍ରେ ସେମାନେ ତାଙ୍କୁ ନାଚ, ଗୀତ ଓ ବାଦ୍ୟର ତାଳେ ତାଳେ ଭବ୍ୟ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ବିମାନବନ୍ଦର ବାହାରେ ଜନଗହଳି ଭିତରେ କିଛି ସମୟ ଅଟକି ଥିଲା । ପ୍ରଧାନମନ୍ତ୍ରୀ ହାତରେ ଏକ ପଦ୍ମଫୁଲ ଧରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରାୟ ୧୧.୧୫ ମିନିଟ୍ ରେ ପ୍ରଧାନମନ୍ତ୍ରୀ ରାଜଭବନରେ ପହଞ୍ଚିଥିଲେ । ଆଜି ପ୍ରଧାନମନ୍ତ୍ରୀ ରାଜଭବନରେ ରାତ୍ରୀ ଯାପନ କରିବେ ।
ଆସନ୍ତକାଲି ସକାଳେ ପ୍ରଧାନମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସ୍ୱତନ୍ତ୍ର ହେଲିକପ୍ଟରରେ ବ୍ରହ୍ମପୁର ଯିବେ । ସହର ଉପକଣ୍ଠ କନିଷିଠାରେ ଆୟୋଜିତ ସଭାରେ ସାଧାରଣ ସଭାରେ ଯୋଗଦେବେ । ସେଠାରୁ ନବରଙ୍ଗପୁର ଯାଇ ଅନ୍ୟ ଏକ ଜନସଭାକୁ ସମ୍ବୋଧିତ କରିବେ ।ଆସନ୍ତା ୧୦ ତାରିଖରେ ମୋଦୀ ପୁଣି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଅଛି । ୧୦ ତାରିଖ ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସହର ଭିତରେ ଏକ ରୋଡ୍ ସୋ’ କରିବେ । ସେଦିନ ରାଜଭବନରେ ରାତ୍ରିଯାପନ କରି ୧୧ ତାରିଖରେ ବଲାଙ୍ଗୀରରେ ଏକ ଜନସଭାକୁ ସମ୍ବୋଧିତ କରିବାକୁ ଯିବେ ।

Leave A Comment

All fields marked with an asterisk (*) are required