Search for:
  • Home/
  • ରାଜ୍ୟ/
  • ୫ ଆସନରେ କଂଗ୍ରେସ ପ୍ରାର୍ଥୀ ବଦଳିଲେ।

୫ ଆସନରେ କଂଗ୍ରେସ ପ୍ରାର୍ଥୀ ବଦଳିଲେ।

Spread the love

Loading

୫ ଆସନରେ କଂଗ୍ରେସ ପ୍ରାର୍ଥୀ ବଦଳିଲେ
ଜୟନାରାୟଣ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥ

ଭୁବନେଶ୍ୱର: ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଓଡ଼ିଶାର ୫ ଟି ଆସନରେ ପ୍ରାର୍ଥୀ ବଦଳାଇଥିବା ବେଳେ ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଜଳେଶ୍ୱରରେ ଦେବୀ ପ୍ରସନ୍ନ ଚାନ୍ଦଙ୍କ ଜାଗାରେ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ବରୀରେ ଶ୍ରୀମତୀ ଆରତୀ ଦେଓଙ୍କ ଜାଗାରେ ଦେବାଶିଷ ନାୟକ ପ୍ରାର୍ଥୀ ହୋଇଛନ୍ତି । ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କୁ ବଦଳାଇ ହିମାଂଶୁ ଚାଉଳିଆଙ୍କୁ ପ୍ରାର୍ଥୀ କରାଯାଇଛି । ଆଠଗଡ଼ରେ ମେହବୁବ ଅହମ୍ମଦ ଖାନ୍ ଙ୍କ ଜାଗାରେ ସୁଦର୍ଶନ ସାହୁ ପ୍ରାର୍ଥୀ ହୋଇଛନ୍ତି । ପୁରୀରେ ସୁଜିତ୍ ମହାପାତ୍ରଙ୍କ ଜାଗାରେ ଉମା ବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରାଯାଇଛି ।
ନୀଳଗିରିରେ ଅକ୍ଷୟ ଆଚାର୍ଯ୍ୟ ହୋଇଛନ୍ତି ପ୍ରାର୍ଥୀ ।
କିଏ କେଉଁ ଆସନରୁ ପ୍ରାର୍ଥୀ
ଜଳେଶ୍ୱର- ସୁଦର୍ଶନ ଦାସ
ନୀଳଗିରି- ଅକ୍ଷୟ ଆଚାର୍ଯ୍ୟ
ବରୀ- ଦେବାଶିଷ ନାୟକ
ଆଠମଲ୍ଲିକ- ହିମାଂଶୁ ଚାଉଳିଆ
ଆଠଗଡ଼- ସୁଦର୍ଶନ ସାହୁ
ପୁରୀ- ଉମା ବଲ୍ଲଭ ରଥ
ଜୟନାରାୟଣ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ: ପୁରୀ ଲୋକସଭା ଆସନ ପାଇଁ କଂଗ୍ରେସ ଜୟନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ ଏହି ଆସନରୁ ସୁଚରିତା ମହାନ୍ତି ଟିକେଟ୍ ପାଇଥିଲେ । ମାତ୍ର ଦଳୀୟ ଫଣ୍ଡିଂ ନ ପାଇବାରୁ ସେ ଗତକାଲି ତାଙ୍କ ଟିକେଟ ଫେରାଇ ଦେଇଥିଲେ । ଫଣ୍ଡିଂ ବିନା ନିର୍ବାଚନ ଲଢ଼ିବା ସମ୍ଭବ ନୁହେଁ ବୋଲି ସେ ଜଣାଇ ଦେଇଥିଲେ ।

Leave A Comment

All fields marked with an asterisk (*) are required