Search for:
  • Home/
  • ଅପରାଧ/
  • ୧୦ ବର୍ଷରେ ପଦାର୍ପଣ କଲା ‘ମାଧ୍ୟମ’

୧୦ ବର୍ଷରେ ପଦାର୍ପଣ କଲା ‘ମାଧ୍ୟମ’

Spread the love

Loading

ଭୁବନେଶ୍ୱର:୧୦ ବର୍ଷରେ ପଦାର୍ପଣ କଲା ‘ମାଧ୍ୟମ’ ମହିଳା ସହଯୋଗ କେନ୍ଦ୍ର କମିଶନରେଟ୍ ପୋଲିସ୍ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଇ.ଏସ୍. ଡି. ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ‘ମାଧ୍ୟମ’ ମହିଳା ସହଯୋଗ କେନ୍ଦ୍ରକୁ ୯ ବର୍ଷ ପୂରି ୧୦ ବର୍ଷ ଚାଲିଲା । ଏହି କେନ୍ଦ୍ର ୨୦୧୪ ମସିହା ସେପ୍ଟେମ୍ବର ମାସ ୩ ତାରିଖରୁ ଡି.ସି.ପି. ଅଫିସ ଭୁବନେଶ୍ଵର ଓ କଟକ ମହିଳା ଥାନା ପରିସରରେ କାର୍ଯ୍ୟକରି ଆସୁଅଛି । ବିଗତ ୯ ବର୍ଷ ମଧ୍ୟରେ ଅନେକ ନିର୍ଯ୍ୟାତିତା ମହିଳା ଏହି କେନ୍ଦ୍ରକୁ ଆସି ନ୍ୟାୟ ପାଇ ସୁଖର ସଂସାର କରିପାରିଛନ୍ତି ବୋଲି ଆଇ.ଏସ୍.ଡି. ର ନିର୍ଦ୍ଦେଶିକା ଶୁଭଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି ।
‘ମାଧ୍ୟମ’ର ସଫଳତା ଓ ନବମ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ଵରସ୍ଥିତ କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ଶ୍ରୀ ସୌମ୍ୟେନ୍ଦ୍ର କୁମାର ପ୍ରିୟଦର୍ଶୀ ‘ମାଧ୍ୟମ’ର ନବମ ବର୍ଷର ବାର୍ଷିକ ପତ୍ରିକାକୁ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ମୁଖ୍ୟ ଅତିଥି ପୋଲିସ୍ କମିଶନର ଶ୍ରୀ ସୌମ୍ୟେନ୍ଦ୍ର କୁମାର ପ୍ରିୟଦର୍ଶୀ କହିଥିଲେ ଯେ ଉଭୟ ପୋଲିସ ଓ ମାଧ୍ୟମର ସହଭାଗିତାରେ କଟକ ଓ ଭୁବନେଶ୍ଵର କେନ୍ଦ୍ରର ବିଗତ ୯ ବର୍ଷ ମଧ୍ୟରେ ୩୯୭୪ଟି ପଞ୍ଜିକୃତ ଅଭିଯୋଗ ମଧ୍ୟରୁ ୨୪୯୪ଟି ଅଭିଯୋଗର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ହୋଇପାରିଛି । ମୋଟ ପଞ୍ଜିକୃତ ମାମଲା ମଧ୍ୟରୁ କେବଳ ପାରିବାରିକ ହିଂସା ସମ୍ବନ୍ଧୀୟ ଅଭିଯୋଗ ୩୬୯୩ଟି । ଅନ୍ୟାନ୍ୟ ଅଭିଯୋଗ ମଧ୍ୟରେ ମିଥ୍ୟା ପ୍ରତିଶ୍ରୁତି ଦେଇ ବିବାହ କରିବା ହୋଇଥିଲାବେଳେ କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା, ସାଇବର କ୍ରାଇମ ଓ ଅପହରଣ ଆଦି ଅଭିଯୋଗମାନ ପଞ୍ଜିକୃତ ହୋଇଛି। ‘ମାଧ୍ୟମ’ ଏବେ ପୋଲିସ ବିଭାଗର ଏକ ଅଙ୍ଗ ସଦୃଶ | ଉପସ୍ଥିତ ଅନ୍ୟ ଅତିଥିମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମର ଉପସ୍ଥିତ ଅତିରିକ୍ତ ପୋଲିସ କମିଶନର ଶ୍ରୀ ଉମାଶଙ୍କର ଦାଶ, ଡି.ସି.ପି., ଭୁବନେଶ୍ଵର ଶ୍ରୀ ପ୍ରତୀକ ସିଂ, ଡି.ସି.ପି. କଟକ ଶ୍ରୀ ପିନାକ ମିଶ୍ର, କମିଶନରେଟ ପୋଲିସର ବିଭିନ୍ନ ଥାନା ଅଧିକାରୀ ଓ ‘ମାଧ୍ୟମ’ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ସଭା ଶେଷରେ ଆଇ.ଏସ୍.ଡି.ର ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Comment

All fields marked with an asterisk (*) are required