Search for:
  • Home/
  • ରାଜ୍ୟ/
  • ଶ୍ରୀ ପିତାମ୍ବର ଆଚାର୍ଯ୍ୟଙ୍କ ମାତା ସ୍ୱର୍ଣ୍ଣଲତା ଆଚାର୍ଯ୍ୟଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଶ୍ରୀ ପିତାମ୍ବର ଆଚାର୍ଯ୍ୟଙ୍କ ମାତା ସ୍ୱର୍ଣ୍ଣଲତା ଆଚାର୍ଯ୍ୟଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

Spread the love

Loading

ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବି ଶ୍ରୀ ପିତାମ୍ବର ଆଚାର୍ଯ୍ୟଙ୍କ ମାତା ସ୍ୱର୍ଣ୍ଣଲତା ଆଚାର୍ଯ୍ୟଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
 ରାଜ୍ୟ ସଭାପତି, ବିରୋଧୀ ଦଳ ନେତାଙ୍କ ସମେତ ବହୁ ନେତୃବୃନ୍ଦ ଜଣାଇଲେ ଶୋକ

ଭୁବନେଶ୍ୱର,ତା.୦୨/୦୯: ଭାରତୀୟ ଜନତା ପାର୍ଟୀ ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବି ଶ୍ରୀ ପିତାମ୍ବର ଆଚାର୍ଯ୍ୟଙ୍କ ମାତା ଶ୍ରୀମତୀ ସ୍ୱର୍ଣ୍ଣଲତା ଆଚାର୍ଯ୍ୟଙ୍କ ଆଜି ୯୮ ବର୍ଷ ବୟସରଙ୍କ କଟକ ସିଡିଏ ସ୍ଥିତ ବାସଭବନରେ ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସ୍ୱର୍ଗତଃ ସ୍ୱର୍ଣ୍ଣଲତା ଆଚାର୍ଯ୍ୟଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।

 

Leave A Comment

All fields marked with an asterisk (*) are required