Search for:
  • Home/
  • ରାଜ୍ୟ/
  • ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବୌଦ୍ଧ-ଚମ୍ପାପୁର ରେଳ ସେକ୍ସନର ନିରୀକ୍ଷଣ

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବୌଦ୍ଧ-ଚମ୍ପାପୁର ରେଳ ସେକ୍ସନର ନିରୀକ୍ଷଣ

Spread the love

Loading

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପର ବୌଦ୍ଧ-ଚମ୍ପାପୁର ରେଳ ସେକ୍ସନ ନିରୀକ୍ଷଣ:

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ମହେଶ କୁମାର ବେହେରା ଆଜି ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବୌଦ୍ଧ-ଚମ୍ପାପୁର ରେଳ ସେକ୍ସନର ନିରୀକ୍ଷଣ କରିଛନ୍ତି | ନିରୀକ୍ଷଣ ସମୟରେ ଶ୍ରୀ ବେହେରା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଅବଗତ ହୋଇଛନ୍ତି |

ନିର୍ମାଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରି ପ୍ରକଳ୍ପର ଠିକ ସମୟରେ କାର୍ଯ୍ୟ ଶେଷ କରିବା ଏବଂ ପ୍ରସ୍ତାବିତ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ବେହେରା ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି |

ଏହି ପ୍ରକଳ୍ପର ମୋଟ ଦୈର୍ଘ୍ୟ 301 କିମି ମଧ୍ୟରୁ ମୋଟ 152.805 କିମି ରେଳ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି | ଏହି ପ୍ରକଳ୍ପ ଶୀଘ୍ର ଶେଷ ହେବା ପାଇଁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଏହି ପ୍ରକଳ୍ପରେ ନିର୍ମାଣ କାର୍ଯ୍ୟ କରୁଛି | ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 105.8 କିମି ଏବଂ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ 47 କିଲୋମିଟର ରେଳ ଲାଇନ ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇସାରିଛି |

ଖୋର୍ଦ୍ଧା ରୋଡ-ବଲାଙ୍ଗୀର ପ୍ରକଳ୍ପରେ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଅଗ୍ରଗତିରେ ଅଛି | ସୋନପୁର-ପୁରୁଣାପାଣି-ଝରମୁଣ୍ଡା-ବୌଦ୍ଧ ମଧ୍ୟରେ ପ୍ରାୟ 22 କି.ମି. ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମାପ୍ତ ହେଇସାରିଥିବାବେଳେ ଏହି ମାର୍ଗରେ ସଫଳତାର ସହିତ ଇଞ୍ଜିନ ଗଡ଼ିବା ଏବଂ ପରୀକ୍ଷଣ କାର୍ଯ୍ୟ ମଧ୍ୟ କରାଯାଇଛି | ଏହା ବ୍ୟତୀତ, ଝରମୁଣ୍ଡା ଠାରୁ ଚମ୍ପାପୁର ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଅଗ୍ରଗତିରେ ଅଛି |

Leave A Comment

All fields marked with an asterisk (*) are required