Search for:
  • Home/
  • ରାଜ୍ୟ/
  • ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଅଘୋଷିତ ବୁଝାମଣା।

ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଅଘୋଷିତ ବୁଝାମଣା।

Spread the love

Loading

ଲିଙ୍ଗିପୁର ପଞ୍ଚାୟତ ୧ ନଂ ୱାର୍ଡ ନିର୍ବାଚନ ପାଇଁ ୧ ବର୍ଷ ପରେ ମଧ୍ୟ ବିଡ଼ିଓଙ୍କୁ ନ ପଠାଇ ମିଳିମିଶି ·ପିଦେଲେ

ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଅଘୋଷିତ

ବୁଝାମଣା

ଭୁବନେଶ୍ୱର ୨୯/୦୭: ଓଡିଶା ଗ୍ରାମ ପଂଚାୟତ ଆଇନ ୧୯୬୦ ଓ ଆକ୍ଟ ୧୯୬୪ ଅନୁଯାୟୀ ଲିଙ୍ଗିପୁର ଗ୍ରାମ ପଂଚାୟତର ୱାର୍ଡ ମେମ୍ବର ମାନଙ୍କର ଓ ସରପଂଚଙ୍କର ନିର୍ବାଚନ
ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ଲିଙ୍ଗିପୁର ଗ୍ରାମ ପଂଚାୟତର ୱାର୍ଡ ନଂ-୧(ଏକର) ନିର୍ବାଚିତ ପ୍ରତିନିଧି ଶୁଶ୍ରୀ ଶେଫାଳୀ ମହାନ୍ତିଙ୍କର ଗତ ବର୍ଷ ୨.୯.୨୦୨୨ ରେ ମୃତ୍ୟୁ
ହୋଇଯାଇଥିଲା । ତାଙ୍କର ମୃତ୍ୟୁ ହେବାରୁ ଏକ ନଂ ୱାର୍ଡର ୱାର୍ଡ ମେମ୍ବର ପଦ ଖାଲି ପଡିଲା ତୁରନ୍ତ ପଂଚାୟତ ନିର୍ବାହୀ ଅଧିକାରୀ ଓ ସରପଂଚ ଗୋଷ୍ଠି ଉନ୍ନୟନ ଅଧିକାରୀ (ଈଊଙ)ଙ୍କୁ ନ ଜଣାଇ
ଅନ୍ଧାରରେ ରଖିଛନ୍ତି । କିନ୍ତୁ କେଉଁ ଉଦ୍ଦେଶ୍ୟରେ ପଂଚାୟତ ନିର୍ବାହୀ ଅଧିକାରୀ ଦୀର୍ଘ ୧୦ମାସରୁ ଉଦ୍ଧ୍ୱର୍ ସମୟ ହେଲା ନ ପଠାଇ ଅନ୍ୟ ଏକ ୱାର୍ଡର ୱାର୍ଡ ମେମ୍ବରଙ୍କୁ ଦାୟିତ୍ୱ ଦେଇଥିଲେ ।୧ନଂ ୱାର୍ଡ ଅଛି ଓ ୨ନଂ ୱାର୍ଡର ୱାର୍ଡ ମେମ୍ବର ମଧ୍ୟ ନ୍ୟାୟାବ ସରପଂଚ ଅଟନ୍ତି କିନ୍ତୁ ତାଙ୍କୁ ଅତିରିକ୍ତ ଦାୟିତ୍ୱ ନଦେଇ ୫ ନମ୍ବର ୱାର୍ଡର ୱାର୍ଡ ମେମ୍ବରଙ୍କୁ କାହା ନିର୍ଦ୍ଦେଶରେ ଦାୟିତ୍ୱ
ଦେଇଥିଲେ । ଏଥିରୁ ଜଣାପଡୁଛି ପଂଚାୟତ ନିର୍ବାହୀ ଅଧିକାରୀ ତାଙ୍କ ମନଇଚ୍ଛା ମନ୍ଦ ଉଦ୍ଦେଶ୍ୟ ରଖି ଦାୟିତ୍ୱ ଦେଇଥିଲେ । ୯ ମାସ ହେଲା ଏହି ଘଟଣାକୁ ଲୁଚାଇଛନ୍ତି କାହା ସ୍ୱାର୍ଥରେ ଯାହାର ଭିଜିଲାନ୍ସ ତଦନ୍ତ ଦରକାର । ପଂଚାୟତ ନିର୍ବାହୀ ଅଧିକାରୀ ଲିଙ୍ଗିପୁର ପଂଚାୟତରେ ୭ବର୍ଷ ରୁ ଉଦ୍ଧ୍ୱର୍ ହେବ
ରହିଲେଣି । ତାଙ୍କର ନିୟମ ଅନୁଯାୟୀ ୩ବର୍ଷରୁ ୬ବର୍ଷ ଭିତରେ ବଦଳୀ ହେବା କଥା । ସେ ଜଣେ କରିତକର୍ମା ବ୍ୟକ୍ତି ସେ କଂଟ୍ରାକ୍ଟଚୁଆଲ (ଅସ୍ଥାୟୀ ଭାବେ) ନିଯୁକ୍ତି ପାଇଥିଲେ ଏଇ ଅଳ୍ପଦିନ ହେବ ନିୟମିତ ହୋଇଛି । ପଂଚାୟତ ନିର୍ବାହୀ ଅଧିକାରୀଙ୍କର ଲିଙ୍ଗିପୁର ପଂଚାୟତ କାର୍ଯ୍ୟାଳୟରେ
ଥିବା ସମୟର ସମସ୍ତ କାର୍ଯ୍ୟ ସ୍ୱତନ୍ତ୍ର ଅଡିଟ କରାଯିବା ପାଇଁ ଏଠାକାର ବରିଷ୍ଠ ନାଗରିକ ଓ ଗ୍ରାମବାସୀମାନେ ଦାବୀ କରିଛନ୍ତି । ସୂଚନାଯୋଗ୍ୟ ଯେ ବିଡିଓ ସବ କଲେକ୍ଟରଙ୍କୁ ପତ୍ର ସଂଖ୍ୟା
୩୧୩୭ ତା.୧୪.୦୭.୨୦୨୩ ସମସ୍ତ ଘଟଣା ଜଣାଇଛନ୍ତି । ସେ ନିର୍ବାଚନ ଅଧିକାରୀଙ୍କୁ ପଠାଇଥିବା କହିଛନ୍ତି । ଅନ୍ୟ ଯେଉଁଆଡେ ଖାଲିଥିବା ପଦବୀ ଗୁଡିକ ପୂରଣ ପାଇ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି । ତାର ମାନେ ଆସନ୍ତା ୬ମାସ ଭିତରେ ନିର୍ବାଚନ ହେବା ସମ୍ଭବ ନୁହେଁ । ଏଣୁ ଲିଙ୍ଗିପୁର
ନିର୍ବାଚନ ମଣ୍ଡଳିର ଜନସାଧାରଣ ଦାବୀ କରିଛନ୍ତି ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପଂଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ବିରୁଦ୍ଧରେ ଗ୍ରହଣ କରାଯିବ ସହିତ ତାଙ୍କର ତୁରନ୍ତ ବଦଳୀ କରାଯାଉ । ଏକ ନଂ ୱାର୍ଡର କେହି ୱାର୍ଡ ମେମ୍ବର ନଥିବାରୁ ଉନ୍ନତିମୂଳକ କମ ଠପ୍‌ ହୋଇଯାଇଛି । ସାଧାରଣ
ନାଗରିକମାନେ ସେମାନଙ୍କର ଆପତି ଅଭିଯୋଗ କାହାକୁ କରିବେ । ମାନ୍ୟବର ମୁଖ୍ୟ ସଚିବ ଓ ବିଭାଗୀୟ ସଚିବ ଏଥିରେ ହସ୍ତକ୍ଷେପ କରି ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ବଦଳୀ କରିବା ସହ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ । ତଦ୍ୱାରା ତଦନ୍ତର ସ୍ୱଚ୍ଛତା ରହିପାରିବ ।

Leave A Comment

All fields marked with an asterisk (*) are required