Search for:
  • Home/
  • ରାଜ୍ୟ/
  • ଓଡିଶା ସେବକ ସଂଘ ପକ୍ଷରୁ ବୃକ୍ଷ ରୋପଣ।

ଓଡିଶା ସେବକ ସଂଘ ପକ୍ଷରୁ ବୃକ୍ଷ ରୋପଣ।

Spread the love

Loading

ଓଡିଶା ସେବକ ସଂଘ ପକ୍ଷରୁ ବୃକ୍ଷ ରୋପଣ

ଭୁବନେଶ୍ୱର,୨୯ା୭ : ଓଡିଶା ସେବକ ସଂଘ ପକ୍ଷରୁ ମଞ୍ଚେଶ୍ୱର ସ୍ଥିତ ରେଳବାଇ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ୧୨ ନମ୍ବର ଓାର୍ଡର କର୍ପୋରେଟର ଜୟନ୍ତୀ ସାହୁ, ସମ୍ମାନିତ
ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ମହାନ୍ତ, ସମାଜସେବୀ ତଥା ଯୁବନେତା ପ୍ରସନ୍ନ କୁମାର ସାହୁ, ଚଗଲା ଜେନା, ମିଟୁ ପରିଡା, ସଂଘର ସଭାପତି ଅଶୋକ କୁମାର ମିଶ୍ର, ଉପସଭାନେତ୍ରୀ ମିନାକ୍ଷୀ ନାୟକ, ସମ୍ପାଦକ ବସନ୍ତ
କୁମାର ତ୍ରିପାଠୀ, ବରିଷ୍ଠ ସଦସ୍ୟ ହରେକୃଷ୍ଣ ପଟ୍ଟନାୟକ, ସର୍ବେଶ୍ୱର ଦାସ, ଉଦୟ ବାରିକ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଏଥିରେ ୩୦ ରୁ ଉଦ୍ଧ୍ୱର୍ ଫଳ ଓ
ଛାୟା ପ୍ରଦାନକାରୀ ବୃକ୍ଷ ଲଗା ଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required