Search for:
  • Home/
  • ରାଜ୍ୟ/
  • ଜଳବାୟୁ ପରିବର୍ତନ ଓ ପରିବେଶ ସୁରକ୍ଷା।

ଜଳବାୟୁ ପରିବର୍ତନ ଓ ପରିବେଶ ସୁରକ୍ଷା।

Spread the love

Loading

ଜଳବାୟୁ ପରିବର୍ତନ ଓ ପରିବେଶ ସୁରକ୍ଷା ପାଇଁ ଶ୍ରମିକ ୟୁନିଅନ ସହଯୋଗ ପାଇଁ ପ୍ରସ୍ତୁତ

ଭୁବନେଶ୍ୱର, ତା ୨୯/୦୭ ରିଖ : ମାନବ ସମୂହ ସ୍ୱାର୍ଥ ସୁରକ୍ଷା ପାଇଁ ଜଳବାୟୁ ପରିବର୍ତନ, ପରିବେଶ ସୁରକ୍ଷା ପାଇଁ ସରକାର, ଶିଳ୍ପ ଓ ବେସରକାରୀ ସଂଗଠନ ସହଯୋଗରେ, ଜଙ୍ଗଲ ସଂରକ୍ଷଣ, ସାମାଜିକ ଜଙ୍ଗଲ, ବୃକ୍ଷରୋପଣ, ସବୁଜ ଭବନ ନିର୍ମାଣ ଓ କାର୍ବନ କମାଇବା ପାଇଁ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବା ଶ୍ରମିକ ସଂଗଠନ ପ୍ରସ୍ତୁତ ବୋଲି ଗତ. ତା. ୨୪/୦୭/୨୩ ରିଖ ରୁ ୨୭/୦୭/୨୩ ରିଖ ପର୍ଯ୍ୟନ୍ତ
ଆନ୍ତର୍ଜାତିକ ନିର୍ମାଣ କର୍ମଚାରୀ ମହାସଂଘ ଆନୁକୁଲ୍ୟରେ ଅନୁଷ୍ଠିତ ଜାତୀୟ ସ୍ତର ସମ୍ମିଳନୀରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି
ଡକ୍ଟର ରାମଚନ୍ଦ୍ର ଖୁଂଟିଆଙ୍କ ପୋ÷ରାହିତରେ ନିଷ୍ପତି ନିଆଯାଇଛି । ଏ ସଂପର୍କରେ ନିର୍ମାଣ ଶ୍ରମିକଙ୍କ ସଂଗଠନ ଟି.କେ.ଏମ୍‌.ଟି. ସହ ଆନ୍ତର୍ଜାତିକ ଗ୍ରୀନ ପରିଷଦ ସହିତ ଚୁକ୍ତି ସ୍ୱାକ୍ଷର କରାଯାଇଛି ।ନିର୍ମାଣ ଶ୍ରମିକ ମଙ୍ଗଳ ବୋଡର଼୍ ଟଙ୍କା ରାଜ୍ୟ ସରକାରମାନେ ମନଇଛା ଖର୍ଚ୍ଚ କରୁଥିବା ଓ ବିଭିନ୍ନ ରାଜ୍ୟରେ ଶ୍ରମିକ ପ୍ରତିନିଧିମାନଙ୍କୁ ବୋଡର଼୍ର ମେମ୍ବର କରାଯାଇନଥିବାରୁ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ
ପାଇଥିଲା ଓ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଏବଂ ଜାତୀୟ ସ୍ତରରେ ରାଜ୍ୟ ସରକାର ଓ ଶ୍ରମିକ ପ୍ରତିନିଧିମାନଙ୍କୁ ଡାକି ଆଲୋଚନା କରିବା ପାଇଁ ଦାବୀ କରାଯାଇଛି । ପ୍ରାକୃତିକ ରୂୁପେ ସୃଷ୍ଟି ହେଉଥିବା ଜଙ୍ଗଲ ହଜାର ହଜାର ଗରୀବ ଆଦିବାସୀ ଓ ଆଦିବାସୀ ମହିଳାଙ୍କ ପାଇଁ ରୋଜଗାର ସୃଷ୍ଟି
କରିଥାଏ । ଏଣୁ ଜଙ୍ଗଲରେ ସୁରକ୍ଷା ଓ ପ୍ରତି ଦେଶରେ ୩୫% ଜଙ୍ଗଲ ସୃଷ୍ଟି କରିବାରେ ଆବଶ୍ୟକତାକୁ ପୂରଣ ପାଇଁ ଆନ୍ତର୍ଜାତିକ ନିର୍ମାଣ କର୍ମଚାରୀ ମହାସଂଘ
ଶିଳ୍ପ, ସରକାର ଓ ବେସରକାରୀ ସଂଗଠନ ମାନଙ୍କ ସହ ସହଯୋଗ କରି କାର୍ଯ୍ୟ କରିବା
ପାଇଁ ପ୍ରସ୍ତୁତ ଅଛି ବୋଲି ଏକ ପ୍ରସ୍ତାବରେ କୁହାଯାଇଛି । ଅନ୍ୟପକ୍ଷରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ମିଳିତ ଭାବେ ଉପସ୍ଥାପିତ ୧୪ ଦଫା ଦାବି ସର୍ବନିମ୍ନ ମଜୁରୀ ୨୭୦୦୦ କୁ ବୃଦ୍ଧି ଓ ୪ ଟି ଲେବର କୋର୍ଡ ପ୍ରତ୍ୟାହାର ।
ଜାତୀୟ ଶ୍ରମ ସଂଗଠନ ୨୦୨୨ ପ୍ରସ୍ତାବ ଅନୁକ୍ରମେ ସ୍ୱାସ୍ଥ୍ୟ ନିରାପତା ଶ୍ରମିକର ଅଧିକାର ପାଇଁ ଆଗାମୀ ଦେଶ ବ୍ୟାପି ଶ୍ରମିକ କର୍ମଚାରୀଙ୍କ ଅଗଷ୍ଟ ୯ ଆନ୍ଦୋଳନକୁ ସଫଳ କରିବା ପାଇଁ ଏକ ପ୍ରସ୍ତାବରେ ଆହ୍ୱାନ
ଦିଆଯାଇଛି ।ଜଙ୍ଗଲ ସଂରକ୍ଷଣ ହିଁ ପ୍ରାକୃତିକ ଭାବେ ନିଯୁକ୍ତି ଓ ଆୟ ସୃଷ୍ଟି କରିଥାଏ ।କରୋନା ସମୟରେ ହଜାର ହଜାର ଆଦିବାସୀ ମହିଳା ଶ୍ରମିକ ସେମାନଙ୍କ
ଜୀବିକା ହରାଇଥିଲେ । ଏଣୁ ଜଙ୍ଗଲ ସଂରକ୍ଷଣ, ସମସ୍ତ ଜଙ୍ଗଲ ଓ ଜଙ୍ଗଲଜାତ ଦ୍ୟବ୍ରର ସାର୍ଟିଫିକେଟ କରିବା, ସାମାଜିକ ଜଙ୍ଗଲ ଓ ବୃକ୍ଷରୋପଣକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଓ ସବୁଜ ଭବନ ନିର୍ମାଣ କାର୍ଯ୍ୟକ୍ରମକୁ ତ୍ୱରାନିତ୍ୱ କରିବା
ପାଇଁ ଦାବୀ କରାଯାଇଛି । ୪୮ ୟୁନିଅନର ଏହି ମିଳିତ ଜାତୀୟ
ସମ୍ମିଳନୀରେ ଅଷ୍ଟ୍ରେଲିଆ, ସୁଇଜରଲ୍ୟାଣ୍ଡ, ମାଲେସିଆ ପ୍ରତିନିଧିତ୍ୱ ସମେତ ଓଡ଼ିଶାରୁ କିଶୋର ଜେନା, ମଦନ ମୋହନ ଧଳ, ଅକ୍ଷୟ ତ୍ରିପାଠୀ, ପ୍ରଣତୀ
ମିଶ୍ର, ସତ୍ୟବ୍ରତ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।

Leave A Comment

All fields marked with an asterisk (*) are required