Search for:

୧ରେ ଗାନ୍ଧୀଗାଥା ଉତ୍ସବ।

Spread the love

Loading

୧ରେ ଗାନ୍ଧୀଗାଥା ଉତ୍ସବ।

ଭୁବନେଶ୍ୱର ତା୨୭/୦୯-ସଂଭାବନା ପକ୍ଷରୁ ଆସନ୍ତା ଗାନ୍ଧୀ ଜୟନ୍ତୀ ପୂର୍ବସଂଧ୍ୟା ଅକ୍ଟୋବର ୧, ରବିବାର, ସଂଧ୍ୟା ୫ଘଟିକା ସମୟରେ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ହେଉଛି, “ଗାନ୍ଧୀଗାଥା ଉତ୍ସବ”। ଗାନ୍ଧୀଙ୍କ ପାଇଁ ସଂଜଟିଏ କ୍ରମରେ ସଂଗୀତ,କଥା ଓ କବିତା ଜରିଆରେ ଗାନ୍ଧୀଙ୍କୁ ମନେ ପକାଇବାର ଏହା ଏକ ନିଆରା ପ୍ରୟାସ।
ପ୍ରଖ୍ୟାତ ଗାନ୍ଧୀ ଗବେଷକ ଦାଶ୍ ବେନହୁର୍ କହିବେ ଗାନ୍ଧୀ କଥା। ସଂଗୀତରେ ଗାନ୍ଧୀଙ୍କୁ ଶ୍ରଦ୍ଧାର୍ପଣ କରିବେ ଶିଳ୍ପୀ ପ୍ରଦୀପ ଦାସ,ନିମାକାନ୍ତ ରାଉତରାୟ, ହରପ୍ରିୟା ସ୍ବାଇଁ, ସିଦ୍ଧାନ୍ତ ଶତପଥୀ, ବିପୁଲ ଓ ଶୁଭାଂଶୀ।ସେହିଭଳି ବହୁ ଜଣାଶୁଣା ଓ ତରୁଣ କବି ଗାନ୍ଧୀଙ୍କୁ କବିତା ମାଧ୍ୟମରେ ମନେ ପକାଇବେ।
ଏହି ଅନନ୍ୟ ସଂଧ୍ୟାରେ ନିଆରା ଢଙ୍ଗରେ ଆୟୋଜିତ ହେଉଥିବା ଏହି ଉତ୍ସବରେ ବହୁ ସଂଖ୍ୟାରେ ଗାନ୍ଧୀପ୍ରେମୀମାନେ ଉପସ୍ଥିତ ରହି ଗାନ୍ଧୀ ଚିନ୍ତନ ସହ ଗାନ୍ଧୀଙ୍କ ପାଇଁ ସଂଜଟିଏ ଦେବା ପାଇଁ ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର,ସଂପାଦକ ଦେବ ପ୍ରସାଦ ପରିଜା,ଟ୍ରଷ୍ଟି ସ୍ମୃତି ମହାନ୍ତି ଓ ଓଡ଼ିଆଣୀ ସମିତିର ସଭାନେତ୍ରୀ ସୌଦାମିନୀ ସାମଲ ଅନୁରୋଧ କରିଛନ୍ତି।

Leave A Comment

All fields marked with an asterisk (*) are required