Search for:
  • Home/
  • ରାଜ୍ୟ/
  • ସାମାଜିକ ଭୋଜିରେ ଖାଦ୍ୟ ନଷ୍ଟ ବିରୋଧରେ ଅଭିଯାନ ଆରମ୍ଭ କରିବ ଓସିଏ

ସାମାଜିକ ଭୋଜିରେ ଖାଦ୍ୟ ନଷ୍ଟ ବିରୋଧରେ ଅଭିଯାନ ଆରମ୍ଭ କରିବ ଓସିଏ

Spread the love

Loading

ସାମାଜିକ ଭୋଜିରେ ଖାଦ୍ୟ ନଷ୍ଟ ବିରୋଧରେ ଅଭିଯାନ ଆରମ୍ଭ କରିବ ଓସିଏ

ଭୁବନେଶ୍ୱର: କ୍ୟାଟରିଂ ଆସୋସିଏସନ୍ ଅଫ୍ ଓଡିଶା (ଓସିଏ) ପକ୍ଷରୁ ମଙ୍ଗଳବାର “ଜାତୀୟ କ୍ୟାଟେରର୍ ଦିବସ” ପାଳନ କରାଯାଇଥିଲା, ଯେଉଁଥିରେ 50ରୁ ଅଧିକ ସଦସ୍ୟ ଅଂଶଗ୍ରହଣ କରି “ସାମାଜିକ କାର୍ଯ୍ୟରେ ଖାଦ୍ୟର ଅପଚୟ” ଉପରେ ଆୟୋଜିତ ଆଲୋଚନା ଚକ୍ରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସଭ୍ୟ ସମାଜରେ ଅନ୍ୟମାନଙ୍କ ପାଇଁ ଖାଦ୍ୟ ସଂରକ୍ଷଣ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ବ ରହିଛି ବୋଲି ସଦସ୍ୟମାନେ ମତ ପ୍ରକାଶ କରିଥିଲେ ।

ପ୍ରତିଦିନ ବିଶ୍ବରେ 783 ନିୟୁତ ଲୋକ ଭୋକରେ ରୁହନ୍ତି । ଭାରତରେ 40 ପ୍ରତିଶତ ଲୋକ ପ୍ରତିଦିନ ଓଳିଏ ଖାଇବାକୁ ପାଆନ୍ତି ନାହିଁ । ସେହିପରି ଆମ ରାଜ୍ୟରେ 37 ପ୍ରତିଶତ ଲୋକ ପ୍ରତିଦିନ ପୁଷ୍ଟିକର ଖାଦ୍ୟରୁ ବଂଚିତ ରହୁଛନ୍ତି | “ଏହା ଆମେ ଦେଖି ଆସୁଛୁ ଯେ ପ୍ରତ୍ୟେକ ସାମାଜିକ ଭୋଜି ଭାତ କିମ୍ବା ଅନ୍ୟ କାର୍ଯ୍ୟରେ ଅତିଥିମାନେ ନିଜ ଥାଳିରେ ଖାଦ୍ୟ ନଷ୍ଟ କରୁଛନ୍ତି। ଭୋଜି ଭାତରେ ଖାଦ୍ୟ ନଷ୍ଟ ନକରିବା ପାଇଁ ଆମକୁ ଲୋକଙ୍କ ମଧ୍ୟରେ ଏକ ସଚେତନତା ଅଭିଯାନ ଆରମ୍ଭ କରିବାକୁ ପଡିବ ବୋଲି ଓସିଏର ସଭାପତି ବିନୟ ଭୂଷଣ ପଟ୍ଟନାୟକ କହିଥିଲେ ।

ଓସିଏ ସମ୍ପାଦକ ଦେବୀ ପ୍ରସାଦ ରଥ କହିଥିଲେ, ” ଆସନ୍ତା ଅକ୍ଟୋବର 4 ତାରିଖରେ ଗୋଆରେ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ କ୍ୟାଟେରର୍ ଆସୋସିଏସନର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହେବ। 100ରୁ ଅଧିକ ସଦସ୍ୟ ବୈଠକରେ ଅଂଶଗ୍ରହଣ କରିବେ । କିପରି ଲୋକମାନେ ସାମାଜିକ ଭୋଜି ଭାତରେ ଖାଦ୍ୟ ନଷ୍ଟ କରୁଛନ୍ତି, ଏ ବିଷୟରେ ଆମେ ବୈଠକରେ ମତ ଉପସ୍ଥାପନ କରିବୁ, “|

ଆଲୋଚନା ଚକ୍ରରେ ଓସିଏ ସଭାପତି ବିନୟ ଭୂଷଣ ପଟ୍ଟନାୟକ, ସମ୍ପାଦକ ଦେବୀ ପ୍ରସାଦ ରଥ, ଚେୟାରମ୍ୟାନ୍ ଅନୁପ ବାଗାଇ, ପାଟର୍ନ ନବ ରଂଜନ ପଟ୍ଟନାୟକ, ସତ୍ୟଜିତ୍ ମହାନ୍ତି, କିଶୋର ଚନ୍ଦ୍ର ଦେହୁରୀ, ଏମ ଜୟପ୍ରସାଦ ରାଓ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required