Search for:
  • Home/
  • ରାଜ୍ୟ/
  • ଏକାମ୍ର ନିର୍ବାଚନ ମଣ୍ଡଳୀର ଭୀମପୁର ଅଞ୍ଚଳରେ ବିଜେପି ର ପଦଯାତ୍ରା।

ଏକାମ୍ର ନିର୍ବାଚନ ମଣ୍ଡଳୀର ଭୀମପୁର ଅଞ୍ଚଳରେ ବିଜେପି ର ପଦଯାତ୍ରା।

Spread the love

Loading

ଏକାମ୍ର ନିର୍ବାଚନ ମଣ୍ଡଳୀର ଭୀମପୁର ଅଞ୍ଚଳରେ ବିଜେପି ର ପଦଯାତ୍ରା।

ଭୁବନେଶ୍ୱର,: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଅନ୍ୟ ଦଳ ତୁଳନାରେ ପ୍ରଚାର ରେ ଆଗରେ ଅଛି ବିଜେପି। ପ୍ରତ୍ୟେକ ଦିନ ବିଧାୟକ ପ୍ରାର୍ଥୀ ବାବୁ ସିଂ ବିଭିନ୍ନ ଅଞ୍ଚଳରେ ପଦଯାତ୍ରା, ଚା ଖଟି, ପାର୍କ ଭ୍ରମଣ କରି ଲୋକଙ୍କ ସହ ମିସୁଛନ୍ତି।ଆଜି ୱାର୍ଡ଼ ନଂ ୫୨ ଅଞ୍ଚଳ ରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଦଯାତ୍ରା କରି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ବିଜେପି କୁ ଭୋଟ୍ ଦେଇ ଜିତେଈବାକୁ ଅନୁରୋଧ କରିଥିଲେ। ଦିନକୁ ଦିନ ବାବୁ ସିଂ ଙ୍କ ଲୋକପ୍ରିୟତା ଏକାମ୍ର ନିର୍ବାଚନ ମଣ୍ଡଳୀରେ ବଢ଼ିବାରେ ଲାଗିଛି। ଯୁବ ବର୍ଗ ଠାରୁ ବରିଷ୍ଟ ସବୁ ଶ୍ରେଣୀର ଲୋକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି ବାବୁ ସିଂ। ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ତାର ଶକ୍ତି ବୃଦ୍ଧି କରିବାରେ ଲାଗିପଡିଛି। ପଦ ଯାତ୍ରା ସମୟରେ ବିଜେପି କୁ ବିପୁଳ ଜନସମର୍ଥନ ଦେଖିବାକୁ ମିଳୁଛି। ଆଜିର ଏହି ପଦଯାତ୍ରା ରେ ସ୍ଥାନୀୟ ଲୋକଙ୍କ ସହ ବିଜେପି ର ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required